ଜୁନ୍ ୩୦ ଯାଏଁ ରାଜ୍ୟରେ ବିଦ୍ୟୁତ୍ କାଟ୍‌ ହେବ ନାହିଁ: ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ

ଭୁବନେଶ୍ୱର: ଜୁନ୍ ୩୦ ଯାଏଁ ରାଜ୍ୟରେ ବିଦ୍ୟୁତ୍ କାଟ୍‌ ହେବ ନାହିଁ। ରାଜ୍ୟରେ  ବିଦ୍ୟୁତ ସଙ୍କଟ ସ୍ଥିତିର ସମୀକ୍ଷା କରିବା ପରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ  ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ମୌସୁମୀ ବିଳମ୍ବ ଆସିବା ନେଇ  ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡିକରେ ଆମେ  ପାଣି ଗଚ୍ଛିତ ରଖିଥିଲୁ। ତାହା ଏବେ କାର୍ଯ୍ୟରେ ଆସିବ। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଜଳ ଭଣ୍ଡାରରେ ଜଳ ଗଚ୍ଛିତ ରହିଛି। ବାଲିମେଳାରେ ୩୦ ଫୁଟ୍, କୋଲାବରେ […]

p

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 10:02 AM IST

ଭୁବନେଶ୍ୱର: ଜୁନ୍ ୩୦ ଯାଏଁ ରାଜ୍ୟରେ ବିଦ୍ୟୁତ୍ କାଟ୍‌ ହେବ ନାହିଁ। ରାଜ୍ୟରେ  ବିଦ୍ୟୁତ ସଙ୍କଟ ସ୍ଥିତିର ସମୀକ୍ଷା କରିବା ପରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ  ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ମୌସୁମୀ ବିଳମ୍ବ ଆସିବା ନେଇ  ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡିକରେ ଆମେ  ପାଣି ଗଚ୍ଛିତ ରଖିଥିଲୁ। ତାହା ଏବେ କାର୍ଯ୍ୟରେ ଆସିବ। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଜଳ ଭଣ୍ଡାରରେ ଜଳ ଗଚ୍ଛିତ ରହିଛି। ବାଲିମେଳାରେ ୩୦ ଫୁଟ୍, କୋଲାବରେ ୩ ମିଟର ଜଳ ଗଚ୍ଛିତ ରହିଛି। ବର୍ତ୍ତମାନ ରାଜ୍ୟର ପିକ୍ ଆୱାରରେ ୪,୧୦୦ମେଗାୱାଟ୍ ବିଜୁଳି ଆବଶ୍ୟକ ହେଉଛି। ରାଜ୍ୟରେ ହାରାହାରି ୩୩୦୦-୪୦୦୦ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଛି । ପଞ୍ଜାବରୁ ପାୱାର ବ୍ୟାଙ୍କିଂ ଜରିଆରେ ୫୦ରୁ ୬୦ ମେଗାୱାଟ ବିଜୁଳି ଅଣାଯାଉଛି।”

ଶକ୍ତିମନ୍ତ୍ରୀ କହିଛନ୍ତି ଯେ  ମେ’ ୩୧ ତାରିଖରେ  ପୁଣି ଏକ ସମୀକ୍ଷା ବୈଠକ ହେବ। ଜୁନ ୩୦ ପରେ  ବିଜୁଳିକାଟ୍ ହେବ କି ନାହିଁ ଏହି ବୈଠକରେ  ସ୍ଥିର କରାଯିବ।

ସୂଚନାଯୋଗ୍ୟ, ଏପ୍ରିଲ୨୬ ତାରିଖରେ ସଚିବାଳୟରେ  ବସିଥିବା ବୈଠକରେ ଆସନ୍ତା ମେ’ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି  ନିଷ୍ପତ୍ତି ନିଆଯାଇଥିଲା।

Related story