କାରଗିଲ୍‌ ଯୁଦ୍ଧ ସମୟରେ ଭାରତୀୟ ସେନାକୁ ଜୋତା ଦେବାକୁ ମନା କରିଥିଲା ଏହି ୨ କମ୍ପାନୀ

ନୂଆଦିଲ୍ଲୀ: ଆଜି ବି କାରଗିଲ୍‌ ଯୁଦ୍ଧ ସମ୍ପର୍କରେ ଶୁଣିଲେ  ସବୁ  ଭାରତୀୟଙ୍କ ଲୋମ ଟାଙ୍କୁରୀ ଉଠେ। ସେତେବଳର ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଭାରତୀୟ ସେନାର ଲଢୁଆ ପରାକ୍ରମ ଆଗରେ ପାକିସ୍ତାନର ପରାଜିତ ହୋଇଥିଲା। ଏଥିପାଇଁ ଯେଉଁ ଯବାନମାନେ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗୀକୃତ କରି ପ୍ରାଣବଳି ଦେଇଥିଲେ ସେମାନେ ଚିର ନମସ୍ୟ। ହେଲେ କାରଗିଲ୍‌ ଯୁଦ୍ଧ  ସମୟରେ ଏପରି କିଛି ଘଟଣା ଘଟିଥିଲା ଯାହା ଲୋକଲୋଚନକୁ ଅଣାଯାଇ ନାହିଁ। କାରଗିଲ୍‌ […]

kargil

Rakesh Mallick
  • Published: Tuesday, 09 January 2018
  • , Updated: 09 January 2018, 06:42 PM IST

ନୂଆଦିଲ୍ଲୀ: ଆଜି ବି କାରଗିଲ୍‌ ଯୁଦ୍ଧ ସମ୍ପର୍କରେ ଶୁଣିଲେ  ସବୁ  ଭାରତୀୟଙ୍କ ଲୋମ ଟାଙ୍କୁରୀ ଉଠେ। ସେତେବଳର ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଭାରତୀୟ ସେନାର ଲଢୁଆ ପରାକ୍ରମ ଆଗରେ ପାକିସ୍ତାନର ପରାଜିତ ହୋଇଥିଲା। ଏଥିପାଇଁ ଯେଉଁ ଯବାନମାନେ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗୀକୃତ କରି ପ୍ରାଣବଳି ଦେଇଥିଲେ ସେମାନେ ଚିର ନମସ୍ୟ। ହେଲେ କାରଗିଲ୍‌ ଯୁଦ୍ଧ  ସମୟରେ ଏପରି କିଛି ଘଟଣା ଘଟିଥିଲା ଯାହା ଲୋକଲୋଚନକୁ ଅଣାଯାଇ ନାହିଁ। କାରଗିଲ୍‌ ଯୁଦ୍ଧ ସମ୍ପର୍କରେ ସେମିତି କିଛି କଥା କହିବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

କାରଗିଲ ଯୁଦ୍ଧ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନ ଭାରତକୁ ଧୋକ୍କା ଦେବା ସହ କାରଗିଲ୍‌ ପାହାଡ଼କୁ ଅକ୍ତିଆର କରିଥିଲା। ଏହି ସମୟରେ ସରକାର ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେବା ସହ ପାକିସ୍ତାନକୁ ବିରୋଧ କରାଯାଇଥିଲା। ଟାଇଗର ହିଲ୍‌ରେ ହୋଇଥିବା ଏହି ଯୁଦ୍ଧ। ଇତିହାସ ପୃଷ୍ଠାରେ ଏକ ଭୟଙ୍କର ଯୁଦ୍ଧ ଭାବେ ଲିପିବଦ୍ଧ ହୋଇ ରହିଛି। ଏହି ଯୁଦ୍ଧରେ ଭାରତୀୟ ସେନା ଅତ୍ୟନ୍ତ ଦୁଃସାହସର ସହ ଲଢେଇ କରିଥିଲା। ଯୁଦ୍ଧ ସମୟରେ  ଭାରତୀୟ ଯବାନଙ୍କୁ ପାହାଡ଼ ଉପରକୁ ଯିବାକୁ ପଡୁଥିଲା। ତେଣୁ  ଭାରତୀୟ ସେନାଙ୍କୁ ସେଶ୍ପାଲ୍‌ ମାଉଣ୍ଟେନ୍‌ ଜୋତା ଦରକାର ପଡ଼ିଥିଲା। ଏହି ସମୟରେ ଭାରତୀୟ ସେନା ପାଖରେ  “୭,୮,୯,୧୦’ ନମ୍ୱରର ସେଶ୍ପାଲ୍‌ ମାଉଣ୍ଟେନ୍‌ ଜୋତା ଥିଲା। ହେଲେ ଗୁର୍ଖା ସୌନ୍ୟଙ୍କ ପାଇଁ ଏହାର କମ୍‌ ସାଇଜ୍‌ର ଛୋଟ ଜୋତା ଷ୍ଟକ୍‌ ମିଳୁ ନ ଥିଲା।

ଏପରି ସ୍ଥିତିରେ  ଭାରତୀୟ ସେନା ପକ୍ଷରୁ ଜୋତା ପାଇଁ ଦାବି କରାଯାଇଥିଲା। ତେବେ ଏହି ସମୟରେ ଭାରତୀୟ ସେନା ପାଇଁ କାନପୁରର ଏକ କମ୍ପାନୀ ଜୋତା  ତିଆରି କରୁଥିଲା। କିନ୍ତୁ ସେ ସମୟରେ ଉକ୍ତ କମ୍ପାନୀ ଭାରତୀୟ ସେନାକୁ ଜୋତା ଦେବାକୁ ମନା କରି ଦେଇଥିଲା। ମିର୍ଜା ଟେନର୍ସ ଓ ସୁପାହାଉସ୍‌ ଟେନରୀ ଏହି ଦୁଇ କମ୍ପାନୀ ଭାରତୀୟ ସେନାଙ୍କ ପାଇଁ ଜୋତା ତିଆରି କରିବା ପାଇଁ ମନା କରି ଦେଇଥିଲେ। ଫଳରେ ସେନା ପକ୍ଷରୁ ଚିନ୍ତା ବଢ଼ି ଯାଇଥିଲା।

ଏହି ଜଟିଳ ସମୟରେ କାନପୁରର ଆଉ ଏକ କମ୍ପାନୀ ଭାରତୀୟ ସେନାକୁ ସାହାଯ୍ୟ କରିଥିଲା। ଏହି କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ନୀରଜ ଗୁପ୍ତା। ଏହି କମ୍ପାନୀ ଗୋଟିଏ ମାସ ମଧ୍ୟରେ  ୧୦,୦୦୦ରୁ ଅଧିକ ଜୋତା  ତିଆରି କରି ଭାରତୀୟ ସେନାକୁ ଯୋଗାଇ ଦେଇଥିଲା।

Related story