ଦୁନିଆର ୬ଟି ସବୁଠୁ ଦାମୀ ଲାପ୍‌ଟପ୍: ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ଜେନେରେସନ୍ ପାଇଁ ଲାପ୍‌ଟପ୍ ଗୋଟେ ଜରୁରୀ ଆବଶ୍ୟକତା ହୋଇପଡିଛି। ଦିନକୁ ଦିନ ଲାପ୍‌ଟପ୍‌ର କ୍ରେଜ୍ ଏମତି ବଢ଼ି ଚାଲିଛି ଯେ, ଏହାକୁ ନଜରରେ ରଖି ଅନେକ କମ୍ପାନୀ ଭିନ୍ନ ଭିନ୍ନ ଉତ୍କୃଷ୍ଟ ଲାପଟପ୍ ବନାଇବାରେ ଲାଗିଛନ୍ତି। ଯୁବପିଢ଼ି ଭଲ ଓ ଦାମୀ ଲାପ୍‌ଟପ୍ ପ୍ରତି ବେଶି ଆକର୍ଷିତ ହେଉଥିବାରୁ ଏହାର ଦର ମଧ୍ୟ ସେହି ଅନୁଯାୟୀ ବଢିବାକୁ ଲାଗିଛି। ତାହେଲେ ଆସନ୍ତୁ ଜାଣିବା ଦୁନିଆରେ ରହିଥିବା କେତୋଟି ଦାମୀ ଲାପଟପ୍‌ ସମ୍ପର୍କରେ। ଏଥିରୁ […]

laptop1

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 09:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ଜେନେରେସନ୍ ପାଇଁ ଲାପ୍‌ଟପ୍ ଗୋଟେ ଜରୁରୀ ଆବଶ୍ୟକତା ହୋଇପଡିଛି। ଦିନକୁ ଦିନ ଲାପ୍‌ଟପ୍‌ର କ୍ରେଜ୍ ଏମତି ବଢ଼ି ଚାଲିଛି ଯେ, ଏହାକୁ ନଜରରେ ରଖି ଅନେକ କମ୍ପାନୀ ଭିନ୍ନ ଭିନ୍ନ ଉତ୍କୃଷ୍ଟ ଲାପଟପ୍ ବନାଇବାରେ ଲାଗିଛନ୍ତି। ଯୁବପିଢ଼ି ଭଲ ଓ ଦାମୀ ଲାପ୍‌ଟପ୍ ପ୍ରତି ବେଶି ଆକର୍ଷିତ ହେଉଥିବାରୁ ଏହାର ଦର ମଧ୍ୟ ସେହି ଅନୁଯାୟୀ ବଢିବାକୁ ଲାଗିଛି।

ତାହେଲେ ଆସନ୍ତୁ ଜାଣିବା ଦୁନିଆରେ ରହିଥିବା କେତୋଟି ଦାମୀ ଲାପଟପ୍‌ ସମ୍ପର୍କରେ। ଏଥିରୁ କିଛି ଲାପ୍‌ଟପ୍‌ର ଦାମ କୋଟିଏ ଟଙ୍କାରୁ ଅଧିକ।

୧. ଲୁଭଗ୍ଲିଓନ୍‌

ଏହା ଦୁନିଆର ସବୁଠୁ ଦାମୀ ଲାପ୍‌ଟପ୍। ଏହାକୁ ମିଲିଅନ ଡଲାର ଲାପଟପ୍ କୁହାଯାଏ। ଏହାର ଡିଜାଇନ୍ ୟୁକେ ବେସ୍ଡ କମ୍ପାନୀ ଲୁଭାଗ୍ଲିଓ କରିଥାଏ। ଏହି ଲାପ୍‌ଟପ୍‌ର ସ୍କ୍ରିନ୍ ୧୭ ଇଞ୍ଚ୍ । ଖଙ୩ ପ୍ଲେୟାର ସପୋର୍ଟ ଥିବା ଏହି ସିଷ୍ଟମ୍‌ରେ ରଙ୍ଗିନ୍‌ହୀରା ଖଞ୍ଜା ଯାଇଛି। କେବଳ ଏତିକି ନୁହେଁ, ଏଥିରେ ୟୁଏସ୍‌ବି ମୋମୋରି, ଡବଲ ପାୱାର ବଟନ ସହ ସିକ୍ୟୁରିଟି ସିଷ୍ଟମ ମଧ୍ୟ ସଂଲଗ୍ନ ରହିଛି। ସବୁଠୁ ଖାସ୍‌କଥା ହେଉଛି ୟୁଜର କେତେବେଳେ ବି ଏହାର ହାର୍ଡୱେରକୁ ଅପ୍‌ଗ୍ରେଡ କରିପାରିବେ। ପ୍ରତି ବଟନରେ ହୀରା ଖଚିତ ଏହି ଲାପ୍‌ଟପ୍‌ର ଦାମ୍ ହେଉଛି ୬ କୋଟି ୬୭ ଲକ୍ଷ ୭୫ ହଜାର ଟଙ୍କା ।

୨. ତୁଲିପ୍ ଇ-ଗୋ ଡାଇମଣ୍ଡ

ଏହି ଲାପ୍‌ଟପ୍‌ଟି ଏକ ଗହଣା ବାକ୍ସ ପରି ଦେଖାଯାଏ। ଏହାର କୋଣଗୁଡ଼ିକରେ ଦାମୀ ପଥର ଲାଗିଥିବାରୁ ଏହାର ଦାମ୍ ଖୁବ ଅଧିକ । ଏହାକୁ କିଣିବାକୁ ପାଖାପାଖି ୨,୩୩,୭୯,୯୮୨ ଟଙ୍କା ପଡିବ।

୩. ମ୍ୟାକ୍ ବୁକ୍ ପ୍ରୋ 24 କ୍ୟାରେଟ୍ ଗୋଲ୍ଡ

ଏହି ମ୍ୟାକ୍ ବୁକ୍‌ପ୍ରୋ ଲାପ୍‌ଟପ୍‌ର ବଡି ୨୪ କ୍ୟାରେଟ୍‌ସୁନାରେ ତିଆରି। ଏହାର ଦାମ୍ ରହିଛି ୨୦, ୦୩,୨୫୦ ଟଙ୍କା। ଏଥିରେ ୪ଜିବି ହାର୍ଡଡିକ୍ସ ରହିଛି ଯେଉଁଥିରେ ଉଉଛ୨ ପ୍ରୋସେସର ରହିଛି।

୪. ଇଗୋ ଫର୍ ବେଣ୍ଟଲେ

ଲାପ୍‌ଟପ୍‌ ଦୁନିଆରେ ଏହି ନୋଟ୍ ବୁକ୍‌କୁ ସବୁଠୁ ଦାମୀ ବୋଲି କୁହାଯାଏ। ଯାହାର ଦାମ୍ ୧୩,୩୫,୯୦୦ ଟଙ୍କା । ଏଥିରେ ୨ଜିବି ରାମ୍, ୧୬୦ ଜିବି ହାର୍ଡ଼ ଡ୍ରାଇଭ ରହିଛି। ଏଥିରେ ଆପଣ କେଉଁଠି ବି ୱାଇଫାଇ କନେକ୍ଟ କରିପାରିବେ।

୫. ଭ୍ୟୁଡୋ ଅନ୍‌ଭୀ ଏଚ୍୧୭୧

ଏହି ଲାପ୍‌ଟପ୍‌ ମଧ୍ୟ ଦାମିକିଆ। ଏହାର ଦାମ୍ ହେଉଛି ୫,୬୭,୬୦୮ ଟଙ୍କା।

୬.  କୋଲାଭରି ଷ୍ଟିଲ୍‌ଥ ମ୍ୟାକ୍‌ବୁକ୍ ପ୍ରୋ

ମ୍ୟାକବୁକ୍‌ର ୧୦ଟି ଲିମିଟେଡ୍ ଏଡିସନ୍‌ମଧ୍ୟରୁ ଏହା ଗୋଟିଏ। ଏହାକୁ କୋଲ୍ଡୱେୟାର ତିଆରି କରିଛି। ଏହାର ଦାମ୍ ୪,୦୦୪୧୦ ଟଙ୍କା।

 

 

Related story