ଉଲିବୁରୁ ଖଣି ଦୁର୍ନୀତି ମାମଲା: ମୁଖ୍ୟଅଭିଯୁକ୍ତ ଦୀପକଙ୍କ ଜାମିନ୍‌ ଆବେଦନ

କେନ୍ଦୁଝର: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ଆବଦେନ କରିଛନ୍ତି। ଦୀପକଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଆବେଦନକୁ ଗ୍ରହଣ କରି ଆଗାମୀ ୧୨ ତାରିଖରେ ଶୁଣାଣି କରାଯିବ ବୋଲି କହିଛନ୍ତି। କେନ୍ଦୁଝରରେ ହୋଇଥିବା ୧୮୦୦ କୋଟିରୁ ଅଧିକ ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ କରି ୨୯ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ […]

mining-getty

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 11:11 PM IST

କେନ୍ଦୁଝର: ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍‌ ଆବଦେନ କରିଛନ୍ତି। ଦୀପକଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଆବେଦନକୁ ଗ୍ରହଣ କରି ଆଗାମୀ ୧୨ ତାରିଖରେ ଶୁଣାଣି କରାଯିବ ବୋଲି କହିଛନ୍ତି।

କେନ୍ଦୁଝରରେ ହୋଇଥିବା ୧୮୦୦ କୋଟିରୁ ଅଧିକ ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ କରି ୨୯ ଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟରୁ ଆଗୁଆ ଜାମିନରେ ଆସିଥିବା ବେଳେ ପୂର୍ବତନ ଖଣି ନିର୍ଦ୍ଦେଶକ ରବୀନ୍ଦ୍ର ନାରାୟଣ ସାହୁ, ପୂର୍ବତନ କେନ୍ଦୁଝର ଡିଏଫ୍‌ଓ ପ୍ରଦୀପ ରାଜ କରାଟ ଓ ପୂର୍ବତନ କେନ୍ଦୁଝର ଏସିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସରକାରଙ୍କଠାରୁ ଅନୁମତି ମିଳିପାରି ନାହିଁ।

ଫେରାର ଥିବା ବାକି ୧୩ ଜଣଙ୍କୁ ହାଜର ହେବାକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିଲା। ସେମାନଙ୍କ ମଧ୍ୟରୁ ଦୀପକ ଗୁପ୍ତା, ଡିଡିଏମ୍‌ ମାନସ ରଞ୍ଜନ ମହାନ୍ତି, ସତ୍ୟବ୍ରତ ରାଉତ, ବେଲରେ ଥିବା ବି.କେ. ମହାନ୍ତି, ରବୀନ୍ଦ୍ର ମହାନ୍ତ, କୃତୀବାସ ଗିରି, ଜଗନ୍ନାଥ ମିଶ୍ର ଓ ଆର.ଏନ୍‌. ସାହୁ ପ୍ରମୁଖ ହାଜର ହୋଇଥିଲେ। ଏମାନଙ୍କୁ କୋର୍ଟ ଚାର୍ଜସିଟ୍‌ କପି ପ୍ରଦାନ କରାଯାଇଥିବା ବେଳେ ହାଜର ହୋଇନଥିବା ସମସ୍ତଙ୍କ ବିରୋଧରେ ଆଗରୁ ୱାରେଣ୍ଟି ଜାରି କରାଯାଇଛି।

Related story