କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣା: ୨୯ରେ ରାଜ୍ୟବାପୀ ପ୍ରତିବାଦ କରିବ ବିଜେପି

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହୋଇଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ଏହାସହ  ଆସନ୍ତା ୨୯ ତାରିଖରେ ଦଳ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବୋଲି ଆଜି ୨ଟି ପର୍ଯ୍ୟାୟରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ବସିଥିବା ବୈଠକରେ ସ୍ଥିର ହୋଇଛି। ଜୁଲାଇ ୪ ତାରିଖରେ ଦଳ ରାଜଭବନ ଅଗରେ ବିକ୍ଷୋଭ କରିବ ବୋଲି ସ୍ଥିର ହୋଇଛି। ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଯିବକୁ […]

bjp

Rakesh Mallick
  • Published: Sunday, 26 June 2016
  • , Updated: 26 June 2016, 09:57 PM IST

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ହୋଇଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ। ଏହାସହ  ଆସନ୍ତା ୨୯ ତାରିଖରେ ଦଳ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ବୋଲି ଆଜି ୨ଟି ପର୍ଯ୍ୟାୟରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ବସିଥିବା ବୈଠକରେ ସ୍ଥିର ହୋଇଛି। ଜୁଲାଇ ୪ ତାରିଖରେ ଦଳ ରାଜଭବନ ଅଗରେ ବିକ୍ଷୋଭ କରିବ ବୋଲି ସ୍ଥିର ହୋଇଛି। ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଯିବକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବରଗଡ଼ରେ କେନ୍ଦ୍ରମନ୍ତ୍ରୀକୁ କରାଯାଇଥିବା ଦୁର୍ବ୍ୟବହାରକୁ ଗୁରୁତର ସହ ବିଜେପି ନେଇଛି। ଆଜି ଦଳର କୋର କମିଟି ବୈଠକ ବସି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, କେଭି ସିଂଦେଓ ଏବଂ ବିଧାୟକ ଦିଲୀପ ରାୟ ଯୋଗ ଦେଇଥିଲେ। ଗୋଟିଏ ଘଣ୍ଟା ଏହି ବୈଠକ ବସିବା ପରେ ରାଜ୍ୟ ପଦାଧିକାରୀଙ୍କ ବୈଠକ ବସିଥିଲା। ବରଗଡ଼ରେ ବିଜେଡିର ଦାଦାଗିରି ପ୍ରତିବାଦରେ ଦଳ ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି।

ବରଗଡ଼ରେ ୨ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ହତ୍ୟା କରିବାକୁ ଚକ୍ରାନ୍ତ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ସମ୍ପୃକ୍ତି ଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାକୁ ନେଇ କଥା ହେବାର ୨୪ ଘଣ୍ଟା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଅଯାଇନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ଯୋଜନା କରିବା କେବେ କେହି ଭାବି ନ ଥିଲେ। ମୁଖ୍ୟମନ୍ତ୍ରୀ ଗୋଟେ ଭଲ ନୀତି ଆପଣେଇଛନ୍ତି। ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ଅନ୍ୟ କିଏ ମାଙ୍କଡ ମାରିରେ ସେ ମହାପାପି ଦଣ୍ଡ ପାଇବ।”

ବିଜୟ ମହାପାତ୍ର କହିଛନ୍ତି, “ରାଜ୍ୟରେ ଆଇନ ସମ୍ମତ ସାମ୍ବିଧାନିକ ସରକାର ନାହିଁ। ବିଜେପି ଏହାର ପ୍ରତିବାଦ କରିବ। ୪ ତାରିଖରେ ରାଜଭବନ ଆଗରେ ଧାରଣା, ପ୍ରତିବାଦ କରାଯିବ।”

ଗତକାଲି ପରି ଆଜି ମଧ୍ୟ ବିଜେଡି ସଫେଇ ଦେଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗା ଘଟଣାରେ ତାଙ୍କ ଦଳର ସମ୍ପୃକ୍ତି ନ ଥିବା କହିଛି।

ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ବୁଡିଗଲା ଲୋକ ସୂତା ଖିଅକୁ ଆଶ୍ରା କରିବା ଭଳି ଇସ୍ୟୁ ବିହୀନ ବିଜେପି ଏହାକୁ ବଢେଇ ଚଢେଇ ଅପପ୍ରଚାର କରୁଛି। କିଛି ଆକ୍ରମଣ ହୋଇନାହିଁ। ପୋଲିସ ଘଟଣାର ଯାଞ୍ଚ କରୁଛି। ଯଦି କିଛି ହୋଇଛି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story