ଦୁଇଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଖୋର୍ଦ୍ଧା/କେନ୍ଦ୍ରାପଡା: ଆଜି ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାରୁ। ଋଣଭାର ଓ ଫସଲହାନୀ ଚିନ୍ତାରେ ଉଭୟେ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋଡା ଗାଁର ଯୁଗଳ ବାଗସିଂ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନୀ ଓ ଋଣଭାର ଚିନ୍ତାରେ ଯୁଗଳ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ […]

farmer-suicide

Rakesh Mallick
  • Published: Wednesday, 11 November 2015
  • , Updated: 12 November 2015, 05:01 AM IST

ଖୋର୍ଦ୍ଧା/କେନ୍ଦ୍ରାପଡା: ଆଜି ପୁଣି ଦୁଇଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଓ କେନ୍ଦ୍ରାପଡା ଜିଲ୍ଲାରୁ। ଋଣଭାର ଓ ଫସଲହାନୀ ଚିନ୍ତାରେ ଉଭୟେ ଆତ୍ମହତ୍ୟା କରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୋଡା ଗାଁର ଯୁଗଳ ବାଗସିଂ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନୀ ଓ ଋଣଭାର ଚିନ୍ତାରେ ଯୁଗଳ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛଦ ଲାଗି ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ସେହିପରି ସ୍ଥାନୀୟ ବିଧାୟିକା ମଧ୍ୟ ଗାଁରେ ପହଞ୍ଚି ମୃତ୍ୟୁର କାରଣ ପଚାରି ବୁଝିଛନ୍ତି।

ମୃତ ଯୁଗଳଙ୍କ ପରିବାର ଲୋକେ କହିଛନ୍ତି, ନିଜର ୩ମାଣ ଓ ଭାଗରେ ୮ରୁ ୯ମାଣ ଜମି ଆଣି ଚାଷ କରିଥିଲେ । ଏଥିପାଇଁ ଗାଁର କିଛି ଲୋକଙ୍କଠାରୁ ହାତଉଧାରି କରିଥିଲେ। ଏହାସହ ସୋସାଇଟରୁ ମଧ୍ୟ ଋଣ କରିଥିଲେ। ଆଜି ଦୀପାବଳି ଥିବାରୁ କିଛି ଲୋକ ଧାର ଟଙ୍କା ଫେରାଇବାକୁ କହିଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ସେ ଦୋଉଡି ଦେଇ ଆତ୍ମହତ୍ୟା କରିଦେଇଥିବା ପରିବାର ଲୋକେ କହିଛନ୍ତି।

ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଶ୍ରୀଧର ସେଠୀ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଘର ପାଳକଣା ଗାଁରେ । ଫସଲହାନୀ ଚିନ୍ତାରେ ଶ୍ରୀଧର ଗାଁରେ ଥିବା ଏକ ପୋଖରୀକୁ ଡେଉଁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story