ଧାନ ବିଲରେ ବଣୁଆ ହାତୀ

<p>କେନ୍ଦୁଝର(ଓଡିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ରାମଚନ୍ଦ୍ରପୁର ଗାଁରେ ହାତୀଙ୍କ ଉପଦ୍ରବ। ଗାଁକୁ ଲାଗି ରହିଥିବା ଜଙ୍ଗଲରୁ ବଣୁଆ ହାତୀ ଚାଲିଆସି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହି ହାତୀ ପଲରେ ଅଛନ୍ତି ୯ଟି ହାତୀ ଅଛନ୍ତି। ଏମାନେ ଧାନ ଖାଇବାକୁ ଆସି ଏକର ଏକର ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ବନ ବିଭାଗ ଓ ଗାଁ ଲୋକେ ମିଶି ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।</p> <p>ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବହୁ ଜଙ୍ଗଲ ରହିଥିଲା। ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଓ ଶିଳ୍ପ ପ୍ରୀତି ଯୋଗୁଁ ଜଙ୍ଗଲ ନଷ୍ଟ ହୋଇଛି। ଯାହାଫଳରେ ବନ୍ୟ ଜୀବଜନ୍ତୁ ଗ୍ରାମାଭୀମୁଖି ହେଉଛନ୍ତି। କେତେବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷ ମରୁଛନ୍ତି ତ ଆଉ କେତେବେଳେ ମଣିଷଙ୍କ ଆକ୍ରମଣରେ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି। ଏହି ବିବାଦ ଦୀର୍ଘ ଦିନରୁ ଲାଗି ରହିଥିବାରୁ ଘଟଣାର ସମାଧାନ ହୋଇପାରୁନାହିଁ। ଅନ୍ୟପକ୍ଷରେ ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେଉଥିବା ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକେ ଭୟରେ କାଳାତିପାତ କରୁଛନ୍ତି।</p>

Ordigital Desk
  • Published: Wednesday, 23 August 2017
  • Updated: 23 August 2017, 05:58 PM IST
<p>କେନ୍ଦୁଝର(ଓଡିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ରାମଚନ୍ଦ୍ରପୁର ଗାଁରେ ହାତୀଙ୍କ ଉପଦ୍ରବ। ଗାଁକୁ ଲାଗି ରହିଥିବା ଜଙ୍ଗଲରୁ ବଣୁଆ ହାତୀ ଚାଲିଆସି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହି ହାତୀ ପଲରେ ଅଛନ୍ତି ୯ଟି ହାତୀ ଅଛନ୍ତି। ଏମାନେ ଧାନ ଖାଇବାକୁ ଆସି ଏକର ଏକର ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ବନ ବିଭାଗ ଓ ଗାଁ ଲୋକେ ମିଶି ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।</p><p>ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବହୁ ଜଙ୍ଗଲ ରହିଥିଲା। ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଓ ଶିଳ୍ପ ପ୍ରୀତି ଯୋଗୁଁ ଜଙ୍ଗଲ ନଷ୍ଟ ହୋଇଛି। ଯାହାଫଳରେ ବନ୍ୟ ଜୀବଜନ୍ତୁ ଗ୍ରାମାଭୀମୁଖି ହେଉଛନ୍ତି। କେତେବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷ ମରୁଛନ୍ତି ତ ଆଉ କେତେବେଳେ ମଣିଷଙ୍କ ଆକ୍ରମଣରେ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି। ଏହି ବିବାଦ ଦୀର୍ଘ ଦିନରୁ ଲାଗି ରହିଥିବାରୁ ଘଟଣାର ସମାଧାନ ହୋଇପାରୁନାହିଁ। ଅନ୍ୟପକ୍ଷରେ ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେଉଥିବା ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକେ ଭୟରେ କାଳାତିପାତ କରୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos