ଜୋର ଧରୁଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆନ୍ଦୋଳନ: ସମସ୍ତ ବ୍ଲକର ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର: ୩୬ ଦିନର ଆନ୍ଦୋଳନ ପରେ ପୁଣି ଥରେ ଆନ୍ଦୋଳନକୁ ଜୋରଦାର କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଆଜିଠାରୁ ସମସ୍ତ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ପ୍ରତିବାଦ ସଭା କରାଯାଇଛି । ଏହି ଧାରଣା ଓ ପ୍କରତିବାଦ ସଭା ଆସନ୍ତାକାଲି ବି ଚାଲିବ । ସେହିପରି ଆସନ୍ତା ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲ୍ଲାର ପ୍ରତି ଗାଁକୁ ଯାଇ ଅଭିଭାବକଙ୍କୁ ଭେଟି ଆନ୍ଦୋଳନକୁ ସହଯୋଗ କରିବାକୁ […]

teacher

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 05:45 PM IST

ଭୁବନେଶ୍ୱର: ୩୬ ଦିନର ଆନ୍ଦୋଳନ ପରେ ପୁଣି ଥରେ ଆନ୍ଦୋଳନକୁ ଜୋରଦାର କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଆଜିଠାରୁ ସମସ୍ତ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ପ୍ରତିବାଦ ସଭା କରାଯାଇଛି । ଏହି ଧାରଣା ଓ ପ୍କରତିବାଦ ସଭା ଆସନ୍ତାକାଲି ବି ଚାଲିବ । ସେହିପରି ଆସନ୍ତା ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲ୍ଲାର ପ୍ରତି ଗାଁକୁ ଯାଇ ଅଭିଭାବକଙ୍କୁ ଭେଟି ଆନ୍ଦୋଳନକୁ ସହଯୋଗ କରିବାକୁ ନିବେଦନ କରାଯିବ ବୋଲି ସଂଘ ପକ୍କଷରୁ କୁହାଯାଇଛି । ୨୫ରୁ ୨୬ ତାରିଖ ପର୍ଯ୍ୟନ୍ତ ୨ଦିନ ଧରି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବ । ଏହାସତ୍ତ୍ୱେ ଦାବି ପୂରଣ ନ ହେଲେ ଆସନ୍ତା ୩୦ ତାରିଖରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ସଚିବାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିବାରୁ ରାଜ୍ୟର ୪ହଜାର ସ୍କୁଲରେ ପାଠପଢ଼ା ଠପ୍ ହୋଇଯାଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାୟ ୪୦ହଜାର ଶିକ୍ଷକ। ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ ମଧ୍ୟ ଗତ ଏକ ମାସ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି।

Related story