4G ଇଣ୍ଟରନେଟ୍‌ ସ୍ପିଡ୍‌ କରିବାର ସହଜ ଟ୍ରିକ୍‌ ଜାଣିଛନ୍ତି କି ?

ଯେକୌଣସି ସିମ୍ ହେଉ ନା କାହିଁକି ମୋବାଇଲ୍‌ରେ ଇଣ୍ଟରନେଟ୍‌ ଚଲାଇଲାବେଳେ ଅନେକ ସମୟରେ 4G ଇଣ୍ଟରନେଟ୍‌ ସ୍ଲୋ ହୋଇଯାଏ। ଆବଶ୍ୟକ ଅନୁସାରେ ଇଣ୍ଟରନେଟ୍‌ର ସ୍ପିଡ୍‌ କମିଯିବାରୁ ବ୍ରାଉଜିଂ କରିବା କିମ୍ବା କୌଣସି ଜିନିଷକୁ ଡାଉନଲୋଡ୍‌ କରିବା ମଧ୍ୟ ବିଳମ୍ବ ହୋଇଥାଏ। ଯଦି ଆପଣଙ୍କ ସହିତ ଏପରି ହେଉଛି ତା’ହେଲେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍‌ କହିବୁ ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଇଣ୍ଟରନେଟ୍‌ ସ୍ପିଡ୍‌ ବଢ଼ାଇ ପାରିବେ। ଏୟାରଟେଲ୍‌ଠାରୁ ନେଇ […]

phone

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 10:50 AM IST

ଯେକୌଣସି ସିମ୍ ହେଉ ନା କାହିଁକି ମୋବାଇଲ୍‌ରେ ଇଣ୍ଟରନେଟ୍‌ ଚଲାଇଲାବେଳେ ଅନେକ ସମୟରେ 4G ଇଣ୍ଟରନେଟ୍‌ ସ୍ଲୋ ହୋଇଯାଏ। ଆବଶ୍ୟକ ଅନୁସାରେ ଇଣ୍ଟରନେଟ୍‌ର ସ୍ପିଡ୍‌ କମିଯିବାରୁ ବ୍ରାଉଜିଂ କରିବା କିମ୍ବା କୌଣସି ଜିନିଷକୁ ଡାଉନଲୋଡ୍‌ କରିବା ମଧ୍ୟ ବିଳମ୍ବ ହୋଇଥାଏ। ଯଦି ଆପଣଙ୍କ ସହିତ ଏପରି ହେଉଛି ତା’ହେଲେ ଚିନ୍ତା କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍‌ କହିବୁ ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଇଣ୍ଟରନେଟ୍‌ ସ୍ପିଡ୍‌ ବଢ଼ାଇ ପାରିବେ। ଏୟାରଟେଲ୍‌ଠାରୁ ନେଇ ଜିଓ ପର୍ଯ୍ୟନ୍ତ ଆପଣ ସୁବୁଠାରେ ଏହି ଟ୍ରିକ୍‌କୁ ବ୍ୟବହାର କରିପାରିବେ। ତେବେ ଏହି ଟ୍ରିକ୍‌ଟି କ’ଣ ଆସନ୍ତୁ ଜାଣିବା।

ଏଥିପାଇଁ ଆପଣଙ୍କୁ ପ୍ରଥମେ ମୋବାଇଲ୍‌ରେ ସେଟିଂକୁ ଯିବାକୁ ପଡ଼ିବ। ସେଟିଂ କଲାବେଳେ ମୋବାଇଲ୍‌ ଡାଟା ଅଫ୍‌ କରିବାକୁ ପଡ଼ିବ।

୧.ଫୋନ୍ ସେଟିଂରେ ଯାଇ Celluler Network କୁ ଯାଆନ୍ତୁ। ଯେଉଁ ସିମ୍‌ରେ ୪ଜି ଡାଟା ଚାଲୁଛି ସେହି ସିମ୍‌କୁ ସିଲେକ୍ଟ କରନ୍ତୁ। ଏହାପରେ Acess Point Names ଉପରେ ଟ୍ୟାପ୍‌ କରନ୍ତୁ। ଟ୍ୟାପ୍‌ କଲାପରେ ଯେଉଁ ସିମ୍‌ରେ ଡାଟା ଚଲାଉଛନ୍ତି ସେହି ସିମ୍‌ର ନାଁ ଦେଖା ହେବ। ତା’ଉପରେ ମଧ୍ୟ ଟ୍ୟାପ୍‌ କରନ୍ତୁ।

୨. ସେଟିଂରେ  ଗୋଟେ ଲିଷ୍ଟ ଓପନ୍‌ ହୋଇଯିବ। ଏଥିରେ Server ଉପରେ ଟ୍ୟାପ୍‌ କରନ୍ତୁ। ସେଥିରେ କିଛି ଲେଖାଯାଇ ନଥି। ଆପଣ ସେଥିରେ www.google.com ଲେଖି ଓକେ କରନ୍ତୁ।

୩. ଏବେ ତଳକୁ ଆସି ସେଠାରେ Authentication type ଉପରେ ଟ୍ୟାପ୍‌ କରନ୍ତୁ। ଏଠାରେ ଆପଣଙ୍କୁ None ଦେଖାଯିବ। ଏହା ଉପରେ PAP କରିଦିଅନ୍ତୁ।

୪. ତଳକୁ ଆସିଲେ  APN type ର ବିକଳ୍ପ ମିଳିବ। ଏହାକୁ Default କରି ଦିଅନ୍ତୁ। ଏହାପରେ ବ୍ୟାକ୍‌ ନ କରି ଉପରେ ଦେଖାଯାଉଥିବା ତିନୋଟି ଡଟ୍‌ ବା ବିନ୍ଦୁ ଉପରେ ଟ୍ୟାପ୍‌ କରନ୍ତୁ। ଏଠାରେ ଆପଣଙ୍କୁ Save ବିକଳ୍ପ ଦେଖାଯିବ। ଏହା ଉପରେ ଟ୍ୟାପ୍‌ କଲେ ସେଟିଂ ସେଭ୍‌ ହୋଇଯିବ ଓ ଆପଣଙ୍କ ଫୋନ୍‌ ସ୍ପିଡ୍‌ ହୋଇଯିବ।

Related story