କେନ୍ଦ୍ରାପଡ଼ା ଆତ୍ମାହୁତି ଘଟଣା: ଧାରଣାରତ ପରିବାରକୁ ମାଡ଼ ମାରି ଉଠାଇ ଦେଲା ପୋଲିସ

କେନ୍ଦ୍ରାପଡ଼ା: ଗତ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ନିରଞ୍ଜନ ସିଂହଙ୍କର ଗତକାଲି କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ମୃତଦେହ ରଖି ଘେରାଉ କରିଥିଲେ। ତେବେ ବିଳମ୍ବିତ ରାତି ପୋଲିସ ଧାରଣାରେ ବସିଥିବା ପରିବାର ଲୋକଙ୍କୁ ମାଡ଼ମାରି ଥିବା ଅଭିଯୋଗ ହୋଇଛି। ଏପରିକି ପୋଲିସ ବଳ ପ୍ରୟୋଗ କରି ପରିବାର […]

k2

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 03:53 PM IST

କେନ୍ଦ୍ରାପଡ଼ା: ଗତ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ନିରଞ୍ଜନ ସିଂହଙ୍କର ଗତକାଲି କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ମୃତଦେହ ରଖି ଘେରାଉ କରିଥିଲେ। ତେବେ ବିଳମ୍ବିତ ରାତି ପୋଲିସ ଧାରଣାରେ ବସିଥିବା ପରିବାର ଲୋକଙ୍କୁ ମାଡ଼ମାରି ଥିବା ଅଭିଯୋଗ ହୋଇଛି। ଏପରିକି ପୋଲିସ ବଳ ପ୍ରୟୋଗ କରି ପରିବାର ଲୋକଙ୍କୁ ଧାରଣାରୁ ଉଠାଇବା ସହ ମୃତଦେହ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଜାଗୁଳେଇପଡ଼ାରେ ନିରଞ୍ଜନ ଇନ୍ଦିରା ଆବାସ ଅର୍ଥ ସହ ସ୍ତ୍ରୀକୁ ଆଶାକର୍ମୀରେ ଭାବେ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କୁ ବାରମ୍ବାର ଗୁହାରି କରୁଥିଲେ। ମାତ୍ର ଜିଲ୍ଲାପାଳ ଏ ନେଇ କର୍ଣ୍ଣପାତ କରୁ ନ ଥିଲେ। ପ୍ରଶାସନଠାରୁ ନିରାଶ ହୋଇ ନିରଞ୍ଜନ ଆତ୍ମାହୁତି ଉଦ୍ୟମ କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣାରେ ବସିଥିଲେ। ନିରଞ୍ଜନଙ୍କ ପତ୍ନୀ ଟାଉନ୍‌ ଥାନାରେ ଜିଲ୍ଲାପାଳଙ୍କ ନାଁରେ ଏକ ଏତଲା ମଧ୍ୟ ଦେଇଥିଲେ।

Related story