- Videos
- Odisha
- ଜିରା ନଦୀରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ୩ ଯନ୍ତ୍ରୀ ନିଲମ୍ବିତ
ଜିରା ନଦୀରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ୩ ଯନ୍ତ୍ରୀ ନିଲମ୍ବିତ
- Published: Sunday, 24 September 2017
- , Updated: 24 September 2017, 09:36 PM IST

ବରଗଡ଼/ଭୁବନେଶ୍ୱର: ଭେଡେନ୍‌ ବ୍ଲକ ଜାମଡୋଳ ଡୁବେନପାଲିଠାରେ ଜିରା ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏମାନେ ହେଲେ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ ଆରୁଖ ସୂଚନା ଦେଇଛନ୍ତି।

ଦୁର୍ଘଟଣା ପରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତମାନଙ୍କୁ ଭେଟିଛନ୍ତି। ଏହାସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ଭୁଶୁଡିଲା ବ୍ରିଜ୍‌: ଜିରା ନଦୀ ପୋଲି ଭାଙ୍ଗି ୫ ଆହତ

ଆଜି ବ୍ରିଜ୍‌ରେ ଗୋଟିଏ ସ୍ଲାବ ପଡୁଥିବା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣାରେ ୫ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ବ୍ରିଜ୍‌ଟି ନିର୍ମାଣ କରାଯାଉଛି।

ଗତ ୧୦ ତାରିଖରେ ରାଜଧାନୀ ଭୁବନେଶ୍ୱରର ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍‌ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ସମେତ ୧୨ ଜଣ ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଝିଅକୁ ଡ୍ୟାନ୍ସ କ୍ଲାସ୍‌ରୁ ନେଇ ଫେରୁଥିବା ବେଳେ ଉପରୁ ଖସିଲା ମୃତ୍ୟୁ