ସମସ୍ତେ ପାଦରେ ବିଭିନ୍ନ ଷ୍ଟାଇଲ୍ ଓ ବିଭିନ୍ନ ଦାମ୍ର ଜୋତା ଓ ଚପଲ ପିନ୍ଧନ୍ତି। ଏହା ଏକ ଜରୁରୀ ଜିନିଷ ହୋଇପଡ଼ିଛି। ତେବେ ଚପଲ ବା ଜୋତାକୁ ନେଇ ଆପଣ କେବେ ତର୍ଜମା କରିଛନ୍ତି କି? ଜାଣିଛନ୍ତି, ଆପଣ ପିନ୍ଧୁଥିବା ଚପଲ ବା ଜୋତା ଆପଣଙ୍କ ଭାଗ୍ୟକୁ ବଦଳାଇପାରେ । ତେବେ ଏଥିପାଇଁ କିଛି ନିର୍ଦ୍ଦଷ୍ଟ ବିଷୟ ଉପରେ ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ସେ ସଂପର୍କରେ ।
- ଭୁଲରେ ମଧ୍ୟ ଚୋରା ଜୋତା ବା ଗିଫ୍ଟ୍ ଆକାରରେ ମିଳିଥିବା ଜୋତା ପିନ୍ଧନ୍ତୁ ନାହିଁ। ଏପରି କଲେ ଶନିଦେବଙ୍କ କୋପ ଦୃଷ୍ଟି ପଡ଼ିଥାଏ।
- ଛିଣ୍ଡା ଚପଲ ପିନ୍ଧି ଚାକିରି ଖୋଜିବାକୁ ଯାଆନ୍ତୁ ନାହିଁ। ବିଫଳତା ମିଳିଥାଏ।
- ଚିକିତ୍ସା ଓ ଲୁହା ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ ଧଳା ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ।
- ବ୍ୟାଙ୍କ୍ କର୍ମଚାରୀ ଓ ଅଧ୍ୟୟନ କ୍ଷେତ୍ରରେ ଥିବା ବ୍ୟକ୍ତି କଫି ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ।
- ଜଳ ସମ୍ୱନ୍ଧୀୟ ଓ ଆୟୁର୍ବେଦ କାମ ସହ ଜଡ଼ିତ ଥିଲେ ନୀଳ ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ।
- ଅଫିସ୍ କିମ୍ୱା କୌଣସି କର୍ମକ୍ଷେତ୍ରକୁ ଛିଣ୍ଡା ଚପଲ ପିନ୍ଧିକରି ଯାଆନ୍ତୁ ନାହିଁ । ଏହା କାର୍ଯ୍ୟରେ ବାଧା ଉତ୍ପନ କରିଥାଏ।