ଦିନେ ଥିଲେ ୩୦ଟି ଦାମୀ କାର୍‌ର ମାଲିକ, ହେଲେ ଭଙ୍ଗା କୁଡ଼ିଆରେ ଗଲା ଶେଷ ନିଶ୍ୱାସ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସେ ଥିଲେ ପରାଧୀନ ଭାରତର ଶେଷ କରଦ ରାଜା। ଓଡିଶାରେ ଥିଲା ତାଙ୍କ ଉଆସ। ଜଣେ ଶିକାରୀ ରାଜା ଭାବେ ସେ ପରିଚିତ ଥିଲେ ସ୍ଥାନୀୟ ଅଞ୍ଚଳରେ। ହେଲେ ମୃତ୍ୟୁ ବେଳକୁ ଏକଦମ୍‌ ନିସ୍ୱ ହୋଇ ପଡିଥିଲେ ଏହି ରାଜା। ମୃତ୍ୟୁ ବେଳକୁ ଘର ଖଣ୍ଡିଏ ନ ଥିବାରୁ ଏକ ଭଙ୍ଗା କୁଡିଆରେ ସବୁଦିନ ପାଇଁ ଆଖି ବୁଜିଥିଲେ। ୨୦୧୫ ମସିହାରେ ୯୪ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପଢି ଆପଣଙ୍କୁ ତାଙ୍କ […]

raja

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 08:35 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସେ ଥିଲେ ପରାଧୀନ ଭାରତର ଶେଷ କରଦ ରାଜା। ଓଡିଶାରେ ଥିଲା ତାଙ୍କ ଉଆସ। ଜଣେ ଶିକାରୀ ରାଜା ଭାବେ ସେ ପରିଚିତ ଥିଲେ ସ୍ଥାନୀୟ ଅଞ୍ଚଳରେ। ହେଲେ ମୃତ୍ୟୁ ବେଳକୁ ଏକଦମ୍‌ ନିସ୍ୱ ହୋଇ ପଡିଥିଲେ ଏହି ରାଜା। ମୃତ୍ୟୁ ବେଳକୁ ଘର ଖଣ୍ଡିଏ ନ ଥିବାରୁ ଏକ ଭଙ୍ଗା କୁଡିଆରେ ସବୁଦିନ ପାଇଁ ଆଖି ବୁଜିଥିଲେ। ୨୦୧୫ ମସିହାରେ ୯୪ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ପଢି ଆପଣଙ୍କୁ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ହେଉଥିବ ନିଶ୍ଚିତ। ବାସ୍ତବରେ ଏ ହେଉଛନ୍ତି ଓଡିଶାର ଶେଷ କରଦ ରାଜା। ନାଁ ତାଙ୍କର ରାଜା ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ର। କଟକ ତିଗିରିଆରେ ଥିଲା ତାଙ୍କ ରାଜଧାନୀ ଓ ରାଜବାଟି। ଦେଶ ସ୍ୱାଧୀନ ହେବା ପରେ ସମସ୍ତ କରଦ ରାଜ୍ୟ ଏକତ୍ର ହୋଇଥିଲା। ଏହି ସମୟରେ ତିଗିରିଆ ରାଜାଙ୍କୁ ମଧ୍ୟ ନିଜ ରାଜ୍ୟ ହସ୍ତାନ୍ତର କରିବାକୁ ପଡିଥିଲା। ଆଉ ଏହା ପରେ ପରେ ଧିରେ ଧିରେ ସେ ନିସ୍ୱ ହେବାକୁ ଲାଗିଲେ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକଦା ସେ ହିଁ ଥିଲେ ଓଡିଶାର ଏକମାତ୍ର ବ୍ୟକ୍ତି ଯାହାଙ୍କ ପାଖରେ ରହିଥିଲା ୩୦ଟି ଦାମୀ କାର୍‌। ୩୦ ଜଣ ଦାସି ପରିବାରୀ ତାଙ୍କ ଉଆସରେ ଖଟୁଥିଲେ। ଜଣେ ଶିକାରୀ ରାଜା ଭାବେ ତାଙ୍କର କ୍ଷାତି ରହିଥିଲା। ନିଜ ଜୀବଦ୍ଦଶାରେ ସେ ୧୩ଟି ବାଘ ଓ  ୨୮ଟି ଚିତାବାଘ ଶିକାର କରିଥିଲେ।

Related story