ଜାପାନୀ ଜ୍ୱର ନିୟନ୍ତ୍ରଣରେ ଅଛି: କେନ୍ଦ୍ରୀୟ ଟିମ୍‌

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍‌ ଏନସେଫାଲାଇଟିସ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଆଜି ସ୍ୱାସ୍ଥ୍ୟ ବିଭାଗର  ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ଆଲୋଚନା ପରେ ବିଶେଷଜ୍ଞ ଦଳର ସଦସ୍ୟ କଳ୍ପନା ବରୁଆ କହିଛନ୍ତି, “ଆମେ ପ୍ରଭାବିତ ଅଞ୍ଚଳ ବୁଲି ଲୋକମାନଙ୍କ ସହ ଆଲୋଚନା କଲୁ। ରାଜ୍ୟ ସରକାର ଜାପାନୀ ଜ୍ୱର ନିୟନ୍ତ୍ରଣ ଲାଗି ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଭଲ କାମ କରୁଛନ୍ତି।” ସେ ଆହୁରି କହିଛନ୍ତି, “ଭ୍ୟାକ୍ସିନ୍‌ ଦିଆଯିବ। […]

malkangiri

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 03:24 PM IST

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍‌ ଏନସେଫାଲାଇଟିସ୍‌ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଆଜି ସ୍ୱାସ୍ଥ୍ୟ ବିଭାଗର  ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଦଳ।

ଆଲୋଚନା ପରେ ବିଶେଷଜ୍ଞ ଦଳର ସଦସ୍ୟ କଳ୍ପନା ବରୁଆ କହିଛନ୍ତି, “ଆମେ ପ୍ରଭାବିତ ଅଞ୍ଚଳ ବୁଲି ଲୋକମାନଙ୍କ ସହ ଆଲୋଚନା କଲୁ। ରାଜ୍ୟ ସରକାର ଜାପାନୀ ଜ୍ୱର ନିୟନ୍ତ୍ରଣ ଲାଗି ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଭଲ କାମ କରୁଛନ୍ତି।”

ସେ ଆହୁରି କହିଛନ୍ତି, “ଭ୍ୟାକ୍ସିନ୍‌ ଦିଆଯିବ। ଏଥିପାଇଁ ଆସନ୍ତା ନଭେମ୍ବର-ଡିସେମ୍ବରରେ ଏକ ବୈଠକ ପରେ ନିଷ୍ପତ୍ତି ନିଆଯିବ।”

ସୂଚନାଯୋଗ୍ୟ,ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନସେଫାଲାଇଟିସରେ ୬୮ ଜଣଙ୍କର ମୃତ୍ୟୁ ହୋଇଛି।

Related story