ଭାରତର ଡେଙ୍ଗା ଦମ୍ପତିଙ୍କ ସମ୍ପର୍କରେ ଜାଣିଛନ୍ତି କି ? ତା’ହେଲେ ପଢନ୍ତୁ

ଭାରତରେ ସବୁଠାରୁ ଡେଙ୍ଗା ଦମ୍ପତିଙ୍କ ସମ୍ପର୍କରେ ଆପଣ ଜାଣନ୍ତି କି ? ଯିଏ ନିଜର ଉଚ୍ଚତାକୁ ନେଇ ସାରାବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି। ହୁଏତ ଜାଣି ନ ଥିବେ ହେଲେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ହେଉଥିବ ନିଶ୍ଚିତ। ତା ହେଲେ ପଢନ୍ତୁ। ସେମାନେ ହେଉଛନ୍ତି ପୁଣେର ପିମ୍ପରରେ ରହୁଥିବା କୁଣକୋର୍ଣ୍ଣ ଦମ୍ପତି। ପରିବାରର ମୁଖିଆ ହେଉଛନ୍ତି ଶରଦ କୁଲକର୍ଣ୍ଣ(୫୬)। ଯାହାଙ୍କର ଉଚ୍ଚତା ୭ ଫୁଟ୍ ୧.୫ ଇଞ୍ଚ। ସେହିପରି ଶରଦଙ୍କ ପତ୍ନୀ ସଞ୍ଜୋତଙ୍କ ଉଚ୍ଚତା ୬ ଫୁଟ […]

yy

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 04:25 PM IST

ଭାରତରେ ସବୁଠାରୁ ଡେଙ୍ଗା ଦମ୍ପତିଙ୍କ ସମ୍ପର୍କରେ ଆପଣ ଜାଣନ୍ତି କି ? ଯିଏ ନିଜର ଉଚ୍ଚତାକୁ ନେଇ ସାରାବିଶ୍ୱରେ ଚର୍ଚ୍ଚାରେ ରହିଛନ୍ତି। ହୁଏତ ଜାଣି ନ ଥିବେ ହେଲେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ହେଉଥିବ ନିଶ୍ଚିତ। ତା ହେଲେ ପଢନ୍ତୁ।

ସେମାନେ ହେଉଛନ୍ତି ପୁଣେର ପିମ୍ପରରେ ରହୁଥିବା କୁଣକୋର୍ଣ୍ଣ ଦମ୍ପତି। ପରିବାରର ମୁଖିଆ ହେଉଛନ୍ତି ଶରଦ କୁଲକର୍ଣ୍ଣ(୫୬)। ଯାହାଙ୍କର ଉଚ୍ଚତା ୭ ଫୁଟ୍ ୧.୫ ଇଞ୍ଚ। ସେହିପରି ଶରଦଙ୍କ ପତ୍ନୀ ସଞ୍ଜୋତଙ୍କ ଉଚ୍ଚତା ୬ ଫୁଟ ୨.୬ ଇଞ୍ଚ। ଶରଦଙ୍କ ବଡ଼ ଝିଅର ଉଚ୍ଚତା ୬ଫୁଟ ଓ ସାନ ଝିଅର ଉଚ୍ଚତା ୬ ଫୁଟ ୪ଇଞ୍ଚ। ଏହି ସ୍ୱାମୀ ସ୍ତ୍ରୀଙ୍କ ଭଳି ତାଙ୍କ ପିଲାମାନେ ମଧ୍ୟ ଲମ୍ବା ହୋଇଥିବାରୁ ପୂରା ପରିବାର ଏବେ ଲିମ୍ପକା ବୁକରେ ସ୍ଥାନ ପାଇବା ପାଇଁ ମଧ୍ୟ ଆବେଦନ କରି ସାରିଛି। ଏହି ପରିବାର ସମସ୍ତ ସଦସ୍ୟଙ୍କ ଉଚ୍ଚତାକୁ ମିଶାଇଲେ ୨୬ ଫୁଟରୁ ଅଧିକ ହେବ।

ଶରଦ ଓ ସଞ୍ଜୋତଙ୍କ ବିବାହ ୧୯୮୯ ମସିହାରେ ହୋଇଥିଲା। କିନ୍ତୁ ତାଙ୍କ ବିବାହ ଥିଲା ଟିକିଏ ହଟକେ। ସଞ୍ଜୋତ ଉଚ୍ଚତା ଅଧିକ ଥିବାରୁ ତାଙ୍କୁ କେହି ବରପାତ୍ର ମିଳୁ ନ ଥିଲା। ସଞ୍ଜୋତଙ୍କ ଜେଜେ ମା’ ପରିବା କିଣିବାକୁ ବଜାର ଯାଇଥିଲା ବେଳେ ତାଙ୍କର ନଜର ପଡ଼ିଥିଲା ଶରଦଙ୍କ ଉପରେ। ପରେ ସଞ୍ଜୋତଙ୍କ ବିବାହ ପ୍ରସ୍ତାବ ନେଇ ଶରଦଙ୍କ ଘରକୁ ସେ ଯାଇଥଲେ ଓ ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Related story