କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନାଁରେ ଏତଲା

କେନ୍ଦ୍ରାପଡ଼ା/କଟକ: ଗତ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ନିରଞ୍ଜନ ସିଂହଙ୍କର ଆଜି କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକ ମୃତଦେହ ରଖି ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି। କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପରେ ମୃତ ନିରଞ୍ଜନଙ୍କ ପତ୍ନୀ ଟାଉନ୍‌ ଥାନାରେ ଜିଲ୍ଲାପାଳଙ୍କ ନାଁରେ ଏତଲା ଦେଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା […]

kendrapara

Rakesh Mallick
  • Published: Saturday, 12 November 2016
  • , Updated: 12 November 2016, 09:53 PM IST

କେନ୍ଦ୍ରାପଡ଼ା/କଟକ: ଗତ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ନିରଞ୍ଜନ ସିଂହଙ୍କର ଆଜି କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକ ମୃତଦେହ ରଖି ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି। କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପରେ ମୃତ ନିରଞ୍ଜନଙ୍କ ପତ୍ନୀ ଟାଉନ୍‌ ଥାନାରେ ଜିଲ୍ଲାପାଳଙ୍କ ନାଁରେ ଏତଲା ଦେଇଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲା ଜାଗୁଳେଇପଡ଼ାରେ ନିରଞ୍ଜନ ଇନ୍ଦିରା ଆବାସ ଅର୍ଥ ସହ ସ୍ତ୍ରୀକୁ ଆଶାକର୍ମୀରେ ଭାବେ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳଙ୍କୁ ବାରମ୍ବାର ଗୁହାରି କରୁଥିଲେ। ମାତ୍ର ଜିଲ୍ଲାପାଳ ଏ ନେଇ କର୍ଣ୍ଣପାତ କରୁନଥିଲେ। ପ୍ରଶାସନଠାରୁ ନିରାଶ ହୋଇ ନିରଞ୍ଜନ ଆତ୍ମାହୁତି ଉଦ୍ୟମ କରିଥିଲେ।

Related story