କଲ୍ୟାଣସିଂହପୁର:  ମିଳିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହା ହେବା ବେଳେ ମହିଳାଙ୍କ ସନ୍ତାନ ପ୍ରସବ

କଲ୍ୟାଣସିଂହପୁର:  ଆମ୍ୱୁଲାନ୍ସ ନ ପାଇ ଖଟିଆରେ ବୁହା ହୋଇ ମେଡିକାଲକୁ ଗଲେ ପ୍ରସୂତି ମହିଳା। ହସ୍‌ପିଟାଲରେ ପହଞ୍ଚିବା ପୂର୍ବରୁ  ସେଇ ଖଟିଆରେ  ହିଁ ପ୍ରସବ କଲା ମା’ । ଏଭଳି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ। ନୂଆସାହି ଗାଁର ମହିଳା ମମି କୌଶଲ୍ୟାଙ୍କ ପରିବାର ଲୋକେ ୧୦୨ କିମ୍ୱା ୧୦୮ ଆମ୍ୱୁଲାନ୍ସର ସୁବିଧା ନ ପାଇବାରୁ  ବାଧ୍ୟ ହୋଇ ୩ କିଲୋମିଟର  ଖଟିଆରେ ବୋହି ଡାକ୍ତରଖାନାକୁ ଆଣିଥିଲେ। ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

kal

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 07:23 AM IST

କଲ୍ୟାଣସିଂହପୁର:  ଆମ୍ୱୁଲାନ୍ସ ନ ପାଇ ଖଟିଆରେ ବୁହା ହୋଇ ମେଡିକାଲକୁ ଗଲେ ପ୍ରସୂତି ମହିଳା। ହସ୍‌ପିଟାଲରେ ପହଞ୍ଚିବା ପୂର୍ବରୁ  ସେଇ ଖଟିଆରେ  ହିଁ ପ୍ରସବ କଲା ମା’ । ଏଭଳି ଏକ ସମ୍ୱେଦନଶୀଳ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ। ନୂଆସାହି ଗାଁର ମହିଳା ମମି କୌଶଲ୍ୟାଙ୍କ ପରିବାର ଲୋକେ ୧୦୨ କିମ୍ୱା ୧୦୮ ଆମ୍ୱୁଲାନ୍ସର ସୁବିଧା ନ ପାଇବାରୁ  ବାଧ୍ୟ ହୋଇ ୩ କିଲୋମିଟର  ଖଟିଆରେ ବୋହି ଡାକ୍ତରଖାନାକୁ ଆଣିଥିଲେ।

ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସୁଦ୍ଧା ତୁରନ୍ତ ଚିକିତ୍ସା ମିଳି ନ ଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପହଞ୍ଚିବାର ଅଧଘଣ୍ଟା ପର୍ଯ୍ୟନ୍ତ କୌଣସି ଡାକ୍ତରଙ୍କ ଦେଖା ନ ଥିଲା। ଶେଷରେ ଜଣେ ଆଶା ଦିଦି ଆସି ଚିକିତ୍ସା କରିଥିବା ପରିବାର ଲୋକେ କହିଛନ୍ତି। ତେବେ ଘଟଣାର ତଦନ୍ତ କରାଯିବ ବୋଲି  ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ କହିଛନ୍ତି।

ରାୟଗଡ଼ା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି କହିଛନ୍ତି, “ଆମ୍ୱୂଲାନ୍ସ ଯିବା ବେଳକୁ ରୋଗୀ  ହସ୍ପିଟାଲ୍ ଆସି ସାରିଥିଲେ। ଏହା ଏକ ମାନବିକତାର ପ୍ରଶ୍ନ। ଏହି ଘଟଣା ପାଇଁ ମୁଁ ନିଜକୁ ଦୋଷୀ ମଣୁଛି ଏବଂ ମୁଁ ଆଶା କରୁଛି ଏଭଳି ଜିନିଷ ଆଉ ଥରେ  ଯେପରି ନ ହୁଏ। ବର୍ତ୍ତମାନ ଉପ-ଜିଲ୍ଲାପାଳ, ବିଡିଓ ଏବଂ ସିଡିପିଓଙ୍କୁ ହସ୍ପିଟାଲ ଯିବାକୁ କୁହାଯାଇଛି। ସମ୍ପୃକ୍ତ ମହିଳାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ଚେଷ୍ଟା କରାଯିବ।”

ଗତକାଲି ଆମ୍ୱୁଲାନ୍ସ ପହଞ୍ଚିବାରେ ବିଳମ୍ୱ ହୋଇଥିବା କାରଣରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା।

Related story