ଆଶୋକଙ୍କ ବିସ୍ଫୋରକ ବୟାନ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲି

ଭୁବନେଶ୍ୱର: ଆଜି ପୁଣି ଥରେ ବିଜେପୁର ଆସନକୁ ନେଇ ବିସ୍ଫୋରଣ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ।  ୨୦୧୪ ନିର୍ବାଚନ ସମୟର ଗୁମର ଫିଟାଇଛନ୍ତି ଅଶୋକ। ସେ କହିଛନ୍ତି, “୨୦୧୪ ମସିହାରେ ମୁଁ ପ୍ରାର୍ଥୀ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଥିଲା। କଳ୍ପତରୁ ଦାସ ଥିଲେ ସବୁ କିଛି ସ୍ପଷ୍ଟ ହୋଇ ଯାଇଥାନ୍ତା। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ କଳ୍ପତରୁ ମୋ’ ସହ କଥା ହୋଇଥିଲେ ଓ ମୋତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 10:02 AM IST

ଭୁବନେଶ୍ୱର: ଆଜି ପୁଣି ଥରେ ବିଜେପୁର ଆସନକୁ ନେଇ ବିସ୍ଫୋରଣ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ।  ୨୦୧୪ ନିର୍ବାଚନ ସମୟର ଗୁମର ଫିଟାଇଛନ୍ତି ଅଶୋକ। ସେ କହିଛନ୍ତି, “୨୦୧୪ ମସିହାରେ ମୁଁ ପ୍ରାର୍ଥୀ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଥିଲା। କଳ୍ପତରୁ ଦାସ ଥିଲେ ସବୁ କିଛି ସ୍ପଷ୍ଟ ହୋଇ ଯାଇଥାନ୍ତା। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ କଳ୍ପତରୁ ମୋ’ ସହ କଥା ହୋଇଥିଲେ ଓ ମୋତେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ କହିଥିଲେ। ସ୍ୱାଧୀନ ପ୍ରାର୍ଥୀ ହେଲେ ଦଳ ବିରୋଧୀ ହେବ ବୋଲି ମୁଁ କହିଥିଲି। କିନ୍ତୁ କଳ୍ପତରୁ କହିଥିଲେ ତୁମେ ଛିଡ଼ା ହୁଅ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି।”

କଳ୍ପତରୁଙ୍କ କଥାରେ ବିଶ୍ୱାସ କରି ସ୍ୱାଧୀନ ପ୍ରାର୍ଥୀ ହେଲି। ହେଲେ ନିର୍ବାଚନ ପରେ ଦଳ ବିରୋଧୀ କାର୍ଯ୍ୟ କହି ମୋତେ ଦଳରୁ ବହିଷ୍କାର କରାଗଲା ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଅଶୋକ। ସେ ଆହୁରି କହିଛନ୍ତି, ଗତ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ବିଜେଡିରୁ ଠିଆ ହୋଇ ବିଜେପୁରରୁ ହାରିଥିଲେ। ଉପ ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରାଯିବାରେ ଅସୁବିଧା କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Related story