ଜନ୍ମଦାତ୍ରୀ ମାଆ ଛାଡ଼ି ଚାଲିଗଲେ: ଆପଣେଇ ନେଲେ ସୁଇସ୍‌ ଦମ୍ପତି, ଆଜି ଶିଖର ଛୁଉଁଛନ୍ତି ଏହି ଭାରତୀୟ ବଂଶୋଦ୍ଭବ

ଜନ୍ମ କଲା ମାଆ ଡାକ୍ତରଖାନାରେ ନିଜ ଶିଶୁପୁତ୍ରକୁ ଛାଡି ଚାଲିଗଲା। ଦିନ ଗଡ଼ି ଗଲା, ଏବେ ଏହି ପିଲା ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି। ଆମେ କହୁଛୁ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ସଦସ୍ୟ ହୋଇଥିବା ୪୮ ବର୍ଷିୟ ନିକଲାଉସ୍‌ ସୋମୁଅଲ ଗଗରଙ୍କ କାହାଣୀ। ଜଣେ ଅନାଥ ପିଲା ସୁଇଜରଲ୍ୟାଣ୍ଡ ଯିବା ଓ ସେଠାରେ ଜୀବନର ସବୁ କଠିନ ପରିସ୍ଥିତିକୁ ସାମ୍ନା କରି ସେ ଦେଶର ପାର୍ଲାମେଣ୍ଟରେ ସଦସ୍ୟ ହେବା କିଛି କମ୍‌ କଥା […]

Niklaus

Niklaus

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 12:48 PM IST

Sports

Latest News

ଜନ୍ମ କଲା ମାଆ ଡାକ୍ତରଖାନାରେ ନିଜ ଶିଶୁପୁତ୍ରକୁ ଛାଡି ଚାଲିଗଲା। ଦିନ ଗଡ଼ି ଗଲା, ଏବେ ଏହି ପିଲା ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି। ଆମେ କହୁଛୁ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ସଦସ୍ୟ ହୋଇଥିବା ୪୮ ବର୍ଷିୟ ନିକଲାଉସ୍‌ ସୋମୁଅଲ ଗଗରଙ୍କ କାହାଣୀ। ଜଣେ ଅନାଥ ପିଲା ସୁଇଜରଲ୍ୟାଣ୍ଡ ଯିବା ଓ ସେଠାରେ ଜୀବନର ସବୁ କଠିନ ପରିସ୍ଥିତିକୁ ସାମ୍ନା କରି ସେ ଦେଶର ପାର୍ଲାମେଣ୍ଟରେ ସଦସ୍ୟ ହେବା କିଛି କମ୍‌ କଥା ନୁହେଁ। ଆସନ୍ତୁ ଜାଣିବା ନିକଲାଉସ୍‌ଙ୍କ ସଂଘର୍ଷମୟ ଜୀବନ ପଛର କାହାଣୀ।

୧ ମେ’ ୧୯୭୦ରେ କର୍ଣ୍ଣାଟକର ସିଏସ୍‌ଏଲ୍‌ ଲମ୍ବାର୍ଡ ମେମୋରିଆଲ୍‌ ହସ୍ପିଟାଲରେ ଜନ୍ମ ହୋଇଥିଲେ ନିକଲାଉସ୍‌। ଜନ୍ମ ପରେ ନିକଲାଉସ୍‌ଙ୍କୁ ତାଙ୍କ ମାଆ ଅନୁସୁୟା ଛାଡି ଚାଲି ଯାଇଥିଲେ। ଏକ ସପ୍ତାହ ମେଡିକାଲରେ ରହିବା ପରେ ଏକ ସୁଇସ୍ ଦମ୍ପତି ନିକଲାଉସ୍‌ଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରି ନେଇଥିଲେ। ଏହାପରେ ତାଙ୍କ ନୂଆ ବାପାମାଆ ତାଙ୍କୁ ନେଇ କେରଳ ଚାଲିଯାଇଥିଲେ।

ଏହି ସୁଇସ୍‌ ଦମ୍ପତିଙ୍କ ସହ ନିକଲାଉସ୍‌ ୪ ବର୍ଷ କେରଳରେ ରହିଥିଲେ। ଏହାପରେ ତାଙ୍କ ମାଆବାପା ତାଙ୍କୁ ସୁଇଜରଲ୍ୟାଣ୍ଡ ନେଇଯାଇଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ନିକଲାଉସ୍‌ଙ୍କ ସଂଘର୍ଷମୟ ଜୀବନ। ପାରିବାରିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଟ୍ରକ ଡ୍ରାଇଭର, ମାଳି ଓ ମିସ୍ତ୍ରୀ କାମ କରି ନିଜ ପାଠ ପଢ଼ା ଖର୍ଚ୍ଚ ଉଠାଉଥିଲେ ନିକଲାଉସ୍‌। କଠୋର ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ଆଜି ନିକଲାଉସ୍‌ ସଫଳତାର ଶିଖର ଛୁଇଁ ପାରିଛନ୍ତି।

ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଭାରତୀୟ ବଂଶୋଦ୍ଭବ ସଂସଦ ସମ୍ମିଳନୀ (ପିଆଇଓ)ରେ ସେ ଅଂଶ ଗ୍ରହଣ କରିଥିଲେ। ଏହି ସମୟରେ ସେ ତାଙ୍କ ସଂଘର୍ଷମୟ ଜୀବନ ଉପରୁ ପରଦା ଉଠାଇଥିଲେ।

ନିକଲାଉସ୍‌ କହିଥିଲେ, “ଜନ୍ମଦାତ୍ରୀ ମାଆ ଯେତେବେଳେ ମୋତେ ଡାକ୍ତରଖାନାରେ ଛାଡି ଚାଲିଗଲେ, ଡାକ୍ତରଙ୍କୁ ଅନୁରୋଧ ଥିଲେ ଯିଏ ମୋ ପୁଅକୁ ଠିକ୍‌ ଭାବେ ଭରଣ ପୋଷଣ କରି ପାରିବ ସେହି ଦମ୍ପତିଙ୍କୁ ତାକୁ ଦେଇଦେବ। ତାଙ୍କ ଅନୁରୋଧ ଅନୁସାରେ ଡାକ୍ତର ଫ୍ରିଜ୍‌ ଓ ଏଲିଜାବେଥ ଗଗରଙ୍କ କୋଳରେ ମୋତେ ଟେକି ଦେଇଥିଲେ।”

ସେ ଆହୁରି କହିଛନ୍ତି,“ କେରଳରେ ୪ ବର୍ଷ ରହିଲି। ଏଠାରେ ମୋ ମାଆ ଏଲିଜାବେଥ୍ ଇଂରାଜୀ ଓ ଜର୍ମାନୀ ପଢ଼ାଉଥିଲେ, ବାପା ଟେକ୍ନିକାଲ୍ ଟ୍ରେନିଂ ଫାଉଣ୍ଡେସନ୍‌ରେ କାମ କରୁଥିଲେ। ପରେ ମୁଁ ସେମାନଙ୍କ ସହ ସ୍ୱିଜରଲ୍ୟାଣ୍ଡ ଚାଲିଗଲି। ସେଠାରେ ମୁଁ ଟ୍ରକ ଡ୍ରାଇଭର, ମାଳି ଓ ମିସ୍ତ୍ରୀ କାମ କରି ପାଠ ପଢ଼ା ଖର୍ଚ୍ଚ ତୁଲାଇଲି। କାରଣ ମୋ ବାପାମାଆ ମୋତେ ପାଠ ପଢାଇବାରେ ଅସମର୍ଥ ଥିଲେ।”

ସୂଚନାଯୋଗ୍ୟ, ନିକଲାଉସ୍‌ ୧୪୩ ଭାରତୀୟ ବଂଶୋଦ୍ଭବ ସାଂସଦଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଯେଉଁମାନେ ବିଶ୍ୱର ଭିନ୍ନ ଭିନ୍ନ ୨୪ଟି ଦେଶରେ ପ୍ରତିନିଧିତ୍ୱ କରୁଛନ୍ତି। ଗତ ସପ୍ତାହରେ ବିଦେଶ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ଭାରତୀୟ ବଂଶୋଦ୍ଭବ ସାଂସଦ (ପିଆଇଓ) କାର୍ଯ୍ୟକ୍ରମରେ ନିକଲାଉସ୍‌ ସମେତ ସମସ୍ତ ୧୪୩ ଜଣ ସାଂସଦ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ନିକଲାଉସ୍‌ ତାଙ୍କ ଜନ୍ମଦାତ୍ରୀ ମାଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋ ମାଆର ସ୍ମୃତିକୁ ଜୀବିତ ରଖିବା ପାଇଁ ନିଜ ପିଲାଙ୍କ ନାଁ ଅନୁସୁୟା ରଖିବି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story