ଝାରସୁଗୁଡ଼ା: ଇବ୍ ନଦୀରେ ଡଙ୍ଗା ବୁଡ଼ି ଗୋଟିଏ ପରିବାର ୩ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଖଏତ ନିକଟରେ ଇବ୍ ନଦୀରେ ବୁଧବାର ଏକ ଡଙ୍ଗା ବୁଡ଼ି ଗୋଟିଏ ପରିବାର ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଦ୍ୟରେ ଦୁଇଜଣ ମହିଳା ଓ ଜଣେ ଶିଶୁକନ୍ୟା ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ପରିବାର ୭ଜଣ ଏକ ଡଙ୍ଗାରେ ଝାରସୁଗୁଡ଼ା ଜିଲ୍ଲା କୃଷ୍ଣାପତରାରୁ ବ୍ରଜରାଜନଗରର ରାମପୁର ଅଭିମୁଖେ ଯାଉଥିଲେ। ଖଏତ୍ ନିକଟରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ମହିଲା ଓ ଜଣେ […]

jharsuguda drown

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 05:13 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଖଏତ ନିକଟରେ ଇବ୍ ନଦୀରେ ବୁଧବାର ଏକ ଡଙ୍ଗା ବୁଡ଼ି ଗୋଟିଏ ପରିବାର ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଦ୍ୟରେ ଦୁଇଜଣ ମହିଳା ଓ ଜଣେ ଶିଶୁକନ୍ୟା ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ପରିବାର ୭ଜଣ ଏକ ଡଙ୍ଗାରେ ଝାରସୁଗୁଡ଼ା ଜିଲ୍ଲା କୃଷ୍ଣାପତରାରୁ ବ୍ରଜରାଜନଗରର ରାମପୁର ଅଭିମୁଖେ ଯାଉଥିଲେ। ଖଏତ୍ ନିକଟରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ମହିଲା ଓ ଜଣେ ଶିଶୁ ନିଖୋଜ ହୋଇଯାଇଥିଲେ । ଦମକଳବାହିନୀ କର୍ମଚାରୀମାନେ ଖୋଜାଖୋଜି କରିବା ପରେ ମୃତଦେହଗୁଡିକ ଉଦ୍ଧାର କରାଯାଇଥିଲା।

Related story