ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲା: ଜୁଏଲ କହିଲେ ପ୍ରମାଣିତ ହେଲେ ଇସ୍ତଫା ଦେବି

ନୂଆଦିଲ୍ଲୀ: ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ନେଇ ରାଜନୀତି ଜୋର ଧରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ବିଜେଡିର ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଥିଲେ। ଆଉ ଆଜି ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ସେ କହିଛନ୍ତି,”ମୋ ବିରୋଧରେ ବିଜେଡ଼ି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଯଦି ମୋ ବିରୋଧରେ ଏହା ପ୍ରମାଣିତ ହେଲେ, ମୁଁ ପଦରୁ ଇସ୍ତଫା ଦେବି। ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ […]

jual

Rakesh Mallick
  • Published: Sunday, 30 July 2017
  • , Updated: 30 July 2017, 08:23 PM IST

ନୂଆଦିଲ୍ଲୀ: ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା ନେଇ ରାଜନୀତି ଜୋର ଧରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିରୋଧରେ ବିଜେଡିର ମିଥ୍ୟା ସତ୍ୟପାଠ ଅଭିଯୋଗ ଆଣିଥିଲେ। ଆଉ ଆଜି ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ସେ କହିଛନ୍ତି,”ମୋ ବିରୋଧରେ ବିଜେଡ଼ି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଯଦି ମୋ ବିରୋଧରେ ଏହା ପ୍ରମାଣିତ ହେଲେ, ମୁଁ ପଦରୁ ଇସ୍ତଫା ଦେବି। ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳୀୟ ଆକାଉଣ୍ଟରେ ଯେଉଁ କୋଟି କୋଟି ଟଙ୍କା ଅଘୋଷିତ ସୂତ୍ରରୁ ଜମା କରିଛନ୍ତି, ତାହାର ପ୍ରମାଣ ମିଳିବା ପରେ ମୋ ବିରୋଧରେ ବିବାଦ ଛିଡ଼ା କରିବାକୁ ଅପଚେଷ୍ଟା କରାଯାଉଛି। ଏଭଳି ଆକାଉଣ୍ଟ ବିବାଦ ଯୋଗୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ।”

ଜୁଏଲଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- “ଆମେ ତାଙ୍କୁ ଯାହା ପ୍ରଶ୍ନ ପଚାରିଥିଲୁ ତାହାର ଉତ୍ତର ପାଇଲୁ ନାହିଁ। ସେ ଗୋଟେ ରାଜନୈତିକ ଉତ୍ତର ଦେଲେ। ସେ ଜାଣିବା ଦରକାର ଯଦି କୋର୍ଟରେ ସେ ମିଥ୍ୟା ପ୍ରମାଣିତ ହେଲେ ଇସ୍ତଫା ଦେବାକୁ ବାଧ୍ୟ।”

ସୂଚନାଯୋଗ୍ୟ, ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଅଭିଯୋଗ କରିଥିଲା ଯେ, ଜୁଏଲ୍ ତାଙ୍କ ସତ୍ୟପାଠର ସିଡ୍ୟୁଲ୯ରେ ଚେକ୍ ମାଧ୍ୟମରେ ୭ ଲକ୍ଷ ୨୭ ହଜାର ୭୮ ଟଙ୍କା ଓ କ୍ୟାସ୍ ମାଧ୍ୟମରେ ୨୦ ହଜାର ଟଙ୍କା ପାଇଥିବା ଦର୍ଶାଇଛନ୍ତି। କିନ୍ତୁ ତାଙ୍କର ନିର୍ବାଚନୀ ଖର୍ଚ୍ଚ ବାବଦ ବିସ୍ତୁତ ବିବରଣୀରେ ଯାହା ଦର୍ଶାଇଛନ୍ତି, ସେଥିରେ ତାଳମେଳ ରହୁନି ବୋଲି ବିଜେଡି ଅଭିଯୋଗ କରିଥିଲା।

Related story