ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମରେ ବାଧକ ସାଜିଛି ଜମି ଅଧିଗ୍ରହଣ

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମରେ ବାଧକ ସାଜିଛି ଜମି ଅଧିଗ୍ରହଣ। ଏହି ବର୍ଷ ଜୁନ୍ ସୁଦ୍ଧା ରାଜସୁନାଖଳା ପର୍ଯ୍ୟନ୍ତ କାମ ଶେଷ ହେବାର ଥିଲେ ବି ଏହା ହୋଇପାରିନି। ଆଜି ବସିଥିବା ତୃତୀୟ ଆପେକ୍ସ କମିଟି ବୈଠକରେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ପରେ ପରିବହନ ମନ୍ତ୍ରୀ ରମେଶ ମାଝି କହିଥିଲେ,“ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ […]

Rajsunakhala

Rakesh Mallick
  • Published: Wednesday, 13 July 2016
  • , Updated: 13 July 2016, 08:56 PM IST

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମରେ ବାଧକ ସାଜିଛି ଜମି ଅଧିଗ୍ରହଣ। ଏହି ବର୍ଷ ଜୁନ୍ ସୁଦ୍ଧା ରାଜସୁନାଖଳା ପର୍ଯ୍ୟନ୍ତ କାମ ଶେଷ ହେବାର ଥିଲେ ବି ଏହା ହୋଇପାରିନି। ଆଜି ବସିଥିବା ତୃତୀୟ ଆପେକ୍ସ କମିଟି ବୈଠକରେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ପରିବହନ ମନ୍ତ୍ରୀ ରମେଶ ମାଝି କହିଥିଲେ,“ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସହଯୋଗ କରିବାକୁ ପରିବହନ ବିଭାଗକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।”

ସେ କହିଥିଲେ,“ଏହି ରେଳପଥ ପାଇଁ ବଲାଙ୍ଗିର ପଟରୁ ଗତ ଡିସେମ୍ବରରୁ କାର୍ଯ୍ୟ ଆରମ୍ଭ ହୋଇଛି। ୧୬ କିଲୋମିଟର କାମ ଚାଲିଛି। ୨୦୧୮ ସୁଦ୍ଧା କାମ ଶେଷ ହେବ। ସେହିପରି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ରେଳପଥ କାମ ଶେଷ କରାଯିବ। ୨୦୨୧ ସୁଦ୍ଧା ସଂପୂର୍ଣ୍ଣ ପ୍ରକଳ୍ପର କାମ ଶେଷ ହେବ।”

Related story