ଖରିଫ ଋତୁରେ କମ୍ ବର୍ଷା: ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ୧୪ ପ୍ରତିଶତ କମ୍ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏ ଦିଗରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କୁ ଗଣମାଧ୍ୟମ ଜରିଆରେ ଚାଷ ସମ୍ପର୍କିତ ଜରୁରୀ ସୂଚନା ଦେବା, ଆବଶ୍ୟକ ସ୍ଥଳେ କେନାଲରେ ପାଣି ଛାଡ଼ିବା, ଅଚଳ ନଳକୂପ ସଚଳ କରିବା ଲାଗି ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚାଷୀଙ୍କୁ ୪୦ ହଜାର ବିଦ୍ୟୁତ୍ […]

navin

navin

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 10:32 AM IST

ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ୧୪ ପ୍ରତିଶତ କମ୍ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏ ଦିଗରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କୁ ଗଣମାଧ୍ୟମ ଜରିଆରେ ଚାଷ ସମ୍ପର୍କିତ ଜରୁରୀ ସୂଚନା ଦେବା, ଆବଶ୍ୟକ ସ୍ଥଳେ କେନାଲରେ ପାଣି ଛାଡ଼ିବା, ଅଚଳ ନଳକୂପ ସଚଳ କରିବା ଲାଗି ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚାଷୀଙ୍କୁ ୪୦ ହଜାର ବିଦ୍ୟୁତ୍ ଓ ଡିଜେଲ ପମ୍ପ ରିହାତି ଦରରେ ଯୋଗାଇ ଦେବାକୁ କୃଷି ବିଭାଗ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି ସେ କାମ ମାସକ ଭିତରେ ଶେଷ କରିବା ସହ ତୈଳବୀଜ ବିହନ ଓ ସାର ଠିକ୍ ସମୟରେ ଚାଷୀଙ୍କୁ ଯୋଗାଇ ଦେହାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନାରେ ମିଳୁଥିବା ପାଣ୍ଠିର ୬୦ ପ୍ରତିଶତ ଅର୍ଥ କୃଷି ସମ୍ପର୍କୀତ କାର୍ଯ୍ୟରେ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos