ଆସନ୍ତା  ଶିକ୍ଷାବର୍ଷରେ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୧୦୦ଟି ଆଦର୍ଶ ସ୍କୁଲ୍

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରେ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୧୦୦ଟି ଆଦର୍ଶ ସ୍କୁଲ୍। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଆଦର୍ଶ ସ୍କୁଲ୍ କାର୍ଯ୍ୟକ୍ଷମ ସଂପର୍କରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ପରେ ସେ ଦେଇଛନ୍ତି ଏହି ସୂଚନା। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ଶିକ୍ଷା ବର୍ଷରେ କାର୍ଯ୍ୟକ୍ଷମ ହେବାକୁ ଥିବା ୧୦୦ଟି ଆଦର୍ଶ ସ୍କୁଲ୍ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ମିଶାଇ ମୋଟ […]

debi

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 08:42 AM IST

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରେ ରାଜ୍ୟରେ କାର୍ଯ୍ୟକ୍ଷମ ହେବ ୧୦୦ଟି ଆଦର୍ଶ ସ୍କୁଲ୍। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଆଦର୍ଶ ସ୍କୁଲ୍ କାର୍ଯ୍ୟକ୍ଷମ ସଂପର୍କରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ପରେ ସେ ଦେଇଛନ୍ତି ଏହି ସୂଚନା।

ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ଶିକ୍ଷା ବର୍ଷରେ କାର୍ଯ୍ୟକ୍ଷମ ହେବାକୁ ଥିବା ୧୦୦ଟି ଆଦର୍ଶ ସ୍କୁଲ୍ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୧୭୭୨ ଜଣଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କ ମଧ୍ୟରେ ରହିବେ ୧୩୩୨ ଜଣ ଶିକ୍ଷକ। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଶିକ୍ଷକମାନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଶେଷ କରାଯିବ। ଏହି ସ୍କୁଲଗୁଡ଼ିକ ସଂପୂର୍ଣ୍ଣ ଭାବେ ନୂଆ ହେବ। ସ୍କୁଲଗୁଡ଼ିକର ଭିତ୍ତିଭୂମିଗୁଡ଼ିକୁ ମଧ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ କରାଯିବ। ଏପ୍ରିଲ୍ ମାସରୁ ପାଠପଢ଼ା ଆରମ୍ଭ କରାଯିବ। ଏହି ଆଦର୍ଶ ସ୍କୁଲଗୁଡ଼ିକର ପାଠ୍ୟକ୍ରମ ସିବିଏସଇ ଢାଞ୍ଚାରେ ହେବ। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ଯୋଗ୍ୟତା ଭଳି ଏହି ଆଦର୍ଶ ସ୍କୁଲଗୁଡ଼ିକର  ଶିକ୍ଷକମାନଙ୍କ ଯୋଗ୍ୟତା ରହିବ। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କୁ ଯେଉଁ ପ୍ରକ୍ରିୟାରେ ନିଯୁକ୍ତି  ଦିଆଯାଉଛି, ଆଦର୍ଶ ସ୍କୁଲଗୁଡ଼ିକରେ ମଧ୍ୟ ଶିକ୍ଷକମାନଙ୍କୁ ସେହିଭଳି ଭାବେ ନିଯୁକ୍ତି ଦିଆଯିବ।

ଏହି ୧୦୦ଟି ସ୍କୁଲ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୪୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପରବର୍ତ୍ତୀ ସମୟରେ ୬୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ବ୍ଲକରେ ଏଭଳି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ। ଅର୍ଥାତ ଭବିଷ୍ୟତରେ ପର୍ଯ୍ୟାୟକ୍ରମେ ୩୧୪ଟି ବ୍ଲକରେ ଏଭଳି ବିଦ୍ୟାଳୟ ନିର୍ମାଣ କରାଯିବ।

ଏହା ସହିତ ସେ କହିଛନ୍ତି ଯେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ସଂଗଠନ ଗଠନ କରାଯିବ। ସ୍କୁଲ୍ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଏହାର ସଭାପତି ରହିବେ।

Related story