ବାଣୀବିହାର ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ବେଳେ ଅଘଟଣ: ଅଟକ କାରରେ ଯୁବତୀଙ୍କ ମୃତ୍ୟୁ

ଭୁବନେଶ୍ୱର: ନିର୍ବାଚନ ବନ୍ଦ ନେଇ ବାଣୀବିହାରର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ରୋକ କରିଥିବା ବେଳେ ଘଟିଛି ଅଘଟଣ। ରାସ୍ତାରୋକ ବେଳେ ସେଠାରେ ଅଟକି ଯାଇଥିବା ଏକ କାରରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମନ। ତାଙ୍କ ଘର ଜାମସେଦପୁରରେ। ସେ ଭୁବନେଶ୍ୱରରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ନିର୍ବାଚନ ବନ୍ଦ କରିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ପକ୍ଷରୁ ନିଷ୍ପତ୍ତି […]

GirlDeath

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 01:50 PM IST

[caption id="attachment_35627" align="alignleft" width="183"] ମୃତ ଯୁବତୀ[/caption]

ଭୁବନେଶ୍ୱର: ନିର୍ବାଚନ ବନ୍ଦ ନେଇ ବାଣୀବିହାରର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ରୋକ କରିଥିବା ବେଳେ ଘଟିଛି ଅଘଟଣ। ରାସ୍ତାରୋକ ବେଳେ ସେଠାରେ ଅଟକି ଯାଇଥିବା ଏକ କାରରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମନ। ତାଙ୍କ ଘର ଜାମସେଦପୁରରେ। ସେ ଭୁବନେଶ୍ୱରରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ନିର୍ବାଚନ ବନ୍ଦ କରିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ପକ୍ଷରୁ ନିଷ୍ପତ୍ତି ହେବା ପରେ ଆଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଧାରଣା ଦେବା ସହ ଜାତୀୟ ରାଜପଥ ୫କୁ ମଧ୍ୟ କିଛି ସମୟ ପାଇଁ ଅବରୋଧ କରିଥିଲେ। ଜାତୀୟ ରାଜପଥ ଅବରୋଧ ବେଳେ ଅନେକ ଗାଡ଼ିମଟର ଅଟକି ଯାଇଥିଲା। ମୃତ ଯୁବତୀ ଜଣଙ୍କ ମଧ୍ୟ ଫସି ଯାଇଥିଲେ। ସେ ନିଜେ ଗାଡ଼ି ଚଲାଉଥିଲେ। ଗାଡ଼ି ରୋକିବା ପାଇଁ କିଛି ଛାତ୍ର ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଏହା ପରେ ସେ ନିଜ କାରର କାଚ ବନ୍ଦ କରି ଦେଇଥିଲେ। ଏହା ପରେ ତାଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପୋଲିସ୍ ଉଦ୍ଧାର କରି କ୍ୟାପିଟାଲ୍ ହସପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ତିନି ଜଣ ଲେଡି ଡାକ୍ତର ପରୀକ୍ଷା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଯୁବତୀ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ତାଙ୍କର ମୃତଶରୀରକୁ କ୍ୟାପିଟାଲ ହସପିଟାଲର ଶବଗୃହରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ଶବବ୍ୟବଚ୍ଛେଦ କରାଯିବ। ଶବବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯେ ହୋଇଥାଇପାରେ ଯୁବତୀ ଜଣଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବ। ତେବେ ଶବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଡିସିପିଙ୍କ ହସ୍ତକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନେ ରାଜପଥରୁ ହଟି ଥିଲେ ଓ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Related story