ମାଲକାନଗିରି: କାନାଗୋଡାରେ ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ମାଓ ଆତଙ୍କ। କାଲିମେଳା ଥାନା କାନଗୋଡ଼ା ଗାଁରେ ୨ଜଣଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ମୃତକ ଦୁଇ ଜଣ ହେଲେ ରାମା ମାଡ଼କାମୀ ଏବଂ ସମା। ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଛି। ଗତକାଲି ରାତିରେ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ରାମା ଏବଂ ସମାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ସେମାନଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପରେ ଗାଁରେ ଆତଙ୍କ ଖେଳି ଯାଇଛି।

malkangiri

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 07:28 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ମାଓ ଆତଙ୍କ। କାଲିମେଳା ଥାନା କାନଗୋଡ଼ା ଗାଁରେ ୨ଜଣଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ମୃତକ ଦୁଇ ଜଣ ହେଲେ ରାମା ମାଡ଼କାମୀ ଏବଂ ସମା। ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଛି।

ଗତକାଲି ରାତିରେ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ରାମା ଏବଂ ସମାଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ସେମାନଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପରେ ଗାଁରେ ଆତଙ୍କ ଖେଳି ଯାଇଛି।

Related story