କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପିର ସାମ୍ୱାଦିକ ସମ୍ମିଳନୀ

ଭୁବନେଶ୍ୱର: କେନ୍ଦ୍ରାପଡାରେ ପୋଲିସର ସାଧାରଣଲୋକଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଏହି ଘଟଣାର ତଦନ୍ତ କୋର୍ଟଙ୍କ ତତ୍ୱାବଧାନରେ କରାଯାଉ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦାବି କରିଛନ୍ତି। ସେହିପରି କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ଗିରଫ ପାଇଁ ମଧ୍ୟ ବିଜେପି ଦାବି କରିଛି। ସୋମବାର ଓକିଲ ସଂଘ ଦେଇଥିବା କାର୍ଯ୍ୟବନ୍ଦ ଡାକରାକୁ ବିଜେପି ସମର୍ଥନ କରିଛି। ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଅବସ୍ଥା କିଭଳି […]

bjap

bjap

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 08:55 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡାରେ ପୋଲିସର ସାଧାରଣଲୋକଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଏହି ଘଟଣାର ତଦନ୍ତ କୋର୍ଟଙ୍କ ତତ୍ୱାବଧାନରେ କରାଯାଉ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦାବି କରିଛନ୍ତି। ସେହିପରି କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ଗିରଫ ପାଇଁ ମଧ୍ୟ ବିଜେପି ଦାବି କରିଛି। ସୋମବାର ଓକିଲ ସଂଘ ଦେଇଥିବା କାର୍ଯ୍ୟବନ୍ଦ ଡାକରାକୁ ବିଜେପି ସମର୍ଥନ କରିଛି।

ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଅବସ୍ଥା କିଭଳି ଉଦବେଗଜନକରେ ପହଞ୍ଚିଛି ତାହା ଗତକାଲି କେନ୍ଦ୍ରାପଡାର କଳଙ୍କିତ ଘଟଣା ତାକୁ ପ୍ରମାଣିତ କରିଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଯାଉଛି। କେନ୍ଦୁଝର ଜିଲ୍ଲାର ବେଲବାହାଳି ହେଉ ଅବା ବାଣୀବିହାର ଭିତରେ ଅଶାନ୍ତି ପରିସ୍ଥିତି ଆଜି ବି ଚାଲିଛି। ଏହି ଘଟଣାକୁ ସୂଚାଇ ଦେଉଛି ଯେ ଆଇନ ଶୃଙ୍ଖଳା ଅବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିମୟନ୍ତ୍ରଣରେ ନାହିଁ ବୋଲି ବିଜେପି ପକ୍ଷରୁ କରାଯାଇଥିବା ସାମ୍ୱାଦିକ  ସମ୍ମିଳନୀରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos