ପାରଳା ପ୍ୟାଲେସ୍‌ ମୃତ୍ୟୁ ରହସ୍ୟ: କଲ୍ୟାଣୀ ଦେବୀଙ୍କୁ ଏସଆଇଟିର ପଚରାଉଚରା

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟା ଘଟଣାରେ ପାରଳା ମହାରାଜାଙ୍କ ଝିଅ କଲ୍ୟାଣୀ ଦେବୀଙ୍କୁ ଆଜି ସକାଳେ ପୁରୁଣାପାଟଣା ସ୍ଥିତ ଏକ ଲଜ୍‌ରେ ଏସଆଇଟି ଟିମ୍ ପଚରାଉଚରା କରିଛି। କଲ୍ୟାଣୀ ଦେବୀଙ୍କୁ ଏସଆଇଟି କେଉଁ ବିଷୟରେ ପଚରାଉଚରା କରିଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଆତ୍ମହତ୍ୟା କରିଥିବା ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ସୁଇସାଇଡ୍‌ ନୋଟ୍‌ରେ ସ୍ଥାନୀୟ ବିଧାୟକ କେ. ସୁରିୟା ରାଓଙ୍କ ସମେତ ବିଜେଡି, ବିଜେପି ଓ କଂଗ୍ରେସର ବହୁ ନେତାଙ୍କ ନାଁ ରହିଛି। ଏହାସହ […]

gajpati

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 11:32 AM IST

ପାରଳାଖେମୁଣ୍ଡି: ପାରଳା ଗଣ ଆତ୍ମହତ୍ୟା ଘଟଣାରେ ପାରଳା ମହାରାଜାଙ୍କ ଝିଅ କଲ୍ୟାଣୀ ଦେବୀଙ୍କୁ ଆଜି ସକାଳେ ପୁରୁଣାପାଟଣା ସ୍ଥିତ ଏକ ଲଜ୍‌ରେ ଏସଆଇଟି ଟିମ୍ ପଚରାଉଚରା କରିଛି। କଲ୍ୟାଣୀ ଦେବୀଙ୍କୁ ଏସଆଇଟି କେଉଁ ବିଷୟରେ ପଚରାଉଚରା କରିଛି ତାହା ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ଆତ୍ମହତ୍ୟା କରିଥିବା ଅନଙ୍ଗ ମଞ୍ଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ସୁଇସାଇଡ୍‌ ନୋଟ୍‌ରେ ସ୍ଥାନୀୟ ବିଧାୟକ କେ. ସୁରିୟା ରାଓଙ୍କ ସମେତ ବିଜେଡି, ବିଜେପି ଓ କଂଗ୍ରେସର ବହୁ ନେତାଙ୍କ ନାଁ ରହିଛି। ଏହାସହ ଏଥିରେ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍‌ ଚ୍ୟାନେଲର ନାମ ମଧ୍ୟ ରହିଛି। ଏହି ବ୍ୟକ୍ତି ବିଶେଷ ଓ ନ୍ୟୁଜ୍‌ ଚ୍ୟାନେଲ୍‌ ସେମାନଙ୍କୁ ଦିନରାତି ବଦନାମ କରିବା ସହ ଅପଦସ୍ତ କରିବାରୁ ସେମାନେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି।

ମୃତକଙ୍କ ସୁଇସାଇଡ୍‌ ନୋଟ୍‌ରେ ଯେଉଁମାନଙ୍କ ନାଁ ରହିଛି, ସେମାନଙ୍କୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଡାକିବ ବୋଲି ଜଣାପଡିଛି। ୩ ଜଣଙ୍କର ବିଷକ୍ରିୟାରେ ମୃତ୍ୟୁ ହୋଇଥିବା ବେଳେ ଓ ଜଣଙ୍କର ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

କଲ୍ୟାଣୀ ଦେବୀ କହିଛନ୍ତି,“ ଗଜପତି ମହାରାଜାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଥିବାରୁ ମୁଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ଅନଙ୍ଗ ମଞ୍ଜରୀ ଓ ତାଙ୍କର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ନେଇ ମୁଁ ଦୁଃଖିତ। ”

Related story