କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ତୈଳଦର ହ୍ରାସ ପାଇବାରୁ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୧ ପଇସା ଓ ଡିଜେଲ ଲିଟର ପିଛା ୭୧ ପଇସା ହ୍ରାସ ପାଇଛି। ଗତ ମେ ମାସ ମଧ୍ୟରେ ତିନିଥର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଏବେ ଏହି ଦର ସହ ପେଟ୍ରୋଲ ଦର ଲିଟର ପିଛା ୬୬ ଟଙ୍କା ୬୨ପଇସା ଲିଟରରୁ ଖସି ଲିଟର ପିଛା ୬୬ ଟଙ୍କା ୯୩ ପଇସାରେ ପହଞ୍ଚି ଥିବା ବେଳେ […]

petrol pump

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 04:58 PM IST

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ତୈଳଦର ହ୍ରାସ ପାଇବାରୁ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୧ ପଇସା ଓ ଡିଜେଲ ଲିଟର ପିଛା ୭୧ ପଇସା ହ୍ରାସ ପାଇଛି। ଗତ ମେ ମାସ ମଧ୍ୟରେ ତିନିଥର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଏବେ ଏହି ଦର ସହ ପେଟ୍ରୋଲ ଦର ଲିଟର ପିଛା ୬୬ ଟଙ୍କା ୬୨ପଇସା ଲିଟରରୁ ଖସି ଲିଟର ପିଛା ୬୬ ଟଙ୍କା ୯୩ ପଇସାରେ ପହଞ୍ଚି ଥିବା ବେଳେ ଡିଜେଲ ଦର ଲିଟର ପିଛା ୫୦ଟଙ୍କା ୨୨ପଇସାରେ ପହଞ୍ଚିଛି।ଅନ୍ୟପକ୍ଷରେ ଏହି ଦର ମଙ୍ଗଳବାର ମଧ୍ୟରାତ୍ରିରୁ ଲାଗୁ ହେବ ବୋଲି ଜଣାପଡିଛି।

ଏହା ପୂର୍ବରୁ ମେ’ ୧୫ ତାରିଖରେ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଥିଲେ। ପେଟ୍ରୋଲ ଦର ଲିଟର ପିଛା ଏକା ଥରକେ ୩ ଟଙ୍କା ୧୩ ପଇସା ବଢ଼ାଇ ଦେଇଥିଲେ। ସେହିପରି ଡିଜେଲ ଦରରେ ୨ ଟଙ୍କା ୧୭ ପଇସା ବଢ଼ାଇ ଦେଇଥିଲେ।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ମାସରୁ ଚଳିତ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ସରକାର ମୋଟ ୧୦ ଥର ପେଟ୍ରୋଲ ଦର ହ୍ରାସ କରିଥିଲେ। ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୋଟ ୧୭ ଟଙ୍କା ୧୧ ପଇସା କମି ଥିଲା। ସେହିପରି ଗତ ବର୍ଷ ଅକ୍ଟୋବର ମାସରୁ ଚଳିତ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ଡିଜେଲ ଦରରେ ମୋଟ ୬ ଥର ହ୍ରାସ କରାଯାଇଥିଲା। ଏହି ସମୟ ମଧ୍ୟରେ ଡିଜେଲ ଦର ଲିଟର ପିଛା ମୋଟ ୧୨ ଟଙ୍କା ୯୬ ପଇସା କମି ଥିଲା।

Related story