କାନରୁ ଜାଣନ୍ତୁ ମଣିଷର ସ୍ୱଭାବ

କେଉଁ ବ୍ୟକ୍ତିର ଚରିତ୍ର କେମିତି ତାହା ଦେଖୁ ଦେଖୁ ଜାଣିହେବ ନାହିଁ। କୌଣସି ବ୍ୟକ୍ତିଙ୍କ ସହ ନ ମିଶିବା ପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ ଜାଣିବା କାଠିକର ପାଠ। ହେଲେ ମଣିଶ ଶରୀରରେ ଏମିତି କିଛି ଅଙ୍ଗ ଅଛି, ଯେଉଁଥିରୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ। ଏନେଇ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। କାନ ହେଉଛି ମଣିଷର ଚତୁର୍ଥ ଜ୍ଞାନ ଇନ୍ଦ୍ରୀୟ। ଏହାର ଏକ ଅଂଶ ବାହାରେ ରହିଥିବା ବେଳେ ଅନ୍ୟ ଅଂଶ ଶରୀର ଭିତରେ […]

ear

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 08:28 AM IST

କେଉଁ ବ୍ୟକ୍ତିର ଚରିତ୍ର କେମିତି ତାହା ଦେଖୁ ଦେଖୁ ଜାଣିହେବ ନାହିଁ। କୌଣସି ବ୍ୟକ୍ତିଙ୍କ ସହ ନ ମିଶିବା ପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ ଜାଣିବା କାଠିକର ପାଠ। ହେଲେ ମଣିଶ ଶରୀରରେ ଏମିତି କିଛି ଅଙ୍ଗ ଅଛି, ଯେଉଁଥିରୁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିହେବ। ଏନେଇ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। କାନ ହେଉଛି ମଣିଷର ଚତୁର୍ଥ ଜ୍ଞାନ ଇନ୍ଦ୍ରୀୟ। ଏହାର ଏକ ଅଂଶ ବାହାରେ ରହିଥିବା ବେଳେ ଅନ୍ୟ ଅଂଶ ଶରୀର ଭିତରେ ରହିଥାଏ। ସମୁଦ୍ର ଶାସ୍ତ୍ରର ତଥ୍ୟ ଅନୁସାରେ ଆସନ୍ତୁ ଜାଣିବା କାନରୁ କେମିତି ବ୍ୟକ୍ତି ବ୍ୟକ୍ତିତ୍ୱ ଜାଣି ହେବ।

ଛୋଟ କାନ: ଯେଉଁ ବ୍ୟକ୍ତିଙ୍କ କାନ ସାମାନ୍ୟ ଛୋଟ ହୋଇଥାଏ, ସେମାନଙ୍କୁ ବଳଶାଳୀ ବୋଲି ବିବେଚନା କରାଯାଇଥାଏ। ଏମାନେ ବିଶ୍ୱାସଯୋଗ୍ୟ ମଧ୍ୟ ହୋଇଥାନ୍ତି। ଛୋଟ କାନ ଥିବା ବ୍ୟକ୍ତି କଳା କ୍ଷେତ୍ରରେ ରୂଚି ରଖିଥାନ୍ତି। ଏହି ବ୍ୟକ୍ତିଙ୍କୁ କିଛି ବି ମାଗିଲେ ଏମାନେ ମନା କରି ନଥାନ୍ତି।

ବଡ଼ କାନ: ସମୁଦ୍ର ଶାସ୍ତ୍ର ଅନୁସାରେ ବଡ଼ କାନ ଥିବା ବ୍ୟକ୍ତି ବିଚାରଶୀଳ, କର୍ମଠ ଓ ଏମାନଙ୍କ ବ୍ୟବହାର ଖୁବ୍ ଭଲ। ଏମାନେ ସମୟ ନଷ୍ଟ କରିବାକୁ ଚାହିଁ ନଥାନ୍ତି। ଏମାନଙ୍କ ପାଇଁ ସମୟ ବହୁତ ମହତ୍ତ୍ୱପୂର୍ଣ୍ଣ। କୌଣସି କାମରେ ବିଳମ୍ବ ଏମାନେ ସହିପାରନ୍ତି ନାହିଁ। ସବୁକାମ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ କରିଥାନ୍ତି।

ଚଉଡ଼ା କାନ: ଏପରି କାନ ଥିବା ବ୍ୟକ୍ତିଙ୍କ ପାଖରେ ସବୁ ପ୍ରକାରର ସୁଖ, ସୁବିଧା ରହିଥାଏ। ଏମାନେ ନିଜ ଜୀବନରେ ସବୁ ପ୍ରକାର ସୁଖ ପାଇଥାନ୍ତି।

ଅତ୍ୟଧିକ ଛୋଟ କାନ: ଏପରି କାନ ଥିବା ବ୍ୟକ୍ତି ଚଞ୍ଚଳ ସ୍ୱଭାବର ହୋଇଥାନ୍ତି। ଏମାନେ ଈଶ୍ୱରଙ୍କ ଉପରେ ବହୁତ ବିଶ୍ୱାସ କରିଥାନ୍ତି। କିଛି ସ୍ଥାନରେ ଏମାନେ ଲୋଭି ହୋଇଥାନ୍ତି ଓ ଅନ୍ୟ ସହ ବେଇମାନୀ କରିବାକୁ ପଛାଇ ନଥାନ୍ତି। ଅନ୍ୟଠାରୁ କାମ ହାସଲ କରିବାର କଳା ଏମାନଙ୍କ ପାଖରେ ଭରି ରହିଥାଏ।

ମଝିରୁ ଦବି ରହିଥିବା କାନ: ଯେଉଁ ବ୍ୟକ୍ତିଙ୍କ କାନ ମଝିରୁ ଦବି କି ରହିଥାଏ ସେମାନେ ଅପରାଧୀ ପ୍ରକୃତିର ହୋଇଥାନ୍ତି।

Related story