ନିୟମ ଏମିତି, ଶୁଣିଲେ ଉଡିଯିବ ହୋସ୍‌

ବିଭିନ୍ନ ଦେଶର ନିୟମ ଭିନ୍ନ ଭିନ୍ନ।  କିଛି ଦେଶରେ ଏମିତି ଅଜବ ନିୟମ ରହିଛି ଯାହା ବିଷୟରେ କେବେ କଳ୍ପନା କରାଯାଇ ପାରିବ ନାହିଁ। ଏପରି ନିୟମ ସମ୍ପର୍କରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ବାସ୍ତବରେ ଏହି ନିୟମ ରହିଛି। ଏହାକୁ ବେଖାତିର କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥାଏ। ଏପରିକି କିଛି ସ୍ଥାନରେ ଜେଲ୍‌ ଯିବାର ମଧ୍ୟ ନିୟମ ରହିଛି। ଆସନ୍ତୁ ଜାଣିବା ଏମିତି କିଛି ଅଜବ ନିୟମ ସମ୍ପର୍କରେ। ୧. ଯଦି ଆପଣ […]

1

1

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 06:54 PM IST

Sports

Latest News

ବିଭିନ୍ନ ଦେଶର ନିୟମ ଭିନ୍ନ ଭିନ୍ନ।  କିଛି ଦେଶରେ ଏମିତି ଅଜବ ନିୟମ ରହିଛି ଯାହା ବିଷୟରେ କେବେ କଳ୍ପନା କରାଯାଇ ପାରିବ ନାହିଁ। ଏପରି ନିୟମ ସମ୍ପର୍କରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ବାସ୍ତବରେ ଏହି ନିୟମ ରହିଛି। ଏହାକୁ ବେଖାତିର କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥାଏ। ଏପରିକି କିଛି ସ୍ଥାନରେ ଜେଲ୍‌ ଯିବାର ମଧ୍ୟ ନିୟମ ରହିଛି। ଆସନ୍ତୁ ଜାଣିବା ଏମିତି କିଛି ଅଜବ ନିୟମ ସମ୍ପର୍କରେ।

୧. ଯଦି ଆପଣ ସୁଇଜରଲ୍ୟାଣ୍ଡ ଯାଇଛନ୍ତି ତେବେ ଭୁଲରେ ବି ରାତି ୧୦ଟା ପରେ ଟଏଲେଟ୍‌ ଫ୍ଲସ୍‌ ବଟମ୍‌କୁ ଅନ୍‌ କରନ୍ତୁ ନାହିଁ। ଏପରି କରିବା ଏହି ଦେଶରେ ବେଆଇନ୍‌। ଏପରି କଲେ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିପାରେ।

୨. ଯଦି ସିଙ୍ଗାପୁର ଯାଉଛନ୍ତି, ଭୁଲରେ ସାଙ୍ଗରେ ଚୁଇଙ୍ଗ ଗମ୍‌ ନିଅନ୍ତୁ ନାହିଁ। ସେଠାରେ ପହଞ୍ଚିବା ପରେ ଯଦି ଆପଣଙ୍କ ପାଖରୁ ଚୁଇଙ୍ଗ ଗମ୍‌ ବାହାରିଲା ତେବେ ଜରିମାନା ଦେବାକୁ ପଡ଼ିପାରେ। ରିପୋର୍ଟ ଅନୁସାରେ ଏଠାରେ ଚୁଇଙ୍ଗ ଗମ୍‌ ଚୋବାଇଲେ ୧ ହଜାର ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିଥାଏ।

2୩. ସମୋଆରେ ପତ୍ନୀର ଜନ୍ମଦିନ ଭୁଲି ଯିବା ଦଣ୍ଡନୀୟ ଅପରାଧ।

୪. ଫ୍ଲୋରିଡାରେ ପଶୁଙ୍କ ନକଲ କରିବା ବେଆଇନ। ଏଥିପାଇଁ କଠୋର ଦଣ୍ଡବିଧାନ ରହିଛି।

୫. ଆମେରିକାର ମିନିସୋଟାରେ ପୁରୁଷ ଓ ମହିଳାଙ୍କ ଅନ୍ତବସ୍ତ୍ର ଏକା ସାଙ୍ଗରେ ସୁଖାଇବା ଦଣ୍ଡନୀୟ ଅପରାଧ।

୬. ମୋଣ୍ଟାନାର ବୋଗମୋନ୍‌ରେ ନିୟମ ଅନୁସାରେ ସୂର୍ଯ୍ୟାସ୍ତ ପରେ ଘରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ ବେଆଇନ।

୭. ମୋଣ୍ଟାନାରେ ଫୋନ୍‌ବୁକ୍‌କୁ ଅଧା ଚିରିବା ମଧ୍ୟ ବେଆଇନ ବିବେଚନା କରାଯାଇଥାଏ।

୮. ନ୍ୟୁୟର୍କରେ ଛାତରୁ ଡେଉଁବା ବେଆଇନ। ଏପରି କରିବା ଦ୍ୱାରା ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ।

3୯. ନୋୱାଡାର ୟୁରେକାରେ ନିଶ ଥିବା ପୁରୁଷ ଯୁବତୀଙ୍କୁ କିସ୍‌ କରିବା ବେଆଇନ।

୧୦. ସେନ ଫ୍ରାନ୍‌ସିସ୍କୋରେ କାର ସଫା କରିବା ବେଳେ ଅଣ୍ଡୱେର ବ୍ୟବହାର କରିବା ବେଆଇନ।

୧୧. ଡେନମାର୍କରେ ଆପଣ ନିଜ ପିଲାଙ୍କ ନାଁ ଆପରଙ୍କ ଇଚ୍ଛାରେ ରଖିପାରିବେ ନାହିଁ।

୧୨. ୱାସିଙ୍ଗଟନ୍‌ରେ ଆପଣ କୌଣସି ଭର୍ଜିନ୍‌ଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ।

୧୩. ଇଂଲଣ୍ଡର ସଂସଦ ଭବନ ସଦନ ଭିତରେ ଆପଣ ମରିପାରିବେ ନାହିଁ।

୧୪. ଫ୍ଲୋରିଡାରେ କୌଣସି ସର୍ବଜନୀନ ସ୍ଥାନକୁ ଆପଣ ଦୁର୍ଗନ୍ଧ କରିପାରିବେ ନାହିଁ।

୧୫. ଇଣ୍ଡିୟାନାରେ ବାର୍ବିଡୋଲ୍‌କୁ ପୁରୁଷଙ୍କ ପୋଷାକ ପିନ୍ଧାଇବା ଅପରାଧ।

୧୬. ପର୍ତ୍ତୃଗାଲରେ ସମୁଦ୍ରରେ ପରିସ୍ରା କରିବା ଅପରାଧ।

୧୭. କେଣ୍ଟୁକିରେ ପକେଟ୍‌ରେ ଆଇସ୍‌କ୍ରିମ ନେବା ବେଆଇନ।

୧୮. ୱାସିଙ୍ଗଟନ୍‌ରେ ଅଭିଭାବକ ନିଜକୁ ଧନୀ କହିବା ଅପରାଧ।

୧୯. ନର୍ଥ କୋରିଲିନାରେ ଲୋକଙ୍କ ସମ୍ମୁଖରେ ରାଣ ଖାଇବା ଆଇନରେ ଅପରାଧ ବିବେଚନା କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos