ଅନେକ ରୋଗର ମହୌଷଧି ମେଥି, ଜାଣନ୍ତୁ କେମିତି କରିବେ ବ୍ୟବହାର

ମେଥିରେ ଭରି ରହିଛି ଔଷଧୀୟ ଗୁଣ। ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌  ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଏହା ଛଡା ଏଥିରେ ଆଣ୍ଟି -ଅକ୍ସିଡେଣ୍ଟ୍‌, ଆଣ୍ଟି -ଇମ୍ଫ୍ଲେମେଟୋରୀ, ମଧୁମେହ ବିରୋଧୀ ଓ ଆଣ୍ଟି ଭାଇରାଲ ପରି ତତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ମେଥି ଦାନା ଆମ ଶରୀରର କେଉଁ ସବୁ  ଉପକାର କରେ। ଡାଇବେଟିସ୍‌ରୁ ମୁକ୍ତି ଦିଏ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମେଥି ଦାନା ଅତ୍ୟନ୍ତ ଭଲ। ଏଥିରେ ଥିବା ହାଇପୋଗ୍ଲେସିମିକ୍‌ […]

methi

methi

Ordigital Desk
  • Published: Saturday, 23 December 2017
  • Updated: 23 December 2017, 01:48 PM IST

Sports

Latest News

ମେଥିରେ ଭରି ରହିଛି ଔଷଧୀୟ ଗୁଣ। ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌  ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ଏହା ଛଡା ଏଥିରେ ଆଣ୍ଟି -ଅକ୍ସିଡେଣ୍ଟ୍‌, ଆଣ୍ଟି -ଇମ୍ଫ୍ଲେମେଟୋରୀ, ମଧୁମେହ ବିରୋଧୀ ଓ ଆଣ୍ଟି ଭାଇରାଲ ପରି ତତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ମେଥି ଦାନା ଆମ ଶରୀରର କେଉଁ ସବୁ  ଉପକାର କରେ।

ଡାଇବେଟିସ୍‌ରୁ ମୁକ୍ତି ଦିଏ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ମେଥି ଦାନା ଅତ୍ୟନ୍ତ ଭଲ। ଏଥିରେ ଥିବା ହାଇପୋଗ୍ଲେସିମିକ୍‌ ଗୁଣ ରକ୍ତରେ ସୁଗାରର ମାତ୍ରା କମ୍‌ କରିବାରେ ସହାୟକ ହୋଇଥାଏ। ଏହା ସହ ଏଥିରେ ଥିବା ଫାଇବର୍‌, କାର୍ବୋହାଇଡ୍ରେଟ୍‌ ଏବଂ ସୁଗାରର ଅବଶୋଷଣକୁ ଧୀମା କରିଥାଏ।  ରାତିସାରା ବତୁରା ଯାଇଥିବା ମେଥି ଦାନାକୁ  ସକାଳେ ଖାଲି ପେଟରେ ଚୋବାଇ ଖାଆନ୍ତୁ ଓ ପାଣି ପିଇ ଦିଅନ୍ତୁ। ଏପରି  ନିୟମିତ କଲେ ଡାଇବେଟିସ୍‌ରୁ ମୁକ୍ତି ପାଇପାରିବେ।

କ୍ଷୀର ବଢ଼ାଇବାରେ ସହାୟକ ହୁଏ

ଶିଶୁକୁ ସ୍ତନପାନ କରାଉଥିବା ମହିଳାଙ୍କ ପାଇଁ ମେଥି ଦାନା ଖାଇବା ଅତ୍ୟନ୍ତ ଭଲ। ଏଥିରେ ଥିବା Galactaogues କ୍ଷୀରର ମାତ୍ରା ବଢ଼ାଇବାରେ ସାହାଯ୍ୟ କରେ।

ରାତି ସାରା ବତୁରାଯାଇଥିବା ମେଥି ଦାନାକୁ ଛାଣି ଏହାର ପାଣି ପିଇବା ଦ୍ୱାରା କ୍ଷୀର ପ୍ରବାହ ବଢ଼ିଥାଏ।

କୋଲେଷ୍ଟ୍ରଲ୍‌ ସ୍ତରକୁ ନିୟନ୍ତ୍ରଣ କରେ

ମେଥି କୋଲେଷ୍ଟ୍ରଲ୍‌ ସ୍ତର କମ୍‌ କରିବାରେ ସାହାଯ୍ୟ କରେ। ଏଥିପାଇଁ ମେଥି ଦାନାକୁ ଚୂର୍ଣ୍ଣ କରି ଖାଆନ୍ତୁ।

କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ

ମେଥି ଦାନାରେ ଫାଇବରର ମାତ୍ରା ଅଧିକ ଥିବାରୁ କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ।  ପେଟରେ ସମସ୍ୟା ଓ ଛାତି ଜଳିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ।

ଶୋଇବା ପୂର୍ବରୁ ମେଥିଗୁଣ୍ଡକୁ ଗରମ ପାଣି ସହ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

ଛୋଟ ଶିଶୁଙ୍କ କୋଷ୍ଠକାଠିନ୍ୟ ପାଇଁ ଏହି ଉପଚାରର ଉପଯୋଗ କରନ୍ତୁ ନାହିଁ।

ସମସ୍ତ ଥଣ୍ଡା ରୋଗରୁ ମୁକ୍ତି ଦିଏ

ମେଥି ଦାନାରେ  ଆଣ୍ଟି -ଅକ୍ସିଡେଣ୍ଟ୍‌ ଗୁଣ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ  ଶକ୍ତି ବଢାଇଥାଏ।

୧ଚାମଚ ମେଥି ପାଉଡର, ଲେମ୍ୱୁ ରସ ଓ ମହୁକୁ ଏକାଠି ମିଶାଇ ଖାଇବା ଦ୍ୱାରା ଥଣ୍ଡା ସମସ୍ୟା ମୁକ୍ତି ମିଳିଥାଏ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos