ଖଣି ନିଲାମରେ ବିଳମ୍ବ ପାଇଁ ରାଜ୍ୟ ଦାୟୀ: କେନ୍ଦ୍ର

ଭୁବନେଶ୍ୱର: ଖଣି ନିଲାମ ପାଇଁ ଆବଶ୍ୟକ ମଞ୍ଜୁରୀ ମିଳିବାରେ ବିଳମ୍ବ ପାଇଁ ରାଜ୍ୟମାନଙ୍କୁ ଦୋଷ ଦେଇଛି କେନ୍ଦ୍ର। ରାଜ୍ୟ ସରକାର ଠିକ୍‌ ସମୟରେ ଆବେଦନ କରୁ ନ ଥିବାରୁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବାରେ ଡେରି ହେଉଥିବା କହିଛନ୍ତି ମନ୍ତ୍ରାଳୟର ଆଇଜି ଦୀପକ ସିହ୍ନା। ଭୁବନେଶ୍ୱରରେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ସେ ଏହା କହିଛନ୍ତି। ସିହ୍ନା କହିଛନ୍ତି, “ରାଜ୍ୟ ସରକାରମାନେ ଉପଯୁକ୍ତ ତଥ୍ୟ ଦେଇ ଠିକ୍‌ ଶୈଳୀରେ ଆବେଦନ କରୁନାହାନ୍ତି। ଜଙ୍ଗଲ ଜମି କିସମ […]

Khani

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 05:05 PM IST

ଭୁବନେଶ୍ୱର: ଖଣି ନିଲାମ ପାଇଁ ଆବଶ୍ୟକ ମଞ୍ଜୁରୀ ମିଳିବାରେ ବିଳମ୍ବ ପାଇଁ ରାଜ୍ୟମାନଙ୍କୁ ଦୋଷ ଦେଇଛି କେନ୍ଦ୍ର। ରାଜ୍ୟ ସରକାର ଠିକ୍‌ ସମୟରେ ଆବେଦନ କରୁ ନ ଥିବାରୁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବାରେ ଡେରି ହେଉଥିବା କହିଛନ୍ତି ମନ୍ତ୍ରାଳୟର ଆଇଜି ଦୀପକ ସିହ୍ନା। ଭୁବନେଶ୍ୱରରେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ସେ ଏହା କହିଛନ୍ତି।

ସିହ୍ନା କହିଛନ୍ତି, “ରାଜ୍ୟ ସରକାରମାନେ ଉପଯୁକ୍ତ ତଥ୍ୟ ଦେଇ ଠିକ୍‌ ଶୈଳୀରେ ଆବେଦନ କରୁନାହାନ୍ତି। ଜଙ୍ଗଲ ଜମି କିସମ ପରିବର୍ତ୍ତନ ବ୍ୟବସ୍ଥାର ସରଳୀକରଣ ସତ୍ତ୍ୱେ ରାଜ୍ୟଗୁଡିକ ତା’ର ଫାଇଦା ନେଇପାରୁନାହାନ୍ତି।”

ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆଇଜିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ୩ବର୍ଷ ପୂର୍ବେ ଖଣି ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କେନ୍ଦ୍ର ଏଯାଏଁ ଅନୁମତି ଦେଇ ନ ଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି।

ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, “ଯାହା ବି ତଥ୍ୟ ଦିଆଯାଉଛି ସବୁ ଠିକ ଦିଆଯାଉଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ଖଣିର ତଥ୍ୟ ଠିକ୍‌ ନାହିଁ କହିଲେ ଆମେ କିଛି କହିପାରିବୁ। ଠିକ୍‌ ତଥ୍ୟ ଦେବାକୁ ଆମେ ସବୁବେଳେ ଚେଷ୍ଟା କରିଛୁ।”

ଓଡ଼ିଶା ସମେତ ସାରା ଦେଶରେ ଖଣି ଖନନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ନେଇ କର୍ମଶାଳାରେ ଆଲୋଚନା କରାଯାଇଥିଲା। ଏହାସହ ଖଣି ଅଞ୍ଚଳରେ ସାମାଜିକ ଓ ଆର୍ଥିକ ବିକାଶ ସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲିଜ୍‌ଧାରୀଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା।

Related story