କାହିଁକି ନୀଳ ରଙ୍ଗକୁ ବାଛିଲେ ଫେସବୁକ ପ୍ରତିଷ୍ଠାତା ଜୁକର ବର୍ଗ, ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର  ମହାନାୟକ କୁହାଯାଉଥିବା ଫେସବୁକକୁ ଇତି ମଧ୍ୟରେ ପୁରିଛି ୧୪ ବର୍ଷ । ୨୦୦୪ ଫେବୃଆରି ୧୪ ତାରିଖରେ ଏହାର ସେବା ଆରମ୍ଭ ହୋଇଥିଲା। ଦୀର୍ଘ ୧୪ ବର୍ଷ ଧରି ଏହି ସାମାଜିକ ଗଣମାଧ୍ୟମ ସହ ଯୋଡ଼ି ହୋଇଛନ୍ତି ବିଶ୍ୱବ୍ୟାପୀ କୋଟି କୋଟି ଲୋକ। ତେବେ ଫେସବୁକ୍‌କୁ ଛାଡ଼ି ଅନେକ ସୋସିଆଲ ମିଡିଆ ଥିଲେ ମଧ୍ୟ ସେଗୁଡ଼ିକ ସେତେଟା ଲୋକପ୍ରିୟ ହୋଇପାରିନି।  ଏହି ସୋସିଆଲ ମିଡିଆକୁ ନେଇ ଅନେକ ତଥ୍ୟ ଥାଇପାରେ ହେଲେ ଏହା […]

MARK ZUKARBAERG

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 09:34 PM IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆର  ମହାନାୟକ କୁହାଯାଉଥିବା ଫେସବୁକକୁ ଇତି ମଧ୍ୟରେ ପୁରିଛି ୧୪ ବର୍ଷ । ୨୦୦୪ ଫେବୃଆରି ୧୪ ତାରିଖରେ ଏହାର ସେବା ଆରମ୍ଭ ହୋଇଥିଲା। ଦୀର୍ଘ ୧୪ ବର୍ଷ ଧରି ଏହି ସାମାଜିକ ଗଣମାଧ୍ୟମ ସହ ଯୋଡ଼ି ହୋଇଛନ୍ତି ବିଶ୍ୱବ୍ୟାପୀ କୋଟି କୋଟି ଲୋକ। ତେବେ ଫେସବୁକ୍‌କୁ ଛାଡ଼ି ଅନେକ ସୋସିଆଲ ମିଡିଆ ଥିଲେ ମଧ୍ୟ ସେଗୁଡ଼ିକ ସେତେଟା ଲୋକପ୍ରିୟ ହୋଇପାରିନି।  ଏହି ସୋସିଆଲ ମିଡିଆକୁ ନେଇ ଅନେକ ତଥ୍ୟ ଥାଇପାରେ ହେଲେ ଏହା ପଛର ଥିବା ନୀଳ ରଙ୍ଗର ରହସ୍ୟ ଖୁବ୍‌ ରୋଚକପୂର୍ଣ୍ଣ। କେବେ ଭାବିଛନ୍ତି  ଫେସବୁକ୍‌ର ପ୍ରତିଷ୍ଠାତା ତଥା କମ୍ପାନୀର ସିଇଓ ମାର୍କ ଜୁକର ବର୍ଗ କାହିଁକି ନୀଳ ରଙ୍ଗକୁ ବାଛିଲେ ? କ’ଣ ଥାପାରେ ଏହା ପଛର କାରଣ? ତେବେ ଆସନ୍ତୁ ଜାଣିବା ଫେସବୁକ ଓ ମାର୍କ ଜୁକରବର୍ଗଙ୍କ ବିଷୟରେ କିଛି ରୋଚକ ତଥ୍ୟ।

ମୁଖ୍ୟ କଥା ହେଉଛି ଥରେ ଏକ ଅନ୍‌ଲାଇନ୍‌ ପରୀକ୍ଷା ଦେଉଥିବା ବେଳେ ନିଜ ଦୁର୍ବଳତାକୁ ଚିହ୍ନପାରିଥିଲେ ଜୁକର ବର୍ଗ। ରଙ୍ଗ ଚିହ୍ନଟକୁ ନେଇ ତାଙ୍କ ଆଖି ଦୋଷ ଥିବା ସେ ଜାଣିପାରିଥିଲେ। ଅର୍ଥାତ ରଙ୍ଗକୁ ବାରିବାରେ ଜୁକର ବର୍ଗଙ୍କ ପାଇଁ କିଛିଟା  ସମସ୍ୟା ଥିବା ସେ ନିଜେ ଅନୁଭବ କରିଥିଲେ। ମୁଖ୍ୟତଃ ଲାଲ ଏବଂ ସବୁଜ ରଙ୍ଗ ଚିହ୍ନଟ କରିବାରେ ତାଙ୍କ ପାଇଁ ଅଡ଼ୁଆ ଥିବା ସେ ବାରିପାରିଥିଲେ। ଫଳରେ ସେ ଫେସ୍‌ବୁକ୍‌ ପାଇଁ ସେ ନୀଳ ରଙ୍ଗ ହିଁ ବାଛିଥିଲେ। ଏକ ଇଣ୍ଟର୍ଭ୍ୟୁରେ ସେ ନିଜେ ଉପରୋକ୍ତ ରହସ୍ୟର ଗୁମର ଖୋଲିଥିଲେ।

ସେହିପରି ଆସନ୍ତୁ ଜାଣିବା ଆଉ କିଛି ତଥ୍ୟ

୧- ଜୁକରବର୍ଗଙ୍କର କୁକୁରମାନଙ୍କୁ ଖୁବ ଭଲପାଆନ୍ତି। ସେ ଗୋଟିଏ ହଙ୍ଗେରିୟାନ ସିପ୍ ଡଗ୍ ରଖିଛନ୍ତି।

୨- ପ୍ରେମରେ ମଧ୍ୟ ଜୁକର ବର୍ଗ ବେଶ୍‌ ପାରଙ୍ଗମ। ସେ ଜଣେ ଚାଇନିଜ୍‌ ଯୁବତୀଙ୍କୁ ଭଲ ପାଉଥିଲେ। ପ୍ରେମିକାକୁ ପାଇବା ପାଇଁ ସେ ଚାଇନିଜ୍‌ ଭାଷା ଶିଖିଥିଲେ। ଶ୍ୱଶୂର ଘର ଲୋକଙ୍କୁ ମନେଇ ୨୦୧୦ରେ ବାନ୍ଧବୀ ପ୍ରିସ୍‌କିଲ୍ଲାଙ୍କୁ ବିବାହ କରିଥିଲେ। ଦୁହିଙ୍କର କନ୍ୟା ଗୋଟିଏ ସନ୍ତାନ ମଧ୍ୟ ଅଛି।

୩- ପୂର୍ବରୁ ଜୁକର ବର୍ଗ ନିଜକୁ ଫେସବୁକରେ ବ୍ଲକ କରିପାରୁ ନ ଥିଲେ, କିନ୍ତୁ ଏବେ ତାହା କରି ହେଉଛି।

୪-ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜୁକର ବର୍ଗଙ୍କର ଟ୍ୱିଟରରେ ସାଢ଼େ ୪ ନିୟୁତ  ଫଲୋଅର୍ସ ଅଛନ୍ତି।

Related story