କନ୍ଧମାଳ ଘଟଣା: ପ୍ରାଥମିକ ଅନୁସନ୍ଧାନ ସାରି ଗୁମୁଡୁମାହାରୁ ଫେରିଲା ଏସ୍‌ଆଇଟି ଟିମ୍

କଟକ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଗୁମୁଡୁମାହାରୁ ତାର ପ୍ରାଥମିକ ତଦନ୍ତ ଶେଷ କରି ଆଜି କଟକ ଫେରିଛି। ତଦନ୍ତକାରୀ ଦଳ ଘଟଣାସ୍ଥଳରେ ସରଜମିନ୍‌ ତଦନ୍ତ ପରେ ଜବତ ସାମଗ୍ରୀକୁ ଫରେନସିକ୍ ଲାବ୍‌କୁ ଟେଷ୍ଟ ପାଇଁ ପଠାଇଛି। ଗତ ୨୨ ତାରିଖରେ ଏସ୍‌ଆଇଟି ବାଲିଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଘଟଣାସ୍ଥଳରୁ ଜବତ ହୋଇଥିବା ଏସ୍‌ଓଜି ଯବାନଙ୍କ ଠାରୁ ୧୫ଟି ବନ୍ଧୁକ, ଖୋକା ଓ ମୃତକଙ୍କ […]

kandhmala

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 02:10 PM IST

କଟକ: କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଗୁମୁଡୁମାହାରୁ ତାର ପ୍ରାଥମିକ ତଦନ୍ତ ଶେଷ କରି ଆଜି କଟକ ଫେରିଛି। ତଦନ୍ତକାରୀ ଦଳ ଘଟଣାସ୍ଥଳରେ ସରଜମିନ୍‌ ତଦନ୍ତ ପରେ ଜବତ ସାମଗ୍ରୀକୁ ଫରେନସିକ୍ ଲାବ୍‌କୁ ଟେଷ୍ଟ ପାଇଁ ପଠାଇଛି। ଗତ ୨୨ ତାରିଖରେ ଏସ୍‌ଆଇଟି ବାଲିଗୁଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଘଟଣାସ୍ଥଳରୁ ଜବତ ହୋଇଥିବା ଏସ୍‌ଓଜି ଯବାନଙ୍କ ଠାରୁ ୧୫ଟି ବନ୍ଧୁକ, ଖୋକା ଓ ମୃତକଙ୍କ ପୋଷାକପତ୍ର ଦାଖଲ କରିଥିଲା।

ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନିର୍ଦ୍ଧାରଣ କରାଯିବ ବୋଲି ଏସ୍‌ଆଇଟି ମୁଖ୍ୟ ଏସ୍‌ପି ଗୁରୁଦାସ କୁଣ୍ଡୁ ସୂଚନା ଦେଇଛନ୍ତି।

Related story