ଜାପାନୀ ଜ୍ୱର ମୁକାବିଲା: ମାଲକାନଗିରିରେ ଡିସେମ୍ବର ପ୍ରଥମ ସପ୍ତାହରୁ ଦିଆଯିବ ଟିକା

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋକିବା ଲାଗି ଆସନ୍ତା ୨୦,୨୧ ଓ ୨୨ ତାରିଖରେ ମାଲକାନଗିରି ଜିଲ୍ଲାରେ ଘର ଘର ବୁଲି ସର୍ଭେ କରାଯିବ। ତା’ପରେ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ୧ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଟିକା ଦିଆଯିବ ବୋଲି ଆଜି ଏକ ସମୀକ୍ଷା ବୈଠକରେ ମାଲକାନଗିରି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି। ସେ କହିଛନ୍ତି, “ସର୍ଭେ ପରେ ଡିସେମ୍ବର ପ୍ରଥମ ସପ୍ତାହରୁ ତୁରନ୍ତ ଟିକା ଦିଆଯିବ। ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ […]

malkangiri1

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 05:21 PM IST

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋକିବା ଲାଗି ଆସନ୍ତା ୨୦,୨୧ ଓ ୨୨ ତାରିଖରେ ମାଲକାନଗିରି ଜିଲ୍ଲାରେ ଘର ଘର ବୁଲି ସର୍ଭେ କରାଯିବ। ତା’ପରେ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ୧ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଟିକା ଦିଆଯିବ ବୋଲି ଆଜି ଏକ ସମୀକ୍ଷା ବୈଠକରେ ମାଲକାନଗିରି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।

ସେ କହିଛନ୍ତି, “ସର୍ଭେ ପରେ ଡିସେମ୍ବର ପ୍ରଥମ ସପ୍ତାହରୁ ତୁରନ୍ତ ଟିକା ଦିଆଯିବ। ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଟିକାକରଣ କାର୍ଯ୍ୟକ୍ରମ ଚାଲିବ।”

ସେ ଆହୁରି କହିଛନ୍ତି,“ଅଙ୍ଗନୱାଡି, ଆଶା କର୍ମୀ ଏବଂ ଶିକ୍ଷକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।”

ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଆସନ୍ତା ୧୭ ଓ ୧୮ ତାରିଖରେ ବ୍ଲକ୍ ସ୍ତରୀୟ ଟିମ୍ କରାଯିବ। ଏଥିରେ ୧୨୦୦ ଅଙ୍ଗନୱାଡି, ୧୦୦୦ ଆଶା କର୍ମୀ ଓ ୭୦୦୦ ଶିକ୍ଷକଙ୍କୁ ସାମିଲ କରାଯିବ। ୨୦ ତାରିଖରୁ ଏମାନେ ଘର ଘର ବୁଲି ୧ରୁ ୧୫ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ। ୨୨ ତାରିଖରେ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ୨୪ ତାରିଖରେ ପୁଣି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।

ଏନ୍‌ସେଫାଲାଇଟିସରେ ଆଜି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଛି।

Related story