୮୮ ଲକ୍ଷ ଠକେଇ: ଗିରଫ ଜୟଦୀପଙ୍କୁ ୪ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଏସ୍‌ସି, ଏସ୍‌ଟି ପିଲାଙ୍କୁ ଟ୍ରେନିଂ ନାଁରେ ୮୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଆଜି ଗାଜିଆବାଦରୁ ଗିରଫ ହୋଇଥିବା ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କୁ ଭିଜିଲାନ୍ସ ବିଭାଗ ୪ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌ ଜୟଦୀପଙ୍କୁ ଗିରଫ କରିବା ପରେ ଗାଜିଆବାଦ ସିଜେଏମ୍‌ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା। ରିମାଣ୍ଡ ମିଳିବା ପରେ ଜୟଦୀପଙ୍କୁ ଓଡ଼ିଶା ଅଣାଯାଉଥିବା ଭିଜିଲାନ୍ସ ସେଲ୍‌ ଏସ୍‌ପି ସ୍ୱରୂପ ପରିଡ଼ା ସୂଚନା ଦେଇଛନ୍ତି। […]

jaydeep-nayak-ips

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 08:58 PM IST

ଭୁବନେଶ୍ୱର: ଏସ୍‌ସି, ଏସ୍‌ଟି ପିଲାଙ୍କୁ ଟ୍ରେନିଂ ନାଁରେ ୮୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଆଜି ଗାଜିଆବାଦରୁ ଗିରଫ ହୋଇଥିବା ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କୁ ଭିଜିଲାନ୍ସ ବିଭାଗ ୪ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌ ଜୟଦୀପଙ୍କୁ ଗିରଫ କରିବା ପରେ ଗାଜିଆବାଦ ସିଜେଏମ୍‌ କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା। ରିମାଣ୍ଡ ମିଳିବା ପରେ ଜୟଦୀପଙ୍କୁ ଓଡ଼ିଶା ଅଣାଯାଉଥିବା ଭିଜିଲାନ୍ସ ସେଲ୍‌ ଏସ୍‌ପି ସ୍ୱରୂପ ପରିଡ଼ା ସୂଚନା ଦେଇଛନ୍ତି।

୨୦୧୫ରେ ଜୟଦୀପ ଏସ୍‌ସି, ଏସ୍‌ଟି ପ୍ରୋଟେକସନ ସେଲ୍‌ର ଆଇଜି ଥିଲେ। ସେ ଏସ୍‌ସିଏସ୍‌ଟି ପିଲାଙ୍କ କମ୍ୟୁଟର ଶିକ୍ଷା ଆଳରେ କିଛି କର୍ମଚାରୀଙ୍କୁ ହାତ କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଏସଚ୍‌ଆରପିସିର ଇଣ୍ଟରନାଲ ଅଡିଟ୍‌ରୁ ଏ କଥା ପଦାକୁ ଆସିବା ପରେ ସରକାର ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଆଣ୍ଠୁରେ ଲିଗାମେଣ୍ଟ ଅପରେସନ୍‌ କରିବାକୁ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି ହୋଇଥିଲେ ଜୟଦୀପ। ସେଠାରେ ଚିକିତ୍ସିତ ହୋଇ ଡିସ୍‌ଚାର୍ଜ ହେବା ପରେ ସେ ଫେରାର ହୋଇଯାଇଥିଲେ। ଗିରଫଦାରୀ ଏଡ଼ାଇବାକୁ  ଜୟଦୀପ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଥିଲା।

ଏହି ଠକେଇ ଅଭିଯୋଗରେ ଜୟଦୀପଙ୍କ ସହ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ଭିଜିଲାନ୍ସ ୫ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜରେ କାର୍ଯ୍ୟ କରୁଥିବା ଏଏସ୍‌ପି ବସନ୍ତ ପ୍ରଧାନ, ସିଗନାଲ ଅଫିସର ପ୍ରଚେତ କୁମାର ମିଶ୍ର, ଆକସିସ୍‌ କମ୍ପ୍ୟୁଟର ସଂସ୍ଥାର ପ୍ରୋପାଇଟର ଆଶୁତୋଷ ମିଶ୍ର ଓ ମ୍ୟାନେଜର ଏବଂ କଟକର ଏକ ପ୍ରିଣ୍ଟିଂ ପ୍ରେସ୍‌ ମାଲିକ ମମତା ରାଉତ।

Related story