କଳାହାଣ୍ଡି: କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଲାମୁଣ୍ଡାରେ କୀଟନାଶକ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ଭୋଇ। ମରୁଡ଼ି ଯୋଗୁ ଚାଷ ଉଜୁଡି ଯିବାରୁ ଚିନ୍ତାରେ ଥିବା ପୂର୍ଣ୍ଣଚନ୍ଦ୍ର ଗତକାଲି ଘରେ ଥିବା ଘାସମରା ଔଷଧ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କୀୟ ମହେନ୍ଦ୍ର ପ୍ରଧାନ କହିଛନ୍ତି, “ଚାଷ […]

chasi

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 08:00 AM IST

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଲାମୁଣ୍ଡାରେ କୀଟନାଶକ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ଭୋଇ। ମରୁଡ଼ି ଯୋଗୁ ଚାଷ ଉଜୁଡି ଯିବାରୁ ଚିନ୍ତାରେ ଥିବା ପୂର୍ଣ୍ଣଚନ୍ଦ୍ର ଗତକାଲି ଘରେ ଥିବା ଘାସମରା ଔଷଧ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ସମ୍ପର୍କୀୟ ମହେନ୍ଦ୍ର ପ୍ରଧାନ କହିଛନ୍ତି, “ଚାଷ କରିବାକୁ ଗ୍ରାମ୍ୟ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ କରିଥିଲେ। ୪୦,୦୦୦ ଟଙ୍କା ମହାଜନୀ ଋଣ କରିବା ସହ ୩ ଭରି ସୁନା ବନ୍ଧକ ରଖିଥିଲେ। ମରୁଡି ଯୋଗୁଁ ୩ ଏକର ଜମିରେ କରିଥିବା ଧାନ ଚାଷ ଉଜୁଡି ଯାଇଥିଲା। ସ୍ଥିତି ଏପରି ହୋଇଥିଲା ପୁଅ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ତା’ର ନାମ ଲେଖାଇ ପାରି ନ ଥିଲେ। ଏସବୁ କଥାକୁ ନେଇ କିଛିଦିନ ହେବ ସେ ଋଣ ପରିଶୋଧ କରିବା ଚିନ୍ତାରେ ଥିଲେ। ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ।”

Related story