ରାଜଗାଦି ଗଲାଣି, କିନ୍ତୁ ଯାଇନି ଶାସନ ଲୋଭ: ସ୍ୱାମୀ ଓ ଶାଶୂଙ୍କ ପରେ ମୈଦାନକୁ ଓହ୍ଲେଇବେ ରାଣୀ

କର୍ପୂର ସିନା ଉଡ଼ି ଯାଇଛି ହେଲେ କନା ପଡ଼ି ରହିଛି। ଦେଶରେ ରାଜତନ୍ତ୍ର ଗଲାପରେ ଗଣତନ୍ତ୍ର ଆସିଛି, କିନ୍ତୁ ରାଜ ପରିବାରଗୁଡ଼ିକ ଏବେବି ରାଜଗାଦି ମୋହ ଛାଡ଼ି ନାହାଁନ୍ତି। ଶାସନ କଳ ହାତେଇବା ପାଇଁ ରାଜା ଶାସନ ଛାଡ଼ି ରାଜନୀତିରେ ପ୍ରବେଶ କରିଛନ୍ତି। ରାଜା ଶାସନରେ ଯେଉଁଭଳି ରାଜାପୁଅ ହିଁ ରାଜା ହେଉଥିଲା, ସେହିଭଳି ରାଜନୀତିରେ ମଧ୍ୟ ରାଜ ପରିବାରର ଅଧିକାଂଶ ସଦସ୍ୟ ଶାସନ କରୁଛନ୍ତି। ଆଜି ଆମେ ଏପରି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ, […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:20 PM IST

Sports

Latest News

କର୍ପୂର ସିନା ଉଡ଼ି ଯାଇଛି ହେଲେ କନା ପଡ଼ି ରହିଛି। ଦେଶରେ ରାଜତନ୍ତ୍ର ଗଲାପରେ ଗଣତନ୍ତ୍ର ଆସିଛି, କିନ୍ତୁ ରାଜ ପରିବାରଗୁଡ଼ିକ ଏବେବି ରାଜଗାଦି ମୋହ ଛାଡ଼ି ନାହାଁନ୍ତି। ଶାସନ କଳ ହାତେଇବା ପାଇଁ ରାଜା ଶାସନ ଛାଡ଼ି ରାଜନୀତିରେ ପ୍ରବେଶ କରିଛନ୍ତି। ରାଜା ଶାସନରେ ଯେଉଁଭଳି ରାଜାପୁଅ ହିଁ ରାଜା ହେଉଥିଲା, ସେହିଭଳି ରାଜନୀତିରେ ମଧ୍ୟ ରାଜ ପରିବାରର ଅଧିକାଂଶ ସଦସ୍ୟ ଶାସନ କରୁଛନ୍ତି।

ଆଜି ଆମେ ଏପରି ଜଣେ ରାଣୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ସ୍ୱାମୀ ଜଣେ ବଡ଼ ନେତା ଓ ଶାଶୂ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଖୁବଶୀଘ୍ର ନିଜେ ରାଣୀ ମଧ୍ୟ ରାଜନୀତିରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଆମେ କହୁଛୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପତ୍ନୀ ପ୍ରିୟଦର୍ଶିନୀ ରାଜେ ସିନ୍ଧିଆଙ୍କ କଥା। ନିକଟରେ ତାଙ୍କ ନାଁ ରାଜସ୍ଥାନର ଶିବପୁରୀ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ସାମିଲ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ ପ୍ରିୟଦର୍ଶିନୀ ଶିବପୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି।

ରାଜସ୍ଥାନର ସିନ୍ଧିଆ ପରିବାର ଅନେକ ବର୍ଷ ହେବ ରାଜନୀତିରେ ସକ୍ରିୟ ଅଛନ୍ତି। ପ୍ରିୟଦର୍ଶିନୀ ସିନ୍ଧିଆଙ୍କ ସ୍ୱାମୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସର ଜଣେ ବଡ଼ ନେତା। ତାଙ୍କ ପିଉସୀ-ଶାଶୂ ବସୁନ୍ଧରା ରାଜେ ସିନ୍ଧିଆ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କର ଆଉଜଣେ ପିଉସୀ ଯଶୋଧରା ରାଜେ ସିନ୍ଧିଆ ମଧ୍ୟପ୍ରେଦେଶ ସରକାରରେ ମନ୍ତ୍ରୀ ଅଛନ୍ତି। ଏହାଛଡ଼ା ତାଙ୍କର ସ୍ୱର୍ଗତ ଶ୍ୱଶୁର ରାଘବରାଓ ସିନ୍ଧିଆ କଂଗ୍ରେସର ନେତା ଥିଲେ।

ପ୍ରିୟଦର୍ଶିନୀ ୧୯୯୪ ମସିହାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos