ମରିଗଲାଣି ସାମାଜିକ ସୌହାର୍ଦ୍ଦ୍ୟ: ପୁଅ ନଥିବାରୁ କାନ୍ଧ ମିଳିଲାନି, ମଶାଣିକୁ ଟ୍ରଲିରେ ବୁହାହେଲା ଶବ

<p>&lt;strong&gt;କେନ୍ଦ୍ରାପଡ଼ା&lt;/strong&gt;&lt;strong&gt;:&lt;/strong&gt; ମଣିଷଟିଏ ଚାହେଁ, ତା ଦେହାନ୍ତ ପରେ ତା ଶବ ତା ପିଲାମାନଙ୍କ କାନ୍ଧରେ ମଶାଣିକୁ ଯାଉ। ଯୁଗଯୁଗ ଧରି ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏହା ଏକ ଧାରା। ପୁଅ କାନ୍ଧରେ ବାପ ମଶାଣିକୁ ଯିବା ଏକ ପରମ୍ପରା ହୋଇଯାଇଛି। ପୁଅ ବ୍ୟତିତ ଅନ୍ୟମାନେ ବି ଏହି କାର୍ଯ୍ୟ କରିଥାନ୍ତି। କିନ୍ତୁ ଆଜିକା ସମାଜରେ ଲୋକଙ୍କର ସାମାଜିକ ମୂଲ୍ୟବୋଧ ହଜିଯାଇଛି। ଯଦି କାହାର ପୁଅ ନାହିଁ, ବ୍ୟକ୍ତିଟି ମରିଯାଉଛି, ତେବେ ତା&rsquo;ର ଶବ ନେବାକୁ କାହାରି କାନ୍ଧ ମିଳୁନି। ଭାଇ, ବନ୍ଧୁ, ପୋଡଶୀ ମଧ୍ୟ ପଛ ଘୁଞ୍ଚା ଦେଉଛନ୍ତି। ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳୁନାହିଁ।</p> <p>ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚକ୍ରୋଡ଼ା ପଞ୍ଚାୟତ କନ୍ତାଲ ଗାଁରେ। ଜଣେ ବୃଦ୍ଧାଙ୍କ ଶବକୁ ସଂସ୍କାର ପାଇଁ ଟ୍ରଲିରେ ଲଦି ମଶାଣିକୁ ନିଆଯାଇଛି। ବୃଦ୍ଧାଙ୍କ କୌଣସି ପୁଅ ନ ଥିବାରୁ ବୃଦ୍ଧା ଜଣଙ୍କ ଝିଅ ଘରେ ରହୁଥିଲେ। ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ମାଗିଥିଲେ ମଧ୍ୟ ସରପଞ୍ଚ ଏକାଉଣ୍ଟରେ ଟଙ୍କା ନ ଥିବା କହିଥିଲେ। ସଂସ୍କାର ପାଇଁ ପଡୋଶୀମାନେ ନ ଆସିବାରୁ ପୁତୁରା ଓ ଝିଅ ଟ୍ରଲିରେ ଶବକୁ ନେଇଥିଲେ। ଟଙ୍କା ଅଭାବରୁ ବୃଦ୍ଧାଙ୍କ ଶବ ସଂସ୍କାର ହେବାରେ ଅସୁବିଧା ହୋଇଛି।</p>

Ordigital Desk
  • Published: Friday, 23 June 2017
  • Updated: 23 June 2017, 02:40 PM IST

Sports

Latest News

<p>&lt;strong&gt;କେନ୍ଦ୍ରାପଡ଼ା&lt;/strong&gt;&lt;strong&gt;:&lt;/strong&gt; ମଣିଷଟିଏ ଚାହେଁ, ତା ଦେହାନ୍ତ ପରେ ତା ଶବ ତା ପିଲାମାନଙ୍କ କାନ୍ଧରେ ମଶାଣିକୁ ଯାଉ। ଯୁଗଯୁଗ ଧରି ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏହା ଏକ ଧାରା। ପୁଅ କାନ୍ଧରେ ବାପ ମଶାଣିକୁ ଯିବା ଏକ ପରମ୍ପରା ହୋଇଯାଇଛି। ପୁଅ ବ୍ୟତିତ ଅନ୍ୟମାନେ ବି ଏହି କାର୍ଯ୍ୟ କରିଥାନ୍ତି। କିନ୍ତୁ ଆଜିକା ସମାଜରେ ଲୋକଙ୍କର ସାମାଜିକ ମୂଲ୍ୟବୋଧ ହଜିଯାଇଛି। ଯଦି କାହାର ପୁଅ ନାହିଁ, ବ୍ୟକ୍ତିଟି ମରିଯାଉଛି, ତେବେ ତା&rsquo;ର ଶବ ନେବାକୁ କାହାରି କାନ୍ଧ ମିଳୁନି। ଭାଇ, ବନ୍ଧୁ, ପୋଡଶୀ ମଧ୍ୟ ପଛ ଘୁଞ୍ଚା ଦେଉଛନ୍ତି। ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳୁନାହିଁ।</p><p>ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚକ୍ରୋଡ଼ା ପଞ୍ଚାୟତ କନ୍ତାଲ ଗାଁରେ। ଜଣେ ବୃଦ୍ଧାଙ୍କ ଶବକୁ ସଂସ୍କାର ପାଇଁ ଟ୍ରଲିରେ ଲଦି ମଶାଣିକୁ ନିଆଯାଇଛି। ବୃଦ୍ଧାଙ୍କ କୌଣସି ପୁଅ ନ ଥିବାରୁ ବୃଦ୍ଧା ଜଣଙ୍କ ଝିଅ ଘରେ ରହୁଥିଲେ। ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ମାଗିଥିଲେ ମଧ୍ୟ ସରପଞ୍ଚ ଏକାଉଣ୍ଟରେ ଟଙ୍କା ନ ଥିବା କହିଥିଲେ। ସଂସ୍କାର ପାଇଁ ପଡୋଶୀମାନେ ନ ଆସିବାରୁ ପୁତୁରା ଓ ଝିଅ ଟ୍ରଲିରେ ଶବକୁ ନେଇଥିଲେ। ଟଙ୍କା ଅଭାବରୁ ବୃଦ୍ଧାଙ୍କ ଶବ ସଂସ୍କାର ହେବାରେ ଅସୁବିଧା ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos