ଓଜନ କମାଇବାକୁ ଚାହୁଁଛନ୍ତି? ଆକ୍ୟୁପ୍ରେସରର ସାହାଯ୍ୟ ନିଅନ୍ତୁ

ମୋଟା ହୋଇଗଲେ ଓ ଓଜନ ବଢ଼ିଗଲେ ପ୍ରାୟ ସମସ୍ତେ ଚିନ୍ତିତ ହୋଇପଡ଼ନ୍ତି। କିପରି ଅବା ଚିନ୍ତିତ ନହେବେ? ଆବଶ୍ୟକତାଠାରୁ ଅଧିକ ମୋଟା ହେଲେ  ନା ନା ରୋଗ ଯେ ମାଡ଼ି ବସେ। ମୋଟା ଲୋକମାନେ ମେଦ କମାଇବାକୁ ଓ ଶରୀରକୁ ଫିଟ୍‌ କରିବା ପାଇଁ  ବ୍ୟାୟାମ କରିବା ସହିତ ଖାଇବା ମଧ୍ୟ କମାଇ ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆକ୍ୟୁପ୍ରେସର ଚିକିତ୍ସା ପ୍ରାଣାଳୀରେ ମଧ୍ୟ ଶରୀରର ଓଜନ କମାଇ ହେବ। ଏଥିପାଇଁ ଶରୀରର କିଛି ନିର୍ଦ୍ଦିଷ୍ଟ […]

belly

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 08:47 AM IST

ମୋଟା ହୋଇଗଲେ ଓ ଓଜନ ବଢ଼ିଗଲେ ପ୍ରାୟ ସମସ୍ତେ ଚିନ୍ତିତ ହୋଇପଡ଼ନ୍ତି। କିପରି ଅବା ଚିନ୍ତିତ ନହେବେ? ଆବଶ୍ୟକତାଠାରୁ ଅଧିକ ମୋଟା ହେଲେ  ନା ନା ରୋଗ ଯେ ମାଡ଼ି ବସେ। ମୋଟା ଲୋକମାନେ ମେଦ କମାଇବାକୁ ଓ ଶରୀରକୁ ଫିଟ୍‌ କରିବା ପାଇଁ  ବ୍ୟାୟାମ କରିବା ସହିତ ଖାଇବା ମଧ୍ୟ କମାଇ ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଆକ୍ୟୁପ୍ରେସର ଚିକିତ୍ସା ପ୍ରାଣାଳୀରେ ମଧ୍ୟ ଶରୀରର ଓଜନ କମାଇ ହେବ। ଏଥିପାଇଁ ଶରୀରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରେସର ଦେବାକୁ ପଡ଼ିବ। ଆସନ୍ତୁ ଜାଣିବା ଓଜନ କମାଇବା ପାଇଁ ଶରୀର କେଉଁ ସ୍ଥାନରେ ପ୍ରେସ୍‌ କରିବାକୁ ପଡ଼ିବ।

୧- ଗାଲକୁ ଲାଗି ରହିଥିବା କାନର ଶକ୍ତ ମାଂସଳ ସ୍ଥାନ ବା ଟ୍ରାଗସ୍‌କୁ ୩ ମିନିଟ୍ ପର୍ଯ୍ୟନ୍ତ ଆଙ୍ଗୁଳିରେ ଚାପି ରଖନ୍ତୁ। ଏହାଦ୍ୱାର

ଭୋକ କଣ୍ଟ୍ରୋଲ ହୋଇଥାଏ। ଏଥିସହିତ ଏହା ଶରୀରରୁ ମେଦ କମାଇବାରେ ସାହାଯ୍ୟ କରିଥାଏ।

୨- ଆଣ୍ଠୁ ତଳ ଅଂଶରେ ଆଙ୍ଗୁଳି ସାହାଯ୍ୟରେ ଦବାନ୍ତୁ। ଏପରି ପ୍ରତିଦିନ କରିବା ଦ୍ୱାରା ଶରୀରରେ ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ। ଓଜନ କଣ୍ଟ୍ରୋଲ ହୋଇଥାଏ।

୩- ଦୁଇ ହାତର ପାପୁଲିରେ ଥିବା ଫୁଲା ଅଂଶକୁ ଆଙ୍ଗୁଳିରେ ୨ ମିନିଟ୍ ପର୍ଯ୍ୟନ୍ତ ଚାପି ରଖନ୍ତୁ। ଏହା ଓଜନ କମାଇବାରେ ବହୁ ସହାୟକ ହୋଇଥାଏ। ପାଦରେ ମଧ୍ୟ ଏପରି କରାଯାଇ ପାରିବ।

୪- ନାଭିର ଦୁଇ ପାର୍ଶ୍ୱରେ ଆଙ୍ଗୁଳି ରଖି ଧୀରେ ଧୀରେ ପ୍ରେସର ଦିଅନ୍ତୁ। ମେରୁଦଣ୍ଡର ଅସ୍ତିକୁ ଅଳ୍ପ ଅଳ୍ପ ପ୍ରେସର ଦିଅନ୍ତୁ। ଏପରି ନିୟମିତ କଲେ ହଜମ କ୍ରିୟା ଭଲ ହେବା ସହିତ ଶରୀରୁ ମେଦ କମିଥାଏ।

୫- ଦୁଇ ହାତର କହୁଣୀର ଜଏଣ୍ଟ ସ୍ଥାନର ମାଂସଳ ସ୍ଥାନକୁ ଆଙ୍ଗୁଳି ସାହାଯ୍ୟରେ ୫ ମିନିଟ୍ ଦବାଇ ରଖନ୍ତୁ। ଏପରି କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

Related story