କେନ୍ଦ୍ରାପଡ଼ା: ଗଜଭିୟେଙ୍କୁ ଗିରଫ ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଗିରିଫ ଦାବିରେ ଆଜି କଂଗ୍ରେସ ତରଫରୁ କେନ୍ଦ୍ରାପଡା ଜିଲ୍ଲପାଳ ଅଫିସ୍ ଘେରାଉ କରାଯାଇଛି। ଦଳୀୟ କର୍ମୀମାନେ କଜଳାସ୍ଥିତ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ। କଂଗ୍ରେସ ନେତା ଗଣେଶ୍ୱର ବେହେରା, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଧରଣୀଧର ନାୟକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସାଧାରଣ ଜନତାଙ୍କ ଉପରେ ପୋଲିସରେ ମାତ୍ରଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ କରିବା ସହ କେନ୍ଦ୍ରାପଡାର […]

vlcsnap-2015-08-10-14h14m18s267

vlcsnap-2015-08-10-14h14m18s267

Rakesh Mallick
  • Published: Monday, 10 August 2015
  • Updated: 10 August 2015, 02:06 PM IST

Sports

Latest News

congressକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଗିରିଫ ଦାବିରେ ଆଜି କଂଗ୍ରେସ ତରଫରୁ କେନ୍ଦ୍ରାପଡା ଜିଲ୍ଲପାଳ ଅଫିସ୍ ଘେରାଉ କରାଯାଇଛି। ଦଳୀୟ କର୍ମୀମାନେ କଜଳାସ୍ଥିତ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ। କଂଗ୍ରେସ ନେତା ଗଣେଶ୍ୱର ବେହେରା, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ଧରଣୀଧର ନାୟକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସାଧାରଣ ଜନତାଙ୍କ ଉପରେ ପୋଲିସରେ ମାତ୍ରଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ କରିବା ସହ କେନ୍ଦ୍ରାପଡାର ପୂର୍ବତନ ଏସପିଙ୍କ ଗିରଫ ଦାବି କାରିଥିଲେ। କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ, ଜଣେ ବରିଷ୍ଠ ପୋଲିସ କର୍ମଚାରୀ ସାଧାରଣ ଲୋକଙ୍କ ଉପରେ ଏପରି କରିବା ଅତ୍ୟନ୍ତ ଅମାନବୀୟ। ସେ ଦାବି କରିଥିଲେ ଯେ, ସାରଥିଙ୍କ ପୁରା ଘଟଣାର ସିବିଆଇ ତଦନ୍ତ ଏବଂ ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ଗରିଫ କରାଯାଉ । ସେହିପରି କଂଗ୍ରେସ ନେତା ଧରଣୀଧର ନାୟକ କେନ୍ଦ୍ରାପଡା ସହ ରାଜ୍ୟରେ ଉପୁଜିଥିବା ଆଇନ ଶୃଙ୍ଗଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣିବା ପାଇଁ ପୂର୍ବତନ ଏସପିଙ୍କ ବିରୋଧରେ ଦୃଢରୁ ଦୃଢ ଗ୍ରହଣ କରାଯିବାକୁ ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଏହି ବିଷୟରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି ଯେ, ସରକାର ସବୁ ପ୍ରକ୍ରିୟାର ଯାଞ୍ଚ କରି ପଦକ୍ଷେପ ନେଉଛନ୍ତି। ବିନା କାର୍ଯ୍ୟରେ ଗଜଭିୟେଙ୍କୁ ହେଡ କ୍ୱାଟରରେ ବସାଯାଇଛି।ସମୟ ଅନୁସାରେ ସରକାରଙ୍କର ପକ୍ଷରୁ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।congress

କେନ୍ଦ୍ରାପଡାରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ସହରର ବଡହାଟ, ୩ ମୁହାଣୀ, ପୁରୁଣା ବସଷ୍ଟାଣ୍ଡ, ଜିଲ୍ଲପାଳ ଅଫିସ ଆଗରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସେହପରି ସାରଥିଙ୍କ ଆଶ୍ରମ ବାରିମୂଳରେ ମଧ୍ୟ ପୋଲିସ୍ ସଜାଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos