ଶଙ୍ଖ ପାଇଁ ପଦ୍ମର ଦରଦ: ପ୍ରଶାନ୍ତ ନନ୍ଦଙ୍କୁ ପଦ୍ମ ସମ୍ମାନ ଦେବାକୁ ଜୁଏଲଙ୍କ ସୁପାରିଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିରେ ଦଳୀୟ ଛକାପଞ୍ଝା ସବୁବେଳେ ଲାଗି ରହିଥାଏ। ଜଣକର ଛାଇ ପଡିଲେ ଅନ୍ୟ ଜଣକର ନାହି ଡିଏଁ। କିନ୍ତୁ ରାଜନୀତିରେ ଏମିତି କିଛି ନେତା ଅଛନ୍ତି, ଯିଏ ଅନ୍ୟ ଦଳର ନେତା ପାଇଁ ସୁପାରିଶ କରିପାରନ୍ତି। ଆମେ କହୁଛି ବିଜେଡି-ବିଜେପିର ସମ୍ପର୍କର କଥା। ଜଣେ ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଆଉଜଣେ ତାଙ୍କ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଓ ମୁଖପାତ୍ର ପ୍ରଶାନ୍ତ ନନ୍ଦ। ପଦ୍ମ ସମ୍ମାନ ପାଇଁ ସୁପାରିଶ କରି ପ୍ରଶାନ୍ତଙ୍କୁ […]

prasant and jual

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 04:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତିରେ ଦଳୀୟ ଛକାପଞ୍ଝା ସବୁବେଳେ ଲାଗି ରହିଥାଏ। ଜଣକର ଛାଇ ପଡିଲେ ଅନ୍ୟ ଜଣକର ନାହି ଡିଏଁ। କିନ୍ତୁ ରାଜନୀତିରେ ଏମିତି କିଛି ନେତା ଅଛନ୍ତି, ଯିଏ ଅନ୍ୟ ଦଳର ନେତା ପାଇଁ ସୁପାରିଶ କରିପାରନ୍ତି। ଆମେ କହୁଛି ବିଜେଡି-ବିଜେପିର ସମ୍ପର୍କର କଥା। ଜଣେ ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଆଉଜଣେ ତାଙ୍କ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଓ ମୁଖପାତ୍ର ପ୍ରଶାନ୍ତ ନନ୍ଦ। ପଦ୍ମ ସମ୍ମାନ ପାଇଁ ସୁପାରିଶ କରି ପ୍ରଶାନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଜୁଏଲ। ଥରେ ନୁହେଁ ଦୁଇ ଦୁଇ ଥର ପ୍ରଶାନ୍ତଙ୍କ ପାଇଁ ସୁପାରିଶ କରିଛନ୍ତି ଜୁଏଲ ଓରାମ।

ଚିଠିରେ ପ୍ରଶାନ୍ତଙ୍କୁ ୨୦୧୭ ପାଇଁ ପଦ୍ମସମ୍ମାନ ଦେବାକୁ ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛନ୍ତି ଜୁଏଲ। ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ପ୍ରଶାନ୍ତଙ୍କ ଜୟ ଜୟକାର କରାଯାଇଛି। ପ୍ରଶାନ୍ତ ଅତୀତରେ ପାଇଥିବା ପୁରସ୍କାରର ଅବତାରଣା କରି ପଦ୍ମ ପାଇଁ ପୁରା ଫିଟ୍‌ ବୋଲି ଜୁଏଲ ଚିଠିରେ ଲେଖିଛନ୍ତି।  କେବଳ ଏହି ବର୍ଷ ପାଇଁ ନୁହେଁ ୨୦୧୬ରେ ମଧ୍ୟ ସେ ପ୍ରଶାନ୍ତଙ୍କ ନାଁ ସୁପାରିଶ କରିଥିଲେ।

ଜୁଏଲ କହିଛନ୍ତି- “ପ୍ରଶାନ୍ତ ନନ୍ଦ ଜଣେ ବରିଷ୍ଠ କଳାକାର। ସେ ଆଗରୁ ଆମ ଦଳରେ ମଧ୍ୟ ଥିଲେ। ତାଙ୍କ ପାଇଁ ମୁଁ ଦୁଇଥର ସୁପାରିଶ କରିଛି। ଜଣେ କାଳାକାର ହିସାବରେ ସେ ସମ୍ମାନ ପାଇବା ଦରକାର।”

ପ୍ରଶାନ୍ତ ନନ୍ଦ କହିଛନ୍ତି- “ପଦ୍ମ ସମ୍ମାନ ଦେବା ପାଇଁ ଜୁଏଲ ଦୁଇଥର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ। କିନ୍ତୁ ଏବର୍ଷ କରିଛନ୍ତି କି ନାହିଁ ଜାଣିନାହିଁ। ଯଦି ସୁପାରିଶ କରିଥିବେ ସେଇଟା ତାଙ୍କ ମହତ ପଣିଆ।”

୨୦୧୭ ପଦ୍ମ ସମ୍ମାନ ପାଇଁ ଜୁଏଲ କେବଳ ପ୍ରଶାନ୍ତଙ୍କ ନାଁ ସୁପାରିଶ କରିଛନ୍ତି ତା ନୁହେଁ। ଓଡିଶାର ଆଉ କିଛି ପ୍ରତିଷ୍ଠିତ ଲୋକଙ୍କ ନାଁ ମଧ୍ୟ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ। ଏମାନଙ୍କ ଭିତରେ ଅଚ୍ୟୁତ ସାମନ୍ତଙ୍କ ନାଁ ମଧ୍ୟ ରହିଛି।

Related story