ପିମ୍ପୁଡ଼ି ବି ବେଠି ଖଟନ୍ତି ଓ ଗୋଲାମଗିରି କରନ୍ତି: ଜାଣନ୍ତୁ ପିମ୍ପୁଡ଼ିଙ୍କ ବିଷୟରେ କିଛି ରୋଚକ ତଥ୍ୟ

କେତେକ କ୍ଷେତ୍ରରେ ମଣିଷ ଓ ପିମ୍ପୁଡ଼ିଙ୍କ କାର୍ଯ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପିମ୍ପୁଡ଼ିମାନେ ମଣିଷଙ୍କ ଭଳି କାର୍ଯ୍ୟ କରନ୍ତି। ମଣିଷମାନଙ୍କ ଭଳି ଚାଷବାସ କରନ୍ତି, ଖାଦ୍ୟ ସଂଗ୍ରହ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ ଶୃଙ୍ଖଳାରେ ଧାଡ଼ି ବାନ୍ଧି ଯା’ ଆସ କରନ୍ତି। ଖାଲି ସେତିକି ନୁହେଁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୈନିକ ଭଳି ମିଳି ମିଶି ଆକ୍ରମଣ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ଏହିସବୁ କାର୍ଯ୍ୟ ଛଡ଼ା ପିମ୍ପୁଡ଼ି […]

ant

ant

Rakesh Mallick
  • Published: Friday, 19 January 2018
  • Updated: 19 January 2018, 08:38 PM IST

Sports

Latest News

କେତେକ କ୍ଷେତ୍ରରେ ମଣିଷ ଓ ପିମ୍ପୁଡ଼ିଙ୍କ କାର୍ଯ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପିମ୍ପୁଡ଼ିମାନେ ମଣିଷଙ୍କ ଭଳି କାର୍ଯ୍ୟ କରନ୍ତି। ମଣିଷମାନଙ୍କ ଭଳି ଚାଷବାସ କରନ୍ତି, ଖାଦ୍ୟ ସଂଗ୍ରହ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ ଶୃଙ୍ଖଳାରେ ଧାଡ଼ି ବାନ୍ଧି ଯା’ ଆସ କରନ୍ତି। ଖାଲି ସେତିକି ନୁହେଁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୈନିକ ଭଳି ମିଳି ମିଶି ଆକ୍ରମଣ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ଏହିସବୁ କାର୍ଯ୍ୟ ଛଡ଼ା ପିମ୍ପୁଡ଼ି ମଣିଷମାନଙ୍କ ଭଳି ବେଠି ଖଟେ ଓ ଗୋଲାମଗିରି ମଧ୍ୟ କରେ। ପିମ୍ପୁଡ଼ି ବିଷୟରେ ଏହିଭଳି କିଛି ରୋଚକ କଥା ଆସନ୍ତୁ ଜାଣିବା।

ବିଶ୍ୱର ସବୁଠାରୁ ଅଧିକ ପ୍ରଜାତି ଥିବା ପ୍ରାଣୀ: ପିମ୍ପୁଡ଼ି ବିଶ୍ୱର ସବୁଠାରୁ ବଡ଼ ସାମାଜିକ ପ୍ରାଣୀ। ବିଶ୍ୱରେ ୨୨ ହଜାର ପ୍ରଜାତିର ପିମ୍ପୁଡ଼ି ଦେଖା ଯାଆନ୍ତି। ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଏକାଠି ହୋଇ ରହିଥାନ୍ତି। ଆଣ୍ଟର୍କଟିକାକୁ ଛାଡ଼ିଦେଲେ ପୃଥିବୀର ପ୍ରତ୍ୟେକ ସ୍ଥାନରେ ପିମ୍ପୁଡ଼ି ଦେଖାଯାଆନ୍ତି। ବର୍ଷା ପାଣି ଘରେ ନ ପଶିବା ପାଇଁ ପିମ୍ପୁଡ଼ିମାନେ ମାଟିରେ ବହୁତ ଭିତରେ ଗୁମ୍ଫା କରି ରୁହନ୍ତି।

ପରିବାରର ଥାନ୍ତି ଜଣେ ମୁରବୀ: ପିମ୍ପୁଡ଼ି ପରିବାରରେ ଜଣେ ମାତ୍ର ରାଣୀ ପିମ୍ପୁଡ଼ି ହିଁ ମୁରବୀ ହୋଇ ଥାଏ। ସେ କ୍ଲୋନିଂ ଉପାୟରେ ପିମ୍ପୁଡ଼ିମାନଙ୍କୁ ଜନ୍ମ ଦିଏ। ସମସ୍ତେ ତା’ର ସେବା କରନ୍ତି। ମାଈ ପିମ୍ପୁଡ଼ିମାନେ ରାଣୀ ପିମ୍ପୁଡ଼ି ପାଖରେ ରହିଥାନ୍ତି। ଅଣ୍ଡିରା ପିମ୍ପୁଡ଼ିଙ୍କ ପାଇଁ ଅଲଗା ବାସସ୍ଥାନ ରହିଥାଏ, ଯାହାକୁ ଡ୍ରୋନ କୁହାଯାଏ।

ଗୋଇନ୍ଦାଗିରି: ପିମ୍ପୁଡ଼ିମାନଙ୍କର ଆଘ୍ରାଣ ଶକ୍ତି ପ୍ରଖର ହୋଇଥାଏ।  ଆଘ୍ରାଣ ଶକ୍ତି ବଳରେ ଜାସୁସ୍ ପିମ୍ପୁଡ଼ମାନେ ଖାଦ୍ୟ ସନ୍ଧାନ କରିଥାନ୍ତି। ପରେ ଶ୍ରମିକ ପିମ୍ପୁଡ଼ିମାନଙ୍କୁ ଡାକି ଖାଦ୍ୟକୁ ନିଜ ଗୋଦାମ ଗୃହକୁ ନେଇଯାଆନ୍ତି।

ପଡ଼ୋଶୀଙ୍କ ସହ କଳି: ପିମ୍ପୁଡ଼ିମାନଙ୍କର ବଡ଼ ଶତ୍ରୁ ହୋଇଥାନ୍ତି ନିଜର ପଡ଼ୋଶୀ। ଏମାନଙ୍କ ମଧ୍ୟରେ ଖୁବ ଝଗଡ଼ା ହୋଇଥାଏ। ଏହା ଏତେ ଭୟଙ୍କର ହୋଇଥାଏ ଯେ ଦିନ ଦିନ ଧରି ଝଗଡ଼ା ଲାଗି ରହିଥାଏ।

ଗୁଲାମଗିରି: ଆମାଜନ ପ୍ରଜାତିର ପିମ୍ପୁଡ଼ି ଫର୍ମିକା ପ୍ରଜାତିର ପିମ୍ପୁଡ଼ିଙ୍କ ଉପରେ ଅତର୍କିତ ଆକ୍ରମଣ କରି ତାଙ୍କ ରାଣୀକୁ ମାରିଦିଅନ୍ତି ଓ ଅନ୍ୟ ପିମ୍ପୁଡ଼ିମାନଙ୍କୁ ନିଜର ଗୁଲାମ କରି ଦିଅନ୍ତି। ଗୁଲାମ୍‌ର ଅଭାବ ପୂରଣ କରିବା ପାଇଁ ଆମାଜନ ପିମ୍ପୁଡ଼ିମାନେ ଫର୍ମିକା ପିମ୍ପୁଡ଼ିର ରାଣୀ ଉପରେ ଆକ୍ରମଣ କରି ତା’ର ଅଣ୍ଡାକୁ ନେଇ ଆସନ୍ତି ଓ ସେଥିରୁ ବାହାରୁଥିବା ଛୁଆଙ୍କୁ ଗୁଲାମ କରି ରଖିଦିଅନ୍ତି।

ସୈନିକ ଦଳ: ପିମ୍ପୁଡ଼ିମାନଙ୍କର ବି ସୈନିକ ଥାଆନ୍ତି। ସେମାନେ ନିଜ ଦଳକୁ ରକ୍ଷା କରନ୍ତି। ଏମାନଙ୍କର ମୁଣ୍ଡ ପିମ୍ପୁଡ଼ି ଗୁମ୍ଫାର ପ୍ରବେଶ ଦ୍ୱାର ଭଳି ଦେଖାଯାଇଥାଏ। ଶତ୍ରୁକୁ ସାମ୍ନା କରିବା ପାଇଁ ଏମାନେ ଗୁମ୍ଫାର ପ୍ରବେଶ ଦ୍ୱାରରେ ବସି ରହନ୍ତି। କିଛି ପିମ୍ପୁଡ଼ି ଗଛରେ ଥିବା ଫାଟରେ ଲୁଚି ରହନ୍ତି ଓ ଗଛ ଖାଉଥିବା ପୋକକୁ ଖାଇ ଯାଆନ୍ତି।

ଘା ଛଡ଼ାଇବା ପାଇଁ ସୈନିକ ପିମ୍ପୁଡ଼ିର ବ୍ୟବହାର: ଆଫ୍ରିକା ଓ ଆମାଜନର ଆଦିବାସୀମାନେ ଘା ଭଲ କରିବା ପାଇଁ ସୈନିକ ପିମ୍ପୁଡ଼ିର ବ୍ୟବହାର କରନ୍ତି। ଘା ଚାରିପାଖରେ ଆର୍ମି ଆଣ୍ଟଙ୍କୁ ଛାଡ଼ି ଦିଆଯାଏ। ଏହି ପିମ୍ପୁଡ଼ିମାନେ ଘା’ ସ୍ଥାନରେ ରହି ମାଂସପେଶୀକୁ ଏଭଳି ସଂକୁଚିତ କରିଦିଅନ୍ତି ଯେ ସେଠାରୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ।

ପିମ୍ପୁଡ଼ିର ଥାଏ ଦୁଇଟି ପେଟ: କେତେକ ପିମ୍ପୁଡ଼ିଙ୍କର ଗୋଟିଏ ପେଟ ଖାଦ୍ୟ ଖାଇବା ପାଇଁ ଥାଏ ଓ ଆଉ ଗୋଟିଏ ପେଟ ରାଣୀ ପିମ୍ପୁଡି ପାଇଁ  ଖାଦ୍ୟ ସଂଗ୍ରହ କରିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଏଥିପାଇଁ ଦ୍ୱିତୀୟ ପେଟଟି ଅଙ୍ଗୁରୁ ଭଳି ଫୁଲି ଯାଇଥାଏ। ଆବଶ୍ୟକ ପଡ଼ିଲେ ଦ୍ୱିତୀୟ ପେଟରୁ ଖାଦ୍ୟ ଖସାଏ।

ଆଉ କିଛି କଥା: କେତେକ ପ୍ରଜାତିର ପିମ୍ପୁଡ଼ି ପାଣି ଥିବା ସ୍ଥାନରେ ଘର କରି ରହନ୍ତି। ପିମ୍ପୁଡ଼ି ପାଣିରେ ୨୪ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି। ମଣିଷ ମାଂଶପେଶୀ ଅପେକ୍ଷା ପିମ୍ପୁଡ଼ିମାନଙ୍କର ମାଂଶପେଶୀ  ମୋଟା ହୋଇଥାଏ। ଏମାନେ ଏକ ବର୍ଗ ମିଲ୍ ଏରିଆରେ ପାଖାପାଖି ୫୦ ଟନ୍‌ ମାଟି ଏପାଖ ସେପାଖ କରିଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos