ଚନ୍ଦ୍ରଗ୍ରହଣ ସଂପର୍କରେ ଭ୍ରାନ୍ତଧାରଣ; ଜାଣନ୍ତୁ କ’ଣ କହୁଛି ପଠାଣି ସାମନ୍ତ ପ୍ଲାନେଟୋରିୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଚନ୍ଦ୍ରଗ୍ରହଣ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ମାଘ ଶୁକ୍ଳ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗର ଓ ଆଣ୍ଟାର୍କଟିକାରେ ଦେଖି ହେବ। ଏହି ଚନ୍ଦ୍ର ଗ୍ରହଣର ପ୍ରାରମ୍ଭିକ ଦୃଶ୍ୟ ଆସାମ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗର ପୂର୍ବାଭାଗରେ ଚନ୍ଦ୍ରୋଦୟ ଆରମ୍ଭ ସମୟରେ ଦୃଶ୍ୟ ହେବ। ଏଥିପାଇଁ […]

bluemoon

bluemoon

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 09:15 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଚନ୍ଦ୍ରଗ୍ରହଣ। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ମାଘ ଶୁକ୍ଳ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗର ଓ ଆଣ୍ଟାର୍କଟିକାରେ ଦେଖି ହେବ। ଏହି ଚନ୍ଦ୍ର ଗ୍ରହଣର ପ୍ରାରମ୍ଭିକ ଦୃଶ୍ୟ ଆସାମ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗର ପୂର୍ବାଭାଗରେ ଚନ୍ଦ୍ରୋଦୟ ଆରମ୍ଭ ସମୟରେ ଦୃଶ୍ୟ ହେବ। ଏଥିପାଇଁ ଏ ସବୁ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦେଖିହେବ। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ପ୍ରାୟ ୫ଟା ୧୮ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ରାତି ୮ଟା ୪୧ରେ ଶେଷ ହେବ।

ଚନ୍ଦ୍ରଗ୍ରହଣ ସମୟରେ ସାଧାରଣତଃ ଖାଇବାକୁ ମନା କରାଯାଏ। ରୋଷେଇ କରିବାକୁ ବି ମନା କରାଯାଏ। ଏମିତିକି ଅନେକଙ୍କୁ ଚନ୍ଦ୍ରଗ୍ରହଣ ଦେଖିବାକୁ ମଧ୍ୟ ମନା କରାଯାଏ। ଚନ୍ଦ୍ରଗ୍ରହଣକୁ ନେଇ ଏମିତି ଅନେକ ଧାରଣା ଲୋକଙ୍କ ମନରେ ରହିଛି।  ତେବେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଏନେଇ କିଛି ପରାମର୍ଶ ଜାରି କରାଯାଇଛି। ପ୍ଲେନେଟୋରିୟମ ପକ୍ଷରୁ କୁହାଯାଇଛି:

ଆଜି ସନ୍ଧ୍ୟାରେ ଗ୍ରହଣ ସଂଗଠିତ ହେବ। ତେଣୁ ଆପଣ ମାନସିକ ଶାନ୍ତି ଓ ଶାରୀରିକ ଅଭିବୃଦ୍ଧି ପାଇଁ ନିମ୍ନ ନିୟମ ଗୁଡ଼ିକ ପାଳନ କରିବା ସହ ଅନ୍ୟମାନଙ୍କୁ ପାଳନ କରିବା ପାଇଁ ଉତ୍ସାହିତ କରିନ୍ତୁ।

- ସନ୍ଧ୍ୟା ୬.୨୧ ମିନିଟରୁ ୭.୩୭ମିନିଟ ଭିତରେ ଲାଲ/ନାରଙ୍ଗି ରଙ୍ଗର ଏହି ଦୃଶ୍ୟ ଖାଲି ଆଖିରେ ଉପଭୋଗ କରିପାରିବେ।

- ଘରେ ଥିବା ସମସ୍ତ ଗୁରୁଜନମାନଙ୍କୁ ଏହା ଦେଖାଇବେ। କାରଣ ଏଭଳି ଏକ ଦୃଶ୍ୟ ପୁଣି ୨୦୩୬ ମସିହାରେ ଦେଖାଯିବ।

- ହାଣ୍ଡି(ମାଟି) ଓ କାଠ ଚୁଲି ଛାଡି ଡେକଚି ଓ ଗ୍ୟାସରେ ଯେତେବେଳେ ସୁବିଧା ଓ ଯାହା ଇଚ୍ଛା ରୋଷେଇ କରି ଖାଇବା ବିଧେୟ।

-୧୫ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଗ୍ରହଣ ଦିନରେ ଅତିକମ୍‌ରେ ୩ ଥର ଓ ୧୫ ବର୍ଷ ରୁ କମ୍‌ ପିଲାମାନେ ଅତିକମ୍‌ରେ ୪ ଥର ପାକ (ଖାଇବା) ଜରୁରୀ ଅଟେ।

- ଗର୍ଭବତୀ ମହିଳାମାନେ ଗ୍ରହଣ ଦେଖିବାରେ କୌଣସି  ବାଧା ନାହିଁ।

- ଛାତ୍ରଛାତ୍ରୀମାନେ ଗ୍ରହଣ ବିଷୟରେ ଅଧିକ ଜାଣିବା ସହ ଏହାର ସତ୍ୟାସତ୍ୟ ପ୍ରଚାର କରିବା ଦିଗରେ ବ୍ରତୀ ହୁଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos