ଆସନ୍ତା ୧୫ରୁ ଖରିଫ ଧାନ ସଂଗ୍ରହ କରାଯିବ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ବରଗଡ଼ ଜିଲ୍ଲାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆରମ୍ଭ କରାଯିବ। ଅତାବିରା, ଗୋଡ଼ଭଗା ଓ କୋଳାପାଣି ବ୍ଲକ୍‌ରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିପାଇଁ  ବରଗଡ଼ ଜିଲ୍ଲାରେ ୧୬ ଜଣ  ମିଲର୍ସ ପଞ୍ଜୀକରଣ କରିଛନ୍ତି ବୋଲି ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା କହିଛନ୍ତି। ସେ କହିଛନ୍ତି, “ଅନ୍ୟ ଜିଲ୍ଲାମାନଙ୍କରେ ଧାନ ସଂଗ୍ରହ ନେଇ ଜିଲ୍ଲା ସଂଗ୍ରହ କମିଟି ନିଷ୍ପତ୍ତି ନେବେ।୨୫୬୭ଟି ସୋସାଇଟି ଚଳିତ ବର୍ଷ ଧାନ […]

sanjay-dasburma

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 05:45 PM IST

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ବରଗଡ଼ ଜିଲ୍ଲାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆରମ୍ଭ କରାଯିବ। ଅତାବିରା, ଗୋଡ଼ଭଗା ଓ କୋଳାପାଣି ବ୍ଲକ୍‌ରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏଥିପାଇଁ  ବରଗଡ଼ ଜିଲ୍ଲାରେ ୧୬ ଜଣ  ମିଲର୍ସ ପଞ୍ଜୀକରଣ କରିଛନ୍ତି ବୋଲି ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା କହିଛନ୍ତି।

ସେ କହିଛନ୍ତି, “ଅନ୍ୟ ଜିଲ୍ଲାମାନଙ୍କରେ ଧାନ ସଂଗ୍ରହ ନେଇ ଜିଲ୍ଲା ସଂଗ୍ରହ କମିଟି ନିଷ୍ପତ୍ତି ନେବେ।୨୫୬୭ଟି ସୋସାଇଟି ଚଳିତ ବର୍ଷ ଧାନ ସଂଗ୍ରହରେ ଭାଗ ନେବେ। ଯଦି ଧାନ କିଣିବା ପାଇଁ ସେଣ୍ଟରର ଆବଶ୍ୟକତା ଅଛି, ସ୍ଥଳ ବିଶେଷରେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନେବେ।”

ସଞ୍ଜୟ ଆହୁରି କହିଛନ୍ତି,“ଆଜି ସୁଦ୍ଧା ୮, ୮୧,୦ ୮୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି।  ସେଥିମଧ୍ୟରୁ ଆଧାର ଲିଙ୍କେଜରେ ୮,୩୪ ୯୨୫ ଓ  ଏବଂ ଏନରୋଲମେଣ୍ଟରେ  ୪୦,୦୦୯୮ ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି । ମିଲର୍ସ ମାନଙ୍କର ଦୀର୍ଘ ଦିନ ଧରି କିଛି ସମସ୍ୟା ଥିଲା। ଗତକାଲି ଯୋଗାଣ ବିଭାଗର ମେନେଜିଂ ଡାଇରେକ୍ଟର ମିଲର୍ସ ଭାଇମାନଙ୍କ ସହ ଆଲୋଚନା କରିଥିଲେ। ମିଲର୍ସଙ୍କ ସମସ୍ୟାଙ୍କୁ ଅନୁଧ୍ୟାନ କରାଯାଉଛି।”

ଗତକାଲି ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା।  ମିଲର୍ସଙ୍କ କାମ କେବଳ ଧାନକୁ ଚାଉଳରେ ପରିଣତ କରି ସରକାରଙ୍କୁ ହସ୍ତାନ୍ତର କରିବା। କିନ୍ତୁ ଦୀର୍ଘ ଦିନ ଧରି କୋ-ଅପେରେଟିଭ ମାଧ୍ୟମରେ ମଣ୍ଡିରୁ ଧାନ ସଂଗ୍ରହଠାରୁ ଆରମ୍ଭ କରି ଗୋଦାମରେ ଗଚ୍ଛିତ  ରଖିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ମିଲର୍ସଙ୍କ ପକ୍ଷରୁ କୁହାଯାଇଥିଲା।  ଏହି ସମସ୍ତ କାର୍ଯ୍ୟ ପାଇଁ ହେଉଥିବା  ଖର୍ଚ୍ଚ ସଠିକ୍‌ ଭାବେ ମିଳୁ ନାହିଁ। ଦୀର୍ଘଦିନ ଧରି ପଡ଼ି ରହୁଥିବା ଧାନର ଗୋଦାମ ଭଡ଼ା ବାବଦକୁ ଅର୍ଥ ଓ ପରିବହନ ଖର୍ଚ୍ଚ ଆଜି ପ୍ରଦାନ କରିବାକୁ ସଂଘ ଦାବି କରିଥିଲା।

Related story