କ୍ୟାଟରେ କାଟ୍ ଖାଇଲା ଗଜଭିୟେଙ୍କ ଆବେଦନ

ଭୁବନେଶ୍ୱର: ସାରଥି ପ୍ରସଙ୍ଗରେ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ମଙ୍ଗଳବାର ଆଉ ଏକ ଝଟକା ଲାଗିଛି। ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (କ୍ୟାଟ୍)। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗଜଭିୟେ କ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କ୍ୟାଟ୍ ତାଙ୍କର ୩ଟି ଆବେଦନକୁ ଖାରଜ କରି ଦେଇଛନ୍ତି। ତେବେ ୧୫ ଦିନ ମଧ୍ୟରେ ବିଭାଗ ନିକଟରେ ନିଜ ପକ୍ଷ ରଖିବା ପାଇଁ ଟ୍ରିବ୍ୟୁନାଲ ଗଜଭିୟେଙ୍କୁ ଅନୁମତି ଦେଇଛନ୍ତି । ସାରଥି […]

GAJBHIY

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 11:07 AM IST

ଭୁବନେଶ୍ୱର: ସାରଥି ପ୍ରସଙ୍ଗରେ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ମଙ୍ଗଳବାର ଆଉ ଏକ ଝଟକା ଲାଗିଛି। ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (କ୍ୟାଟ୍)। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗଜଭିୟେ କ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କ୍ୟାଟ୍ ତାଙ୍କର ୩ଟି ଆବେଦନକୁ ଖାରଜ କରି ଦେଇଛନ୍ତି। ତେବେ ୧୫ ଦିନ ମଧ୍ୟରେ ବିଭାଗ ନିକଟରେ ନିଜ ପକ୍ଷ ରଖିବା ପାଇଁ ଟ୍ରିବ୍ୟୁନାଲ ଗଜଭିୟେଙ୍କୁ ଅନୁମତି ଦେଇଛନ୍ତି ।

ସାରଥି ପ୍ରସଙ୍ଗରେ ଗତ ଅଗଷ୍ଟ ୧୩ରେ ସତୀଶ ଗଜଭିୟେଙ୍କୁ ନିଲମ୍ୱନ କରାଯାଇଥିଲା। ପରେ ନଭେମ୍ବର ୯ ତାରିଖରେ ତାଙ୍କ ନିଲମ୍ବନ ଅବଧିକୁ ୬ମାସ ବୃଦ୍ଧି କରାଯାଇଥିଲା।

ସାରଥି ପ୍ରସଙ୍ଗ ସହିତ ସରକାରୀ ଜମି ହଡ଼ପ ମାମଲାରେ ବି ଛନ୍ଦି ହୋଇଛନ୍ତି ଗଜଭିୟେ। ଗଜଭିୟେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବଡ଼କିଆପାଳ ମୌଜାରେ ପତ୍ନୀଙ୍କ ନାଁରେ ୭ ଏକର ୬୦ ଡିସିମିଲ ଜାଗା କିଣିଥିଲେ ବି ଯଥେଷ୍ଟ ଅଧିକ ଜମିରେ ପୋଖରୀ ଖୋଳି ମାଛଚାଷ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଅଞ୍ଚଳରେ ମୋଟ ୨୨ ଏକର ୫୯ ଡିସିମିଲ ସରକାରୀ ଜମି ଜବରଦଖଲ ହୋଇଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା।

Related story