ସାବଧାନ! ଅଧିକ ଆଚାର ଖାଇଲେ ହୋଇପାରେ ଏହି ସବୁ ସମସ୍ୟା

ଖାଇବା ସମୟରେ ଖାଦ୍ୟ ଯେତେ ସ୍ୱାଦିଷ୍ଟ ହେଇଥାଉନା କାହିଁକି ଆଚାର ଟିକେ ନିହାତି ଦରକାର ପଡେ। ପୁଅ ହୁଅନ୍ତୁ କି ଝିଅ, ସମସ୍ତେ ଆଚାର ଟାକରା ଫୁଟାଇ ଖାଆନ୍ତି। ଆପଣ ବି ଖାଇଥିବେ। କିନ୍ତୁ ଆପଣ ଜାଣିଛନ୍ତି ଆଚାର ଅଧିକ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ? କାରଣ ଆଚାରରେ ଅଧିକ ମାତ୍ରାରେ ତେଲ, ଲଙ୍କା, ଲୁଣ ରହିଥାଏ। ଏହା ଶରୀର ପକ୍ଷେ ବହୁତ ହାନିକାରକ। ତେଣୁ  ଅଧିକ ପରିମାଣର ଆଚାର ଖାଇଲେ ଶରୀର ଉପରେ ତା’ର […]

achar1

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 05:36 PM IST

ଖାଇବା ସମୟରେ ଖାଦ୍ୟ ଯେତେ ସ୍ୱାଦିଷ୍ଟ ହେଇଥାଉନା କାହିଁକି ଆଚାର ଟିକେ ନିହାତି ଦରକାର ପଡେ। ପୁଅ ହୁଅନ୍ତୁ କି ଝିଅ, ସମସ୍ତେ ଆଚାର ଟାକରା ଫୁଟାଇ ଖାଆନ୍ତି। ଆପଣ ବି ଖାଇଥିବେ। କିନ୍ତୁ ଆପଣ ଜାଣିଛନ୍ତି ଆଚାର ଅଧିକ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହୋଇପାରେ? କାରଣ ଆଚାରରେ ଅଧିକ ମାତ୍ରାରେ ତେଲ, ଲଙ୍କା, ଲୁଣ ରହିଥାଏ। ଏହା ଶରୀର ପକ୍ଷେ ବହୁତ ହାନିକାରକ। ତେଣୁ  ଅଧିକ ପରିମାଣର ଆଚାର ଖାଇଲେ ଶରୀର ଉପରେ ତା’ର ଅନେକ କୁପ୍ରଭାବ ପଡ଼ିଥାଏ।  ଆସନ୍ତୁ ଜାଣିବା ଆଚାର ଖାଇଲେ ଶରୀରରେ କେଉଁ ରୋଗ ହେବାର ଆଶଙ୍କା ଥାଏ।

ଡାଇବେଟିସ୍‌: ଡାଇବେଟିସ୍‌ ରୋଗୀମାନେ ଅଧିକ ଆଚାର ଖାଇବା ଉଚିତ୍‌ ନୁହେଁ। ଆଚାରକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବାକୁ ଏଥିରେ ଚିନିର ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ। ଏହା ଡାଇବେଟିସ୍ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ।

ଟ୍ରାଇଗ୍ଲିସରାଇଡ୍‌ର ଉଚ୍ଚସ୍ତର: ଆଚାର ସଂରକ୍ଷିତ କରି ରଖିବା ପାଇଁ ଯେଉଁ ଜିନିଷର ବ୍ୟବହାର କରାଯାଏ ସେସବୁ ସ୍ଵାସ୍ଥ୍ୟ ପକ୍ଷେ ହାନିକାରକ। ଦେଖିବାକୁ ଗଲେ ଆଚାରରେ ତେଲ ବହୁ ମାତ୍ରାରେ ବ୍ୟବହାର କରାଯାଏ। ତେଣୁ ଏହା ଶରୀରରେ ଟ୍ରାଇଗ୍ଲିସରାଇଡ୍‌ର ସ୍ତରକୁ ବଢାଇ ଦେଇଥାଏ।

ପାଚନ ସମସ୍ୟା: ଆଚାର ଖାଇବା ଦ୍ଵାରା ପାଚନ ସମସ୍ୟା ବଢିଥାଏ। ଫଳରେ ପେଟ କାଟିବା ସହ ଏକାଧିକ ପେଟ ଜନିତ ସମସ୍ୟା ଦେଖାଦେଇପାରେ। ଅଧ୍ୟୟନକୁ ଜଣାପଡିଛି ଆଚାର ଅଧିକ ଖାଇବା ଦ୍ୱାରା ଗ୍ୟାସ୍‌ ଓ କ୍ୟାନ୍‌ସର ଭଳି ସମସ୍ୟା ଦେଖାଦେଇଥାଏ।

ଶରୀରରୁ ଝାଳ ବାହାରିବା: ଆଚାର ବନେଇବା ପାଇଁ ଲୁଣ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ଲୁଣରେ ସୋଡିଅମ୍‌ ଅଧିକ ପରିମାଣରେ ଥିବାରୁ ଶରୀରରୁ ଅଧିକ ପରିମାଣରେ ଝାଳ ବାହାରି ଥାଏ।  
ଅଲସର୍‌: ଆଚାର ଅଧିକ ମାତ୍ରାରେ ଖାଇବା ଦ୍ଵାରା ଅଲ୍‌ସର୍‌ ଭଳି ସମସ୍ୟା ଦେଖାଦେଇଥାଏ।

ଉଚ୍ଚ ରକ୍ତଚାପ: ଆଚାର ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ତଥା ବ୍ଲଡପ୍ରେସର ବଢିଥାଏ। ଖାସ୍‌ କରି ଯେଉଁ ବ୍ୟକ୍ତିଙ୍କର ପିଢି ପିଢି ଧରି ଏଭଳି ସମସ୍ୟା ଥିବ ସେମାନେ ଆଚାର ଖାଇବାରୁ ଦୂରେଇ ରହିବା ଦରକାର।

Related story