କେମିତି ପୁଣି ଆସ୍ଥାଭାଜନ ହେବ କଟକ ଶିଶୁଭବନ: କେନ୍ଦ୍ରୀୟ ଟିମର ସୁପାରିଶ

କଟକ: କେମିତି ଲୋକଙ୍କ ବିଶ୍ୱାସ ଭାଜନ ହେବ କଟକ ଶିଶୁଭବନ। ପୁଣି କେମିତି ଫେରିବ ଲୋକଙ୍କ ଆସ୍ଥା। ଗତ ୨୯ ତାରିଖରେ ଶିଶୁଭବନ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ୍ ଏଥିପାଇଁ ତତକ୍ଷଣାତ୍ କାର୍ଯ୍ୟକାରୀ କରିବା ଲାଗି କିଛି ସୁପାରିସ କରିଛି। ସେସବୁ ହେଲା ଗୁରୁତର ଶିଶୁଙ୍କୁ  ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ତରୁନ୍ତ ଅଧିକ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ପଠାଯିବା ଆବଶ୍ୟକ। ଏଚଏମଜି, କେଏଫଟି,ଏକ୍ସରେ ଓ ଅଲଟ୍ରାସାଉଣ୍ଡ ପରି ଜରୁରୀକାଳୀନ ପରୀକ୍ଷା ପାଇଁ ହସ୍ପିଟାଲ ପରିସରରେ ସବୁ […]

ctc

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 06:19 AM IST

କଟକ: କେମିତି ଲୋକଙ୍କ ବିଶ୍ୱାସ ଭାଜନ ହେବ କଟକ ଶିଶୁଭବନ। ପୁଣି କେମିତି ଫେରିବ ଲୋକଙ୍କ ଆସ୍ଥା। ଗତ ୨୯ ତାରିଖରେ ଶିଶୁଭବନ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ୍ ଏଥିପାଇଁ ତତକ୍ଷଣାତ୍ କାର୍ଯ୍ୟକାରୀ କରିବା ଲାଗି କିଛି ସୁପାରିସ କରିଛି। ସେସବୁ ହେଲା ଗୁରୁତର ଶିଶୁଙ୍କୁ  ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ତରୁନ୍ତ ଅଧିକ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ପଠାଯିବା ଆବଶ୍ୟକ। ଏଚଏମଜି, କେଏଫଟି,ଏକ୍ସରେ ଓ ଅଲଟ୍ରାସାଉଣ୍ଡ ପରି ଜରୁରୀକାଳୀନ ପରୀକ୍ଷା ପାଇଁ ହସ୍ପିଟାଲ ପରିସରରେ ସବୁ ସମୟରେ ଲ୍ୟାବର ସୁବିଧା । ୨୪ ଘଣ୍ଟିଆ  ଏହିସବୁ ପରୀକ୍ଷା ନିରୀକ୍ଷା ପାଇଁ ଅଧିକ ସଂଖ୍ୟାରେ ଲ୍ୟାବ୍ ଟେକ୍ନିସିଆନ୍, ରେଡିଓ ଗ୍ରାଫର୍ ଓ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇଁ ସୁପାରିସ କରିଛି ଟିମ୍। ହସ୍ପିଟାଲ ପରିସରରେ ମାଗଣା ଜୀବନ ରକ୍ଷାକାରୀ ଔଷଧ, ହାଇଆଣ୍ଟିବାୟୋଟିକ୍ ଉପଲବ୍ଧଧ ହେବା ସହ ପିଆଇସିୟୁ,ଏନଆଇସିୟୁ ଭଳି ଜରୁରୀକାଳୀନ ୟୁନିଟରେ ଅଧିକ ସଂଖ୍ୟକ ନସିଂ ଷ୍ଟାଫଙ୍କ ନିଯୁକ୍ତି ପାଇଁ ଟିମ୍ ସୁପାରିଶ କରିଛି।

ସେହିପରି ଜରୁରୀକାଳୀନ କ୍ଷେତ୍ରରେ ଆବଶ୍ୟକ ବେଡର ଅଭାବକୁ ଦୃଷ୍ଟିରେ ରଖି ହସ୍ପିଟାଲ ଭିତରେ ଗୋଟିଏ ଅଞ୍ଚଳକୁ ଅତି ନିର୍ଭରଶୀଳ ସ୍ଥାନ ଅର୍ଥାତ୍ ହାଇଡିଫେନଣ୍ଡିସିଭ୍ ଏରିଆ ଭାବେ ଘୋଷଣା କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁଠାରେ କି ଅତ୍ୟନ୍ତ ଗୁରୁତର ଶିଶୁଙ୍କୁ ରଖାଯିବ ଏବଂ ସେମାନେ ୨୪ ଘଣ୍ଟିଆ ସିନିୟର ଡାକ୍ତରମାନଙ୍କ ନଜରରେ ରହିବେ। ହସ୍ପିଟାଲର କେଉଁଠି କି ସେବା ଉପଲବ୍ଧି ହେଉଛି ସେ ସବୁ ଦର୍ଶାଇ ହସ୍ପିଟାଲ ପରିସରରେ ଓଡିଆ ଭାଷାରେ ସୂଚନା ଫଳକ ଲଗାଇବାକୁ କୁହାଯାଇଛି । ଏହି ସୂଚନା ଫଳକରେ  ହସ୍ପିଟାଲ ଓ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କ ନାଁ ଓ ଫୋନ୍ ନମ୍ୱର ଲେଖାଯିବା। ଏସବୁ ବାଦ୍ ଶିଶୁଭବନରେ ଚିକିତ୍ସା ସେବାର ଉନ୍ନତି ପାଇଁ କେନ୍ଦ୍ରୀୟ କମିଟି କିଛି ଦୀର୍ଘକାଳୀନ ପଦକ୍ଷେପ ମଧ୍ୟ ସୁପାରିଶ କରିଛି।

Related story