ଜୀବନ ହାରିଲେ ଆଉ ଦୁଇ ଚାଷୀ

ପଟ୍ଟାମୁଣ୍ଡାଇ/ଝାରସୁଗୁଡ଼ା: ରାଜ୍ୟରେ ଆଜି ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ଆସିଛି ଏହି ଦୁଇ ଆତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ଅରବିନ୍ଦ ରାୟ (୩୫)। ତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ୍ ଜିଗରଣ କଲୋନୀରେ। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।  ତାଙ୍କ ପତ୍ନୀ କହିଛନ୍ତି ଯେ  ଋଣ କରି ଅରବିନ୍ଦ ଚଳିତ ବର୍ଷ ଧାନ ଚାଷ କରିଥିଲେ। […]

kendrapada

Rakesh Mallick
  • Published: Saturday, 14 November 2015
  • , Updated: 14 November 2015, 09:06 AM IST

[caption id="attachment_46160" align="alignleft" width="300"] ଝାରସୁଗୁଡ଼ାରେ ଆତ୍ମହତ୍ୟା କରିଥିବା ଚାଷୀ ବିବେକାନନ୍ଦ ଖର୍ସେଲ[/caption]

ପଟ୍ଟାମୁଣ୍ଡାଇ/ଝାରସୁଗୁଡ଼ା: ରାଜ୍ୟରେ ଆଜି ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ଆସିଛି ଏହି ଦୁଇ ଆତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ଅରବିନ୍ଦ ରାୟ (୩୫)। ତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକ୍ ଜିଗରଣ କଲୋନୀରେ। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।  ତାଙ୍କ ପତ୍ନୀ କହିଛନ୍ତି ଯେ  ଋଣ କରି ଅରବିନ୍ଦ ଚଳିତ ବର୍ଷ ଧାନ ଚାଷ କରିଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। ତେବେ ଧାନ ଥୋଡ଼ ବାହାରିବା ସମୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ୟାପକ ଫସଲ ନଷ୍ଟ ଯୋଗୁଁ ସେ କିଛି ଦିନ ହେଲା ଚିନ୍ତିତ ରହୁଥିଲେ। କରଜ ଶୁଝିବା ଓ ପରିବାର ଚଳାଇବା ଚିନ୍ତା ତାଙ୍କୁ ଘାରି ଥିଲା। ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ପଛରେ ଆଉ କିଛି କାରଣ ନାହିଁ।

ଏହି ଘଟଣାକୁ ମିଶାଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ବର୍ଷ ଏଯାବତ ୩ ଜଣ ଚାଷୀ ଫସଲ ହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସେହିପରି ଝାରସୁଗୁଡା ଜିଲ୍ଲାରେ ଆଜି ଜୀବନ ହାରିଥିବା ଚାଷୀଙ୍କ ନାଁ ବିବେକାନନ୍ଦ ଖର୍ସେଲ। ତାଙ୍କ ଘର ଜିଲ୍ଲାର କୁଲାବିରେ ବ୍ଲକ୍ ଅନ୍ତର୍ଗତ ଗୁଡ଼ିଗାଁରେ। ଫସଲ ହାନି ଓ ଋଣ ଚାପରେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଆଜି ସକାଳେ ଗାଁ ନିକଟରେ ଥିବା ମନ୍ଦିର କଡ ରାସ୍ତାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବିବେକାନନ୍ଦ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଏଥିପାଇଁ ସେ ବ୍ୟାଙ୍କରୁ ଋଣ ବି କରିଥିଲେ। ତେବେ ମରୁଡ଼ି ଯୋଗୁଁ ଫସଲ ହାନି ହୋଇଥିଲା। ଋଣ ଭାର ତଥା ପରିବାର ପ୍ରତିପୋଷଣ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story